Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

I.N.D.I.A ସରକାର ଗଠନ ହେଲେ, କିଏ ହେବ ପ୍ରଧାନମନ୍ତ୍ରୀ?: ସଚିନ ପାଇଲଟ ଦେଲେ ଉତ୍ତର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ୍ ଏବିପି ନ୍ୟୁଜ୍ କୁ ଏକ ସାକ୍ଷାତକାର ଦେଇଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯଦି ଇଣ୍ଡିଆ ଆଲାଇନ୍ସ ଜିତେ ତେବେ ପ୍ରଧାନମନ୍ତ୍ରୀ କିଏ ହେବେ? ଏହି ନିଷ୍ପତ୍ତି ନେବାକୁ ଗୋଟିଏ ଦିନ ଲାଗିବ ବୋଲି ସେ କହିଛନ୍ତି। ପାଇଲଟ କହିଛନ୍ତି ଯେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ପ୍ରଥମେ ଆମକୁ ଜନସାଧାରଣଙ୍କ ଆଶୀର୍ବାଦ ମିଳିବା ଉଚିତ, କେବଳ ସେତେବେଳେ ଆମର କିଏ ନେତା ହେବ ସେ ବିଷୟରେ ଅଧିକ ଆଲୋଚନା କରାଯିବ।

ଏବିପି ନ୍ୟୁଜକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ଯଦି ଇଣ୍ଡିଆ ଆଲାଇନ୍ସ ସରକାର ଗଠନ ହୁଏ ତେବେ ସରକାର ୫ ବର୍ଷ ପର୍ଯ୍ୟନ୍ତ ଚାଲିବ କି? ଏହାର ଜବାବରେ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ, ମେଣ୍ଟ ସରକାର ମଧ୍ୟ ସ୍ଥିର ରହିଛି, ଆପଣ ଏନଡିଏ ଏବଂ ୟୁପିଏ ସମୟରେ ଏହା ଦେଖିଛନ୍ତି। ଏକକ ଦଳ ଶାସନ ଉପରେ ପାଇଲଟ କହିଛନ୍ତି ଯେ, ଏହାର ଦୁଇଟି ଦିଗ ମଧ୍ୟ ଅଛି। ଗତ ୧୦ ବର୍ଷ ମଧ୍ୟରେ ଆମେ ଏକକ ପାର୍ଟି ନିୟମ ମଧ୍ୟ ଦେଖିଛୁ। ଏହାପୂର୍ବରୁ ଆମେ ମେଣ୍ଟ ସରକାର ମଧ୍ୟ ଦେଖିଛୁ।

କଂଗ୍ରେସ ୧୦୦ ମାର୍କ ଅତିକ୍ରମ କରିବାକୁ ସକ୍ଷମ ହେବ କି?:

ଏହା ଉପରେ ସଚିନ ପାଇଲଟ କହିଛନ୍ତି ଯେ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପି ଅପେକ୍ଷା କଂଗ୍ରେସ ଅଧିକ ଆସନ ଜିତିବ। ଏହା ସହିତ ଯେତେବେଳେ ତାଙ୍କୁ ୟୁପି ବିଷୟରେ ପଚରାଗଲା, ସଚିନ୍ ପାଇଲଟ୍ କହିଛନ୍ତି ଯେ, ୟୁପିରେ ଇଣ୍ଡିଆ ଆଲାଇନ୍ସର ସଂଖ୍ୟାଗରିଷ୍ଠତା ରହିଛି। ସେ କହିଛନ୍ତି ଯେ, ବିହାର ଏବଂ ମହାରାଷ୍ଟ୍ରରେ ଅଧିକାଂଶ ଆସନ ଜିତିବ। ଏଥି ସହ ସଚିନ ପାଇଲଟ ହରିୟାଣାରେ କଂଗ୍ରେସର ବିଜୟକୁ ନେଇ ୧୦ ଟି ସିଟ୍ ମଧ୍ୟରୁ ୭ ଟି ଜିତିବାକୁ ଦାବି କରିଛନ୍ତି।

Categories
ବିଶେଷ ଖବର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭବିଷ୍ୟବାଣୀ, 2024ରେ ମଧ୍ୟ ବିଜେଡି ଓଡିଶାରେ ଷଷ୍ଠ ଥର ପାଇଁ ଶାସନ କରିବ

ସମୀକ୍ଷା ବ୍ୟୁରୋ

ପଞ୍ଚମ ଥର ପାଇଁ ନୁହେଁ, 2024 ରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି ବିପୁଳ ଭୋଟର ବିଜୟ ହୋଇ ଷଷ୍ଠ ଥର ପାଇଁ ଓଡିଶାରେ ଶାସନ କରିବ। ଏହା କୌଣସି ନେତାଙ୍କ ବାଣୀ ନୁହେଁ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ଟିଭିକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଯେତେ କଲେ ମଧ୍ୟ ଓଡିଶାରେ ଶାସନ କରିପାରିବ ନାହିଁ। ବର୍ତ୍ତମାନ ଓଡିଶାରେ ବିଜେପିର ଯାହା ବୃଦ୍ଧି ଘଟିଛି ତାହା କଂଗ୍ରେସ ଭୋଟ। ଓଡିଶାରେ କଂଗ୍ରେସ ଭୁଷୁଡି ପଡିବାରୁ ସେହି ଭୋଟ ବିଜେପି ହାତେଇ ନେଲା। ଗତ ନିର୍ବାଚନଠାରୁ ଏଥର ବିଜେଡିର ଭୋଟ ହାର 2 ପ୍ରତିଶତ ବୃଦ୍ଧି ପାଇଛି। ବିଜେପି କୋତେଟି ସାଂସଦ ଆସନ ନେଇଛି ଅର୍ଥ ନୁହେଁ ବିଜେଡି ଭୋଟ ହ୍ରାସ ପାଇଛି। ହେଲେ ବିଜେପି ଓଡିଶାରେ ଲଢେଇ କରିବାରେ ସକ୍ଷମ ହୋଇଛି, ମାତ୍ର ଏହି ଦଳ ଓଡିଶାରେ ଆଉ ଆଗକୁ ଯାଇପାରିବ ନାହିଁ ବୋଲି ନବୀନ ପରୋକ୍ଷରେ ଇସାରା ଦେଇଛନ୍ତି।

ସାରା ଦେଶର ମୋଦି ଲହର ପାଇଁ ବିଭିନ୍ନ ଆଞ୍ଚଳିକ ଦଳ ଭୁଷିଡି ପଡିଛି। ହେଲେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନବୀନ ହାୱାରେ ମୋଦି ଲହର କାମ ଦେଇପାରି ନାହିଁ। ପଶ୍ଚିମ ବଂଗରେ ମମତାଠାରୁ ଆରମ୍ଭ କରି ଚନ୍ଦ୍ରବାବୁ ନାଇଡୁ ପର୍ଯ୍ୟନ୍ତ ମୋଦି ଲହରକୁ ରୋକିବାର ସକ୍ଷମ ହୋଇପାରି ନାହାଁନ୍ତି। ହେଲେ ନବୀନଙ୍କ ଏପରି ବିଜୟ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟି ଯାଇଛି। ଓଡିଶାରେ କଣ ପାଇଁ ମୋଦି ଲହର କାମ ଦେଲା ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, କେବେଳ ଜନହିତକର କାମ ମୁଖ୍ୟ ସଫଳତା। ଓଡିଶାରେ ଯେପରି ଜନ କଲ୍ୟାଣ କାର୍ଯ୍ୟ କରାଯାଇଛି ସେଥିରେ କୌଣସି ଶକ୍ତି ବିଜେଡିକୁ ରୋକିପାରିବ ନାହିଁ। ଆସନ୍ତା ବର୍ଷଗୁଡିକରେ ଏହି କାର୍ଯ୍ୟକୁ ଆହୁରି ବୃଦ୍ଧି କରାଯିବ ବୋଲି ନବୀନ କହିଛନ୍ତି। ବର୍ତ୍ତମାନ କଂଗ୍ରେସର ଅବସ୍ଥା ସଂପର୍କରେ ନବୀନ କହିଛନ୍ତି ଯେ, ଦେଶରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିବ।

ବର୍ତ୍ତମାନ ବିଜେଡିରୁ ବହୁ ନେତା ଦଳ ଛାଡିଥିବାରୁ ଏହା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ନବୀନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ନିର୍ବାଚନ ସମୟରେ କେତେକ ଟିକେଟ ନ ପାଇବାରୁ ଦଳ ଛାଡିଛନ୍ତି। ଆଉ କେତେକଙ୍କୁ ଦଳ ବହିସ୍କାର କରିଛି। ହେଲେ ଏହା ଦ୍ବାରା ବିଜେଡିର କୌଣସି କ୍ଷତି ହୋଇ ନାହିଁ କି ଭବିଷ୍ୟତରେ କିଛି କ୍ଷତି ହେବାର ନାହିଁ ବୋଲି ନବୀନ ରୋକଠୋକ କହିଛନ୍ତି। ମୁଖ୍ୟତଃ ଜାତୀୟ ଗଣମାଧ୍ୟମ ବୈଜୟନ୍ତ ପଣ୍ଡାଙ୍କ ବହିସ୍କାରକୁ ଲକ୍ଷ କରି ଏହି ପ୍ରଶ୍ନ ପଚାରିଥିବାର ଜଣାପାଡିଛି।

ସେହିପରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଏକ ପ୍ରଶ୍ନ ଉତ୍ତରରେ ନବୀନ କହିଛନ୍ତି ଯେ, ବିଜେଡି ଦଳରୁ କେହି ଜଣେ ଉତ୍ତରାଧିକାରୀ ହେବେ। ହେଲେ ତାଙ୍କୁ ଓଡିଶାର ଜନସଧାରଣ ବାଛିବେ ବୋଲି ନବୀନ ସ୍ପଷ୍ଟ କରିଛନ୍ତି। ଦୀର୍ଘ ଦିନ ଧରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଆଲୋଚନା ଚାଲିଛି। ଅନେକ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିଜେଡିର ଉତ୍ତରାଧିକାରୀ ହେବେ ବୋଲି କହୁଛନ୍ତି। ହେଲେ ନବୀନ ସେ କଥାକୁ ସଂପୂର୍ଣ୍ଣ ଭାବେ ଏଡେଇ ଯାଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଓଡିଶାର ଜନସାଧାରଣ ବାଛିବେ ବୋଲି ନବୀନ କହିଛନ୍ତି। ବିଜେଡିର ବିପୁଳ ବିଜୟ ପରେ ଏହା ହେଉଛି ନବୀନଙ୍କ ପ୍ରଥମ ସାକ୍ଷାତକାର।

Categories
ଆଜିର ଖବର

ଭାରତର ଲଢେଇ ଆତଙ୍କବାଦ ବିରୋଧରେ, ପାକ୍‌ ବିରୋଧରେ ନୁହେଁ : ମୋଦି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଭାରତର ପାକିସ୍ତାନ ଲୋକଙ୍କ ବିରୋଧରେ କୌଣସି ଦ୍ବେଷ ନାହିଁ। ଭାରତର ଲଢେଇ ଆତଙ୍କବାଦ ବିରୋଧରେ ବୋଲି ମୋଦି କହିଛନ୍ତି। ଏକ ସାକ୍ଷାତକାରଗ ଅବସରରେ ମୋଦି କହିଛନ୍ତି, ବର୍ତ୍ତମାନ ପାକିସ୍ତାନ ନିକଟରେ ଆତଙ୍କବାଦ ବିରୋଧରେ କଡା ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ବ୍ୟତିତ ଅନ୍ୟ କୌଣସି ରାସ୍ତା ଉପଲବ୍ଧ ନାହିଁ। ୨୬/୧୧ ଆକ୍ରମଣରେ ସଂଶ୍ଲିଷ୍ଟ ଥିବା ନେଇ ଜୈସ୍‌ ଏ ମହମ୍ମଦ ସ୍ବୀକାର କରିଥିଲେ ମଧ୍ୟ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପ୍ରତ୍ୟେକ ଆତଙ୍କୀ ଆକ୍ରମଣ ପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଜ୍ଞା କରିବା ପରେ ଚୁପ୍‌ ବସିଥାଏ ତେଣୁ ଏବେ ଭାରତ ପାକିସ୍ତାନର ଜାଲରେ ଫସିବ ନାହିଁ। ଏହା ସହିିତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ଏୟାର ଷ୍ଟ୍ରାଇକ୍‌ ଉପରେ ମୋଦି କହିଥିଲେ କୌଣସି ବି ଲୋକ ନରେନ୍ଦ୍ର ମୋଦିଙ୍କ ଦେଶଭକ୍ତି ଉପରେ ସନ୍ଦେହ ପ୍ରକଟ କରି ପାରିବେ ନାହିଁ। ସେହିପରି ଅସ୍ତ୍ରଶସ୍ତ୍ର କିଣାରେ ଆସୁଥିବା ଦୁର୍ନୀତି ଅଭିଯୋଗ ଉପରେ ବିପକ୍ଷ କଂଗ୍ରସ ଦଳକୁ ସମାଲୋଚନା କରିବା ସହିତ କହିଥିଲେ, କଂଗ୍ରେସ ନେତା ମାନେ ଏହି ଡିଲ୍‌କୁ ଏଟିଏମ୍‌ ଭଳି ବ୍ୟବହାର କରୁଥିଲେ। ସ୍ବଚ୍ଛତାର ସହିତ ଅସ୍ତ୍ରଶସ୍ତ୍ର କିଣା ସେମାନେ କଦାପି ଭାବିପାରନ୍ତି ନାହିଁ। ସେହିପରି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ଅର୍ଥନେଇ ବିଦେଶ ପଳାୟନ କରିଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ମୋଦି କହିଥିଲେ ପୂରାତନ ସରକାର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ। ମାତ୍ର ଚଳିତ ସରକାର ପଳାୟନକାରୀଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବା ସହିତ ସମସ୍ତ ଅର୍ଥ ଭରଣା କରୁଛି। ଉଦାହରଣ ସ୍ବରୂପ ମୋଦି କହିଥିଲେ, ବିଜୟ ମାଲ୍ୟା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ୯ ହଜାର କୋଟିର ଋଣ ନେଇ ପଳାୟନ କରିଥିଲେ ମାତ୍ର ସରକାର ମାଲ୍ୟାଙ୍କର ୧୪ ହଜାର କୋଟିର ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି ।