Categories
ଆଜିର ଖବର ରାଜ୍ୟ ଖବର

ନିରଞ୍ଜନ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ, ବୈଷୟିକ ହେଲେ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର- ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟ କରୁଥିବା ନିରଞ୍ଜନ ସେଠୀ ବୈଷୟିକ ନିର୍ଦ୍ଦେଶକ ଭାବେ ପଦନ୍ନୋତି ପାଇଛନ୍ତି।ବର୍ତ୍ତମାନ ସେ ଏହି ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ସେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉତରାଂଚଳ ଉପ ନିର୍ଦ୍ଦେଶ ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ସେ କାର୍ଯ୍ୟ କରିଥିଲେ। ମିଡିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ସେ ଗଣମାଧ୍ୟମ ଜଗତରେ ବେଶ ପରିଚିତ ହୋଇ ପାରିଛନ୍ତି । ରାଜ୍ୟ ସରକାରଙ୍କ ୫ଟି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଫଳରେ ଶ୍ରୀ ସେଠୀଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ଦକ୍ଷତାକୁ ଉପଲବ୍ଧି କରି ରାଜ୍ୟ ସରକାର ତାଙ୍କୁ ନିର୍ଦ୍ଦେଶକ ବୈଷୟିକ ଭାବେ ପଦନ୍ନୋତି ଦେଇଛନ୍ତି।