Categories
ଜାତୀୟ ଖବର ବିଶେଷ ଖବର

ରାମ ମନ୍ଦିର ପ୍ରସଙ୍ଗରେ ଐତିହାସିକ ରାୟ ଦେଇଥିବା ସୁପ୍ରିମକୋର୍ଟର ୫ ଜଣ ବିଚାରପତି କିଏ?

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟା ସହର ପ୍ରସ୍ତୁତ । ପୂରା ସହରକୁ କନ୍ୟା ଭଳି ସଜ୍ଜିତ କରାଯାଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମଧ୍ୟ ମାତ୍ର ୩ ଦିନରୁ କମ୍ ସମୟ ବାକି ଅଛି । ସେପଟେ ଆଜି ଅର୍ଥାତ୍ ଶୁକ୍ରବାର ଭଗବାନ ରାମଙ୍କ ସନ୍ତାନ କାଳର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । ୫ ବର୍ଷର ରାମଙ୍କ ମୂର୍ତ୍ତି ଦେଖି ସମସ୍ତେ ଆକର୍ଷିତ ହୋଇଛନ୍ତି । ଏହାପରେ ଭକ୍ତଙ୍କ ଉତ୍କଣ୍ଠା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ଏହି କାର୍ଯ୍ୟକ୍ରମରେ ୭୦୦ରୁ ଅଧିକ ଭିଆଇପି ଯୋଗଦେବେ । ଏହି ତାଲିକାରେ ମେଗାଷ୍ଟାର ଅମିତାଭ ବଚ୍ଚନ, କ୍ରିକେଟର ରୋହିତ ଶର୍ମା, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ମୁକେଶ ଅମ୍ବାନୀଙ୍କ ସମେତ ଅନେକଙ୍କ ନାମ ରହିଛି । କିନ୍ତୁ ଆଜି ଏହି ମନ୍ଦିର ସପକ୍ଷରେ ନିଷ୍ପତ୍ତି ନେଇଥିବା ଅତିଥି ତାଲିକାରେ ଏଭଳି ୫ ଜଣଙ୍କ ନାମ ମଧ୍ୟ ଯୋଡ଼ି ହୋଇଛି । ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟା ମାମଲାରେ ରାୟ ଦେଇଥିବା ୫ ଜଣ ବିଚାରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ନିମନ୍ତ୍ରିତ ହୋଇଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ, ପୂର୍ବତନ ବିଚାରପତି ଅଶୋକ ଭୂଷଣ ଓ ଏସ୍ ଅବଦୁଲ ନଜିରଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ୨୦୧୯ ନଭେମ୍ବର ୯ତାରିଖରେ ଏହି ୫ଜଣ ବିଚାରପତିମାନେ ଏହି ଐତିହାସିକ ନିଷ୍ପତ୍ତି ନେଇଥିଲେ । ଆସନ୍ତୁ ଜାଣିବା ଏହି ୫ ଜଣ ବିଚାରପତିଙ୍କ ବିଷୟରେ:-

ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ଅଯୋଧ୍ୟା ରାମ ମନ୍ଦିର ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ୫ ଜଣବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠର ନେତୃତ୍ୱ ନେଇଥିଲେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାର ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଇଥିଲେ । ଏହି ମାମଲାରେ ସେ ୨.୭୭ ଏକର ଜମି ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ରାୟ ଦେଇଥିଲେ । ଏହି ଐତିହାସିକ ରାୟ ବ୍ୟତୀତ ଗୋଗୋଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନ୍ୟ ରାୟ ଶୁଣାଇଥିଲେ । ଏଥିରେ ଆସାମର ଏନଆରସି (ଜାତୀୟ ନାଗରିକ ପଞ୍ଜିକା) ସମ୍ବନ୍ଧୀୟ ନିଷ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏନଆରସିକୁ ନେଇ ରଞ୍ଜନ ଗୋଗୋଇ କହିଥିଲେ ଯେ ଏହା ଭବିଷ୍ୟତର ଦସ୍ତାବିଜ । ଐତିହାସିକ ରାମ ମନ୍ଦିର ପ୍ରସଙ୍ଗରେ ରାୟ ଶୁଣାଇବା ପରେ ଗୋଗୋଇ ନଭେମ୍ବର ୧୭ରେ ଅବସର ନେଇଥିଲେ । ଅବସର ନେବାର ୪ ମାସ ପରେ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ସାଂସଦଭାବେ ମନୋନୀତ କରାଯାଇଥିଲା ।

ଗୋଗୋଇ ଜଣେ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୮୬ରୁ ୧୯୯୪ ପର୍ଯ୍ୟନ୍ତ ଆସାମ ହାଇକୋର୍ଟରେ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ୧୯୯୪ମସିହାରେ ସେ ଆସାମ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୨ରେ ଗୋଗୋଇପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୩ ଅକ୍ଟୋବର ୨୦୧୮ରେ ସେ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।

ଗୋଗୋଇଙ୍କ କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ । ଏଗୁଡ଼ିକ ମଧ୍ୟରେ ରହିଛି:

➤ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲା
➤ ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗା ମାମଲା
➤ ନାଗରିକତା ସଂଶୋଧନ ଆଇନ ମାମଲା
➤ ଧନୁଷକୋଡି ମାମଲା

ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏସ୍ ଏ ବୋବଡେ

ଦେଶର ୪୭ତମ ପ୍ରଧାନ ବିଚାରପତିଭାବେ ଦେଶର ସେବା କରିଥିବା ଏସ୍ ଏ ବୋବଡେ ମଧ୍ୟ ଅଯୋଧ୍ୟା ମାମଲାରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ । ରାୟର ୯ ଦିନ ପରେ ଅର୍ଥାତ୍ ୧୮ ନଭେମ୍ବର, ୨୦୧୯ରେ ରଞ୍ଜନ ଗୋଗୋଇ ଅବସର ନେବା ପରେ ଏସ୍ ଏ ବୋବଡେ ଦେଶର ପ୍ରଧାନ ବିଚାରପତି ହୋଇଥିଲେ । ରଞ୍ଜନ ଗୋଗୋଇଙ୍କ ପରେ ସବୁଠାରୁ ବରିଷ୍ଠ ତମ ବିଚାରପତି ହୋଇଥିବାରୁ ତାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୨ ଏପ୍ରିଲ ୨୩ରେ ସେ ୧୭ ମାସ ପାଇଁ ଏହି ପଦରେ ରହିଥିଲେ । ତେବେ ଅବସର ପରେ ଏସଏସ ବୋବଡେ ଏଭଳି କୌଣସି ପଦ ଗ୍ରହଣ କରିନଥିଲେ । ମିଳିଥିବା ସୂଚନା ଅନୁଯାୟୀ, ବୋବଡେ ମୁମ୍ବାଇସ୍ଥିତ ମହାରାଷ୍ଟ୍ର ନ୍ୟାସନାଲ ଲ’ ୟୁନିଭର୍ସିଟି ଏବଂ ନାଗପୁରସ୍ଥିତ ନ୍ୟାସନାଲ ଲ’ ୟୁନିଭର୍ସିଟିର କୁଳପତିଭାବେ କାର୍ଯ୍ୟ କରୁଛନ୍ତି ।

ଶରଦ ଅରବିନ୍ଦ ବୋବଡେ ୧୯୫୬ ମସିହା ଏପ୍ରିଲ ୨୪ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ସେ ନାଗପୁର ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ହାସଲ କରିଥିଲେ । ସେ ୧୯୭୮ ରେ ମହାରାଷ୍ଟ୍ର ବାର୍ କାଉନସିଲରେ ଓକିଲ ଭାବରେ ନାମ ଲେଖାଇଥିଲେ । ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ୨୧ ବର୍ଷ କାର୍ଯ୍ୟ କରିଥିଲେ । ସେ ୧୯୯୮ ମସିହାରେ ଜଣେ ବରିଷ୍ଠ ଆଇନଜୀବୀ ହୋଇଥିଲେ ଏବଂ ମାର୍ଚ୍ଚ ୨୯, ୨୦ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ୨୦୧୨ ଅକ୍ଟୋବର ୧୬ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ୨୦୧୩ ଏପ୍ରିଲ ୧୨ତାରିଖରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ ।

 ଜଷ୍ଟିସ ବୋବଡେଙ୍କ ବିଷୟରେ କିଛି ରୋଚକ ତଥ୍ୟ:
 ସେ ଭାରତର ୪୭ତମ ପ୍ରଧାନ ବିଚାରପତି ଥିଲେ ।
 ସେ ମହାରାଷ୍ଟ୍ରର ପ୍ରଥମ ପ୍ରଧାନ ବିଚାରପତି ଥିଲେ ।
 ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି ଯିଏ କି ଆତ୍ମଜୀବନୀ ଲେଖିଥିଲେ ।
 ସେ ଜଣେ ଦକ୍ଷ ବକ୍ତା ଓ ଲେଖକ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ଜଷ୍ଟିସ ଚନ୍ଦ୍ରଚୂଡ଼ ବର୍ତ୍ତମାନ ଭାରତର ବର୍ତ୍ତମାନର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି । ଐତିହାସିକ ରାମ ମନ୍ଦିରକୁ ନେଇ ପ୍ରକାଶିତ ରାୟରେ ୨୦୧୯ରେ ଗଠିତ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମଧ୍ୟ ଏହା ଏକ ପ୍ରମୁଖ ଅଂଶ ଥିଲେ । ୟୁୟୁ ଲଳିତଙ୍କ ଅବସର ପରେ ତାଙ୍କୁ ଦେଶର ୫୦ତମ ମୁଖ୍ୟ ବିଚାରପତିଭାବେ ନିଯୁକ୍ତି ଦିଆଯାଇଛି । ରାମ ମନ୍ଦିର ରାୟ ଦେଇଥିବା ସୁପ୍ରିମକୋର୍ଟରେ ୫ ଜଣ ବିଚାରପତିଙ୍କ ମଧ୍ୟରୁ ସେ ହେଉଛନ୍ତି ଏକମାତ୍ର କାର୍ଯ୍ୟରତ ବିଚାରପତି । ସିଜେଆଇ ଚନ୍ଦ୍ରଚୂଡ଼ ଚଳିତ ବର୍ଷ ନଭେମ୍ବରରେ ଅବସର ନେବେ । ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ।

ଡକ୍ଟର ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଯଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ଭାରତର ୧୬ତମ ଏବଂ ଦୀର୍ଘତମ ପ୍ରଧାନ ବିଚାରପତି ଥିଲେ । ଚନ୍ଦ୍ରଚୂଡ଼ ମୁମ୍ବାଇର ସେଣ୍ଟ କୋଲୁମ୍ବା ସ୍କୁଲରୁ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ ।

୧୯୮୧ମସିହାରେ ତାଙ୍କୁ ବାରକୁ ମନୋନୀତ କରାଯାଇଥିଲା । ଜଣେ ଓକିଲ ଭାବରେ ଚନ୍ଦ୍ରଚୂଡ଼ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୮୬ରୁ ୧୯୯୮ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ଓକିଲ ଭାବରେ ଅଭ୍ୟାସ କରିଥିଲେ । ୧୯୯୮ମସିହାରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୦୦ମସିହାରେ ଚନ୍ଦ୍ରଚୂଡ଼ଙ୍କୁ ଆହ୍ଲାବାଦ ହାଇକୋର୍ଟର ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତିଭାବେ ନିଯୁକ୍ତି ପାଇଥିଲେ ।

ଏସ୍ ଅବଦୁଲ ନାଜିର

ରାୟ ଶୁଣାଇଥିବା ୫ ଜଣିଆ ଖଣ୍ଡପୀଠରେ ପରବର୍ତ୍ତୀ ନାମ ହେଉଛି ଏସ୍ ଅବଦୁଲ ନଜିର । ରାମ ମନ୍ଦିର ପ୍ରସଙ୍ଗରେ ରାୟ ଶୁଣାଇବା ପରେ ଅବଦୁଲ ନଜିର ୪ ବର୍ଷ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୨୩ ଜାନୁଆରି ୪ତାରିଖରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ୬ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଥିଲେ । ଅବସର ନେବାର ୨ ମାସ ମଧ୍ୟରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରାଯାଇଥିଲା । ବର୍ତ୍ତମାନ ସେ ଏହି ପଦବୀରେ ରହିଛନ୍ତି ।

ନଜିର ଜଣେ ଓକିଲ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ କର୍ଣ୍ଣାଟକ ହାଇକୋର୍ଟରେ ୧୦ ବର୍ଷ ପର୍ଯ୍ୟନ୍ତ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ୧୯୯୪ରେ ସେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଭାବେ ନିଯୁକ୍ତ ହୋଇଥିଲେ । ୨୦୧୨ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ନିଯୁକ୍ତି ପାଇଥିଲେ । ୨୦୧୭ରେ ସେ ସୁପ୍ରିମକୋର୍ଟର ବିଚାରପତିଭାବେ ନିଯୁକ୍ତ ହୋଇଥିଲେ ।

ଅବଦୁଲ ନାଜିରଙ୍କ କାର୍ଯ୍ୟକାଳ

➤ ସେ ୧୯୮୬ରୁ ୧୯୯୪ ପର୍ଯ୍ୟନ୍ତ କର୍ଣ୍ଣାଟକ ହାଇକୋର୍ଟରେ ଓକିଲ ଥିଲେ
➤ ୧୯୯୪ ରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି
➤ ୨୦୧୨ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି
➤ ୨୦୧୭ରେ ସୁପ୍ରିମକୋର୍ଟ ବିଚାରପତି
➤ ୨୦୨୩ରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ପୂର୍ବତନ ବିଚାରପତି ଅଶୋକ ଭୂଷଣ

ଅଯୋଧ୍ୟା ମାମଲାରେ ୫ ଜଣିଆ ଖଣ୍ଡପୀଠରେ ପୂର୍ବତନ ବିଚାରପତି ଅଶୋକ ଭୂଷଣଙ୍କ ପରବର୍ତ୍ତୀ ନାମ ରହିଛି । ରାମ ମନ୍ଦିର ପ୍ରସଙ୍ଗରେ ରାୟ ଶୁଣାଇବାର ପ୍ରାୟ ଦୁଇବର୍ଷ ପରେ ୨୦୨୧ ଜୁଲାଇ ୪ତାରିଖରେ ସେ ଅବସର ନେଇଥିଲେ । ଅବସର ନେବା ପରେ ପୂର୍ବତନ ବିଚାରପତି ଅଶୋକ ଭୂଷଣଙ୍କୁ କେନ୍ଦ୍ର ସରକାର ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ (ଏନସିଏଲଏଟି)ର ଅଧ୍ୟକ୍ଷ କରିଥିଲେ । ସେବେଠାରୁ ସେ ଏହି ପଦରେ ଅଛନ୍ତି ।

ଅଶୋକ ଭୂଷଣ ମଧ୍ୟ ଉତ୍ତରପ୍ରଦେଶର ଜୌନପୁରର ବାସିନ୍ଦା । ୨୦୧୬ରେ ସେ ସୁପ୍ରିମକୋର୍ଟର ବିଚାରପତିଭାବେ ପଦୋନ୍ନତି ପାଇଥିଲେ । ଏହା ପୂର୍ବରୁ ୨୦୦୧ ମସିହାରେ ସେ ଆହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ପାଇଥିଲେ । ୨୦୧୫ରେ ସେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ।