Categories
ଆଜିର ଖବର ଜାତୀୟ ଖବର

ଫେସବୁକ୍, ଇନଷ୍ଟାଗ୍ରାମ ହେଲା ଡାଉନ୍, ଆପେ ଆପେ ଲଗ୍ ଆଉଟ୍ ହେଉଛି ଆକାଉଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଠାତ୍ ଆଜି ଡାଉନ୍ ହୋଇଯାଇଛି। ବ୍ୟବହାରକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହଠାତ୍ ଲଗ୍ ଆଉଟ୍ ହୋଇଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଫେସବୁକ ଓ ଇନଷ୍ଟାଗ୍ରାମ ସମେତ 89ଟି ଆପ୍‍ ଡିଲିଟ୍‍ କରିବାକୁ ଯବାନଙ୍କୁ ନିର୍ଦେଶ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ 89ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଚୋରି ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି 89ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 15 ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି। ଏହି ଆପ୍‍ଗୁଡ଼ିକ ମଧ୍ୟରେ ଟିକ୍‍ଟକ୍‍, ଟ୍ରୁକଲର ଓ ଇନ୍‍ଷ୍ଟାଗ୍ରାମ ଆଦିର ସମେତ 89ଟି ଆପ ନାଁ ମଧ୍ୟ ସାମିଲ ଅଛି। ଏନେଇ ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଯବାନମାନଙ୍କୁ ଟିଣ୍ଡର ଭଳି ଡେଟିଂ ଆପ୍‍ ଓ ଡେଲୀହଣ୍ଟ ଭଳି ସମାଚାର ଆପ୍‍ ମଧ୍ୟ ଡିଲିଟ୍‍ କରିବାକୁ କୁହାଯାଇଛି।ଅନ୍ୟାନ୍ୟ ଆପ୍‍ଗୁଡ଼ିକ ମଧ୍ୟରେ ଫେସବୁକ୍‍, ଭିଚାଟ୍‍, ହାଇକ୍‍, ଲାଇକୀ, ସେୟାର ଇଟ୍‍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍‍, କ୍ୟାମ୍‍ସ୍କାନର, ବ୍ୟୁଟି ପ୍ଲସ, ପବଜୀ ସମେତ ଟେନ୍‍ସେଣ୍ଟ୍‍ର ସମସ୍ତ ଗେମିଂ ଆପ୍‍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍‍, ବମ୍ବଲ, 360 ସିକ୍ୟୁରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆପ୍‍ର ନାଁ ସାମିଲ ଅଛି।

ଦେଶର ସୁରକ୍ଷା ତଥ୍ୟ ଚୋରି ଆଶଙ୍କାରେ ସେନା ପଦକ୍ଷେପ ନେଇଛି ।  “ପାକିସ୍ତାନ ଓ ଚାଇନାର ଗୁଇନ୍ଦା ବିଭାଗ ସଦସ୍ୟମାନେ ଅନଲାଇନ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେନାର ଅଧିକାର କହିଛନ୍ତି ।

ପୂର୍ବରୁ ନଭେମ୍ବର ମାସରେ ଅଫିସିଆଲ କାମ ପାଇଁ ହ୍ୱାଟସଆପ ବ୍ୟବହାର ନ କରିବାକୁ ସେନା ପକ୍ଷରୁ ଯବାନମାନଙ୍କୁ କୁହାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ଖେଳ ମନୋରଂଜନ

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଓ୍ବାର୍ଣ୍ଣର ଦମ୍ପତ୍ତିଙ୍କ ଡ୍ୟାନ୍ସ ଭିଡିଓ

ସିଡ୍‌ନୀ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଲକ୍‌ଡାଉନ୍‌ରେ ପରିବାର ସହିତ ସମ୍ପୂର୍ଣ୍ଣ ସମୟ ବିତାଉଛନ୍ତି । ଏହି ସମୟରେ ଏକାଧିକ ଭାରତୀୟ ଗୀତର ଓ୍ବାର୍ଣ୍ଣର ଦମ୍ପତ୍ତି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଓ୍ବାର୍ଣ୍ଣର ପ୍ରଥମେ ଶୀଲା କି ଜଓ୍ବାନୀ ଗୀତରେ ନାଚିଥିବା ବେଳେ ଦ୍ବିତୀୟ ଭିଡିଓରେ ତେଲୁଗୁ ଗୀତ ବୁଟ୍ଟା ବୋମ୍ମାରେ ନାଚିଥିଲେ । ଏପରିକି ଅଲ୍ଲୁ ଅର୍ଜୁନ୍‌ ମଧ୍ୟ ଏହାକୁ ପସନ୍ଦ କରିଥିଲେ ।

ସେହି ଫିଲ୍ମର ଆଉ ଏକ ଗୀତ ରାମୁଲୋ ରାମୁଲାରେ ପୁଣି ଥରେ ନାଚିଛନ୍ତି ଡେଭିଡ୍‌ ଓ୍ବାର୍ଣ୍ଣର ଏବଂ ପତ୍ନୀ କ୍ୟାଣ୍ଡିସ୍‌ । ଭିଡିଓଟିକୁ ଓ୍ବାର୍ଣ୍ଣର ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓଟିକୁ 2.44 ଲକ୍ଷ ଲାଇକ୍‌ ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଓ୍ବାର୍ଣ୍ଣର ସନରାଇଜର୍ସ ଟିମ୍‌ ମେଟ୍‌ ଭୁବନେଶ୍ବର କୁମାର ଏବଂ ଯୁବରାଜ ସିଂଙ୍କ ସହିତ ଲାଇଭ୍‌ ଚାଟ୍‌ ମଧ୍ୟ କରିଥିଲେ ଯାହାକୁ ଫ୍ୟାନ୍‌ ମାନେ ବହୁତ ପସନ୍ଦ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ନିକି ବେଲ୍ଲାଙ୍କ ଟପ୍‌ଲେସ୍‌ ଫଟୋ

ନୂଆଦିଲ୍ଲୀ : ଡବ୍ଲ୍ୟଡବ୍ଲ୍ୟୁଇ ଷ୍ଟାର ନିକି ବେଲ୍ଲାଙ୍କ ଟପ୍‌ଲେସ୍‌ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଇନ୍‌ଷ୍ଟାଗ୍ରାମ୍‌ରେ ନିକି ନିଜର ଦୁଇଟି ଟପ୍‌ଲେସ୍‌ ଫଟୋ ସେୟାର କରିଛନ୍ତି । ଏହିଫଟୋ ସେୟାର କରିବା ସହିତ ନିକି ଗର୍ଭବତୀ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ନିକିଙ୍କ ଯାଆଁଳା ଭଉଣୀ ବ୍ରି ବେଲ୍ଲା ମଧ୍ୟ ଗର୍ଭବତୀ ରହିଥିବା ଏହି ପୋଷ୍ଟରୁ ଜଣାପଡିଛି । ନିକିଙ୍କ ବୟଫ୍ରେଣ୍ଡ ଋଷିଆନ୍‌ ଡ୍ୟାନ୍ସର ଆର୍ଟେମ୍‌ ଚିଗ୍‌ଭିନ୍‌ତ୍ସେଭ୍‌ ମଧ୍ୟ ନିଜ ଖୁସି ଜାହିର୍‌ କରିଛନ୍ତି । 4 ମାସର ଗର୍ଭବତୀ ରହିଥିବା ନିକ୍କି ଆସନ୍ତା ମାସରେ ବିବାହ କରିପାରନ୍ତି ବୋଲି ବ୍ରି ବେଲ୍ଲା ସୂଚନା ଦେଇଛନ୍ତି । (ଏଜେନ୍ସି)