Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇସ୍ରାଏଲ ଉପରେ 180 କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ: ଭାରତୀୟଙ୍କ ସୁରକ୍ଷା ପାଇଁ ହେଲ୍ପଲାଇନ ନମ୍ବର ଜାରି

ଦିଲ୍ଲୀ: ଇରାନ ଏବଂ ଇସ୍ରାଏଲର ଆକ୍ରମଣ ହେତୁ ମଧ୍ୟ ପୂର୍ବରେ ଉତ୍ତେଜନା ବୃଦ୍ଧି ପାଇବାରେ ଭାରତ ମଧ୍ୟ ଚିନ୍ତିତ। ଇସ୍ରାଏଲରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ଚିନ୍ତିତ ଅଛି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ସେଠାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ସେ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ଏବଂ ସେମାନଙ୍କ ଦ୍ଵାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲଗୁଡିକ ପାଳନ କରିବାକୁ କହିଛନ୍ତି।

ଇସ୍ରାଏଲରେ ଭାରତୀୟ ଦୂତାବାସର ମାର୍ଗଦର୍ଶିକା:

ଇସ୍ରାଏଲ ଉପରେ ଇରାନର ଆକ୍ରମଣର ଧମକ ଦେବାର କିଛି ଘଣ୍ଟା ମଧ୍ୟରେ ଭାରତୀୟ ଦୂତାବାସ ମାର୍ଗଦର୍ଶିକା ଜାରି କରିଥିଲା।

ଇରାନର ଗଣମାଧ୍ୟମ ନିଶ୍ଚିତ କରିଛି ଯେ, ଇରାନ ଇସ୍ରାଏଲ ଉପରେ 180 ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏଥି ସହିତ ଇସ୍ରାଏଲର ସୁରକ୍ଷା ବାହିନୀ ଏହି ଆକ୍ରମଣକୁ ବିଫଳ କରୁଛି। ସେମାନେ କହିଛନ୍ତି ଯେ, ସେମାନଙ୍କ ନାଗରିକମାନେ ପୂର୍ବରୁ ବଙ୍କରରେ ଥିଲେ ଏବଂ ଆକ୍ରମଣରୁ ସୁରକ୍ଷିତ ଥିଲେ।

ଇସ୍ରାଏଲର ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି:

୨୪ ଘଣ୍ଟିଆ ସହାୟତା ପାଇଁ ଭାରତୀୟ ଦୂତାବାସ ମଧ୍ୟ ହେଲ୍ପଲାଇନ ନମ୍ବର ଜାରି କରିଛି। ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାଗରିକମାନେ ଏହି ନମ୍ବରକୁ କଲ କରିପାରିବେ। ମାର୍ଗଦର୍ଶିକାରେ କୁହାଯାଇଛି ଯେ, “ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଏହାର ସମସ୍ତ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଇସ୍ରାଏଲ୍ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। କୌଣସି ଜରୁରୀକାଳୀନ ପରିସ୍ଥିତିରେ ଦୂତାବାସର 24×7 ହେଲ୍ପଲାଇନ – + 972- 547520711 ଏବଂ + 972-543278392 ରେ ଯୋଗାଯୋଗ କରନ୍ତୁ।

ଆପଣ ଏହି ଇମେଲ୍ ID ରେ ମଧ୍ୟ ଯୋଗାଯୋଗ କରିପାରିବେ:

ଭାରତୀୟ ଦୂତାବାସ ମଧ୍ୟ ଏହାର ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ଇମେଲ ID – [email protected] ଅଂଶୀଦାର କରିଛି। ସେହି ଲୋକମାନଙ୍କ ପାଇଁ ଏକ ନିବେଦନ କରାଯାଇଛି ଯେଉଁମାନେ ଏପର୍ଯ୍ୟନ୍ତ ଦୂତାବାସରେ ପଞ୍ଜୀକୃତ ହୋଇନାହାଁନ୍ତି। ଏହି ବାର୍ତ୍ତା ସହିତ ଏକ ଫର୍ମ ମଧ୍ୟ ସଂଲଗ୍ନ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଉପରେ ବଡ଼ ଅଭିଯୋଗ ଆଣିଲେ ଇରାନର ସର୍ବୋଚ୍ଚ ନେତା: କଡ଼ା ଜବାବ ଦେଲା ଏମଇଏ

ନୂଆଦିଲ୍ଲୀ: ସୋମବାର ଦିନ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ ଭାରତ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ମୁସଲମାନମାନଙ୍କ ଉପରେ ଅତ୍ୟାଚାର ହେଉଥିବା ସେ ଅଭିଯୋଗ କରିଛନ୍ତି। ଭାରତ, ଗାଜା ଏବଂ ମିଆଁମାରରେ ମୁସଲମାନମାନଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ ଉଠାଇ ଖାମେନେଇ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ଅବସରରେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଇଛନ୍ତି।

ଖାମେନେଇ ମଧ୍ୟ ‘X’ ରେ ତାଙ୍କ ପୋଷ୍ଟରେ ଇସଲାମର ଶତ୍ରୁ ଦେଶ ଭଳି ଶବ୍ଦ ବ୍ୟବହାର କରିଛନ୍ତି। ‘ଏକ୍ସ’ ରେ ପୋଷ୍ଟ କରି ଆୟତୋଲ୍ଲା ଅଲି ଖାମେନେଇ କହିଛନ୍ତି ଯେ, “ଇସଲାମର ଶତ୍ରୁମାନେ ଆମକୁ ଇସଲାମିକ୍ ଉମ୍ମାହ ଭାବରେ ଆମର ସାଧାରଣ ପରିଚୟ ପ୍ରତି ଉଦାସୀନ କରିବାକୁ ଚେଷ୍ଟା କରିଛନ୍ତି। ମିଆଁମାର, ଗାଜା, ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ଗୋଟିଏ ମୁସଲମାନକୁ ହେଉଥିବା ପୀଡା ପାଇଁ ଅବଗତ ନ ହେଲେ ଆମେ ନିଜକୁ ମୁସଲମାନ ବୋଲି ଭାବିପାରିବା ନାହିଁ।

ବର୍ତ୍ତମାନ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ଏହି ଅଭିଯୋଗକୁ ନେଇ ଭାରତର ପ୍ରତିକ୍ରିୟା ମଧ୍ୟ ଆସିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଦୃଢ ଶବ୍ଦରେ ଜବାବ ଦେବା ସହ ତାଙ୍କ ବିବୃତ୍ତିକୁ ନିନ୍ଦା କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତର ସଂଖ୍ୟାଲଘୁମାନଙ୍କ ବିଷୟରେ ଇରାନର ସର୍ବୋଚ୍ଚ ନେତାଙ୍କ ମନ୍ତବ୍ୟକୁ ଆମେ ଦୃଢ ନିନ୍ଦା କରୁଛୁ। ଏଗୁଡିକ ଭୁଲ ତଥ୍ୟ ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ। ସଂଖ୍ୟାଲଘୁ ଉପରେ ଟିପ୍ପଣୀ ଦେଉଥିବା ଦେଶକୁ ଗୋଟିଏ ପରାମର୍ଶ ଦିଆଯାଉଛି ଯେ, ଅନ୍ୟକୁ ଟିପ୍ପଣୀ ଦେବା ପୂର୍ବରୁ ନିଜର ଇତିହାସ ଦେଖନ୍ତୁ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ହିଜାବ ପିନ୍ଧିନଥିବାରୁ ମହିଳାଙ୍କ ଉପରକୁ ପୋଲିସର ଗୁଳି ମାଡ଼, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଇରାନର ଜଣେ ମହିଳା ହିଜାବ ନିୟମ ଉଲ୍ଲଂଘନ କରି ପୋଲିସ ଗୁଳିର ଶିକାର ହୋଇଛନ୍ତି। ଗତ ମାସରେ ଏହି ଘଟଣା ଘଟିଛି। ଏହି ୩୧ ବର୍ଷିୟା ବୟସ୍କା ମହିଳା ତାଙ୍କ କାରରେ ପଳାଇବାକୁ ଚେଷ୍ଟା କରୁଥିଲେ କାରଣ ସେ ଭାବିଥିଲେ ଯେ ପୋଲିସ ତାଙ୍କ କାରକୁ ଜବତ କରିବାକୁ ଚାହୁଁଛି। କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ଗାଡି ଚଳାଇବା ସମୟରେ ସେ କେଶ ଦେଖାଇ ଇରାନର ହିଜାବ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ କାରକୁ ଜବତ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା।

ଆସୋସିଏଟେଡ୍ ପ୍ରେସ ରିପୋର୍ଟ ଅନୁଯାୟୀ ଏହି ମହିଳା ଜଣଙ୍କ ଅରେଜୁ ବଦ୍ରି ବୋଲି ଜଣାପଡିଛି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ମହିଳାଙ୍କ ମେରୁଦଣ୍ଡରେ ଗୁଳି ବାଜିଛି, ଯାହାଫଳରେ ସେ ଚାଲିବାକୁ ଅସମର୍ଥ। ବର୍ତ୍ତମାନ ସେ ପୋଲିସ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ, ଦୁଇ ବର୍ଷ ପୂର୍ବେ ସେହି ସମୟରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପରେ ସାରା ଦେଶରେ ମହିଳା ଅଧିକାର ତଥା ଦେଶର ଗଣତନ୍ତ୍ର ବିରୋଧରେ ବିରୋଧ ଆରମ୍ଭ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ଦିବସରେ ପାକିସ୍ତାନର କୁମ୍ଭୀର କାନ୍ଦଣା: ଭାରତ, ଇରାନ ଆଉ ଆଫଗାନିସ୍ତାନକୁ ଦେଲା ଚେତାବନୀ

ନୂଆଦିଲ୍ଲୀ: ଆଜି ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏଭଳି ପରିସ୍ଥିତିରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଯଦି ତାଙ୍କ ଦେଶ ଉପରେ କୌଣସି ପ୍ରକାର ଆକ୍ରମଣ ହୁଏ, ତେବେ ପାକିସ୍ତାନ ଏହାର ପ୍ରତିଶୋଧ ନେବ ବୋଲି ସେ ଧମକ ଦେଇଛନ୍ତି। ଏହି ଧମକ ସିଧାସଳଖ ଭାରତ, ଆଫଗାନିସ୍ତାନ ଏବଂ ଇରାନ ପାଇଁ ବିଚାର କରାଯାଉଛି, କାରଣ ଏହି ଦେଶଗୁଡିକ ସହିତ ପାକିସ୍ତାନର ବିବାଦ ଲାଗି ରହିଛି।

ଆମ ବିରୁଦ୍ଧରେ ଯୁଦ୍ଧ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ପାଇଁ ଆମର ପ୍ରତିଶୋଧ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବ ବୋଲି ସେନା ମୁଖ୍ୟ କହିଛନ୍ତି। ସ୍ୱାଧୀନତା ପରେଡକୁ ସମ୍ବୋଧିତ କରିବାବେଳେ ମୁନିର୍ ଏହି ବିବୃତ୍ତି ଦେଇଛନ୍ତି। ମୁନିର ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନର ଲୋକମାନେ ଏବଂ ଏହାର ସୁରକ୍ଷା ବାହିନୀ କେବେ ପଛକୁ ଫେରିବେ ନାହିଁ ଏବଂ କାହାକୁ ଦେଶ ଉପରେ ଅଶୁଭ ଦ୍ରୁଷ୍ଟି ପକାଇବାକୁ ଦେବେ ନାହିଁ।

ପାକିସ୍ତାନ ବର୍ତ୍ତମାନ ଟିଟିପି ଆତଙ୍କବାଦୀଙ୍କ ଦ୍ୱାରା ଅସୁବିଧାରେ ପଡିଛି। ତାଲିବାନର ସମର୍ଥନ ରହିଛି ଟିଟିପି। ସେଥିପାଇଁ ଆଫଗାନିସ୍ତାନକୁ ନେଇ ପାକିସ୍ତାନ ଅସନ୍ତୁଷ୍ଟ, କାରଣ ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଲିବାନ ପାକିସ୍ତାନକୁ ସାହାଯ୍ୟ କରୁନାହିଁ। ଏଥି ସହିତ ପାକିସ୍ତାନ ଚୀନ୍, ସାଉଦି ଆରବ, ୟୁଏଇ, କତାର ଏବଂ ତୁର୍କୀକୁ ପ୍ରଶଂସା କରିଛି। ସେନା ମୁଖ୍ୟ କହିଛନ୍ତି ଯେ, ଆମେ ଆଫଗାନିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛୁ।

ଭାରତକୁ ମଧ୍ୟ ଦେଖାଇଲା ଆଖି:

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ମଧ୍ୟ ଭାରତ ଉପରେ ଆଖି ଦେଖାଇଛି। ମୁନିର କାଶ୍ମୀର ଏବଂ ପାଲେଷ୍ଟାଇନ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଭାରତର କାଶ୍ମୀର ବିଷୟରେ ସେ କହିଛନ୍ତି ଯେ, ଜାତିସଂଘର ସଂକଳ୍ପରେ ସେମାନଙ୍କର ଅଧିକାର ପାଇଁ ଆମେ ସେମାନଙ୍କ ସହ ଦୃଢ ଭାବରେ ଠିଆ ହୋଇ କାଶ୍ମୀରର ସାହସୀ ଲୋକଙ୍କୁ ଆମର ନୈତିକ ସମର୍ଥନ ନିଶ୍ଚିତ କରୁଛୁ। ଗାଜାବାସୀଙ୍କ ପ୍ରତି ଇସ୍ରାଏଲର ଅତ୍ୟାଚାରର ଗମ୍ଭୀରତାକୁ ବୁଝିବାକୁ ମଧ୍ୟ ଆହ୍ଵାନ ଦିଆଯାଇଛି। ସେ ଏ ସମ୍ପର୍କରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇବ୍ରାହିମ ରାଇସିଙ୍କ ମୃତ୍ୟୁକୁ ନେଇ ଭାରତରେ ରାଷ୍ଟ୍ରୀୟ ଶୋକ, ସରକାରୀ ଉତ୍ସବ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ରବିବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏହା ଉପରେ ଭାରତ ସରକାର ଆସନ୍ତାକାଲି ଅର୍ଥାତ ମଇ ୨୧ ତାରିଖରେ ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଦିବଙ୍ଗତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ୨୧ ତାରିଖ ଦିନ ସମଗ୍ର ଭାରତରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ହେବ। କୌଣସି ସରକାରୀ ମନୋରଞ୍ଜନ ହେବ ନାହିଁ।

ପ୍ରକୃତରେ, ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ରବିବାର ଦିନ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ବନ୍ଧର ଉଦଘାଟନ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ତାଙ୍କ ସୁରକ୍ଷାରେ ଥିବା ଦୁଇଟି ହେଲିକପ୍ଟର ନିରାପଦରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଇରାନର ସୁରକ୍ଷା ବାହିନୀ ଏବଂ ଉଦ୍ଧାର ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା।

ଇରାନର ଉତ୍ତର-ପଶ୍ଚିମ ଭାଗର ପାର୍ବତ୍ୟ ଅଞ୍ଚଳରେ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ସନ୍ଧାନ ମିଳିପାରିନଥିଲା। ତେବେ ଆଜି ସକାଳେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁକୁ ଇରାନ ନିଶ୍ଚିତ କରିଛି। ଇରାନ କହିଛି ଯେ, ହେଲିକପ୍ଟରରେ ଯାତ୍ରା କରୁଥିବା ରାଷ୍ଟ୍ରପତି ରାଇସିଙ୍କ ସମେତ ୯ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖରାପ ପାଗ ଦୁର୍ଘଟଣା ପଛର କାରଣ ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତିଙ୍କ ଦେହାନ୍ତ: ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ରବିବାର ଦିନ ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ଏଥିରେ ମୃତ୍ୟୁ ବରଣ କରିଥିଲେ।

ଗତ ସନ୍ଧ୍ୟାରେ ଅଜରବୈଜାନ ନିକଟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ୍ ଅମୀର ଅବଦୁଲ୍ଲାହିୟାନଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ଘନ ଜଙ୍ଗଲ ଏବଂ ପାହାଡ ଥିବା ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସର୍ଚ୍ଚ ପାଇଁ ଇରାନ ସରକାର ୪୦ ଟି ଦଳ ଗଠନ କରିଥିଲେ। ସର୍ବୋଚ୍ଚ ନେତା ଖାମେନେଇ ଇରାନରେ ଏକ ଜରୁରୀ ବୈଠକ କରିଥିଲେ। ରିଭୋଲ୍ୟୁସନାରୀ ଗାର୍ଡଙ୍କୁ ମଧ୍ୟ ସତର୍କ କରାଯାଇଥିଲା। ସେନା ମୁଖ୍ୟ ମହମ୍ମଦ ବାଘେରି ସେନାକୁ ସତର୍କ କରାଇଥିଲେ। ପ୍ରମୁଖ ସହରରେ ବୁସିଜ୍ ଫୋର୍ସ ମୁତୟନ କରାଯାଇଥିଲା।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଲ ୨୧୨ ହେଲିକପ୍ଟର ଆମେରିକାରେ ତିଆରି ହୋଇଥିଲା। ଇରାନ ରାଷ୍ଟ୍ରପତି ବେଲ ୨୧୨ ହେଲିକପ୍ଟରରେ ଥିଲେ। ବେଲ୍ ୨୧୨ ହେଉଛି ଦୁଇଟି ବ୍ଲେଡ୍ ମଧ୍ୟମ ଆକାରର ହେଲିକପ୍ଟର। ପାଇଲଟଙ୍କ ସମେତ ୧୫ ଜଣ ଲୋକ ଏଥିରେ ଯାତ୍ରା କରିପାରିବେ।

ହେଲିକପ୍ଟରରେ କିଏ କିଏ ଯାତ୍ରା କରୁଥିଲେ?:

ରାଷ୍ଟ୍ରପତି ଇବ୍ରାହିମ ରାଇସି

ବୈଦେଶିକ ମନ୍ତ୍ରୀ ହୁସେନ୍ ଅମୀର ଅବଦୁଲ୍ଲାହିୟାନ୍

ପୂର୍ବ ଅଜରବୈଜାନର ରାଜ୍ୟପାଳ ମଲିକ ରହମତୀ

ଧାର୍ମିକ ନେତା ଅୟାତୁଲ୍ଲା ଅଲ ହାସିମ

ପାଇଲଟ୍, ସହ-ପାଇଲଟ୍, କ୍ରୁ ଚିଫ୍

ସୁରକ୍ଷା ମୁଖ୍ୟ, ବଡିଗାର୍ଡ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଏବଂ ଇରାନ ହେଲେ ଏକାଠି!: ଏହି ବଡ ଚୁକ୍ତି ପରେ ଚୀନ୍-ପାକିସ୍ତାନର ହଜିବ ନିଦ

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ନିର୍ବାଚନ ଋତୁତୁରେ ଇରାନ ସହ ଚୁକ୍ତି କରିବାକୁ ଭାରତ ପ୍ରସ୍ତୁତ ଅଛି। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦରର ପରିଚାଳନା ଦାୟିତ୍ଵ ଭାରତ ନେବ। ଏହି ଚୁକ୍ତିନାମା ଭାରତ ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୌଗଳିକ ରାଜନୈତିକ ସ୍ତରରେ ଦେଖାଯାଉଛି।

ଖବର ଅନୁଯାୟୀ, ଚୁକ୍ତିନାମା ସ୍ୱାକ୍ଷର କରିବାକୁ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଖୁବ ଶୀଘ୍ର ଇରାନ ଗସ୍ତ କରିବାକୁ ଯାଉଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତ ଏକ ବିଦେଶୀ ବନ୍ଦରର ପରିଚାଳନା ଦାୟିତ୍ଵ ଗ୍ରହଣ କରିବ। ଏହା ସହିତ ଭାରତ ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ୟୁରୋପ ସହିତ ସଂଯୋଗ କରିବାକୁ ସକ୍ଷମ ହେବ।

ଚୀନ୍ କୁ ଭାରତର ଜବାବ:

ଏହା ବ୍ୟତୀତ ଏହା ପାକିସ୍ତାନର ଗ୍ୱାଦର ବନ୍ଦର ଏବଂ ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ର ଜବାବ ଭାବରେ ମଧ୍ୟ ଦେଖାଯାଉଛି। ରୁଷ-ଇରାନ ଏବଂ ଭାରତ ମଧ୍ୟ ଏକ ଉଚ୍ଚାଭିଳାଷୀ ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର (INSTC) ରେ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ସହିତ ଭାରତ ପାକିସ୍ତାନକୁ ଅତିକ୍ରମ କରି ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହିତ ସିଧାସଳଖ ସଂଯୋଗ କରିବ।

ଅନେକ ବର୍ଷ ଧରି କାମ ଚାଲିଥିଲା:

ଏପ୍ରିଲରେ ବଙ୍ଗୋପସାଗରରେ ମିଆଁମାରର ସିଟୱେ ବନ୍ଦରର ଦାୟିତ୍ଵ ନେବାକୁ ଭାରତ ପୋର୍ଟ ଗ୍ଲୋବାଲ୍ ର ପ୍ରସ୍ତାବକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁମୋଦନ କରିଥିଲା। ବିଶେଷଜ୍ଞମାନେ ବିଶ୍ଵାସ କରନ୍ତି ଯେ, ନିର୍ବାଚନ ସମୟରେ ସୋନୋୱାଲଙ୍କ ଗସ୍ତ ଏହି ଚୁକ୍ତିନାମାର ଗୁରୁତ୍ୱକୁ ଦର୍ଶାଉଛି। ଭାରତ ବହୁ ବର୍ଷ ଧରି ଏହା ଉପରେ କାର୍ଯ୍ୟ କରୁଥିଲା।

ପଶ୍ଚିମ ଏସିଆରେ ସାମ୍ପ୍ରତିକ ସଙ୍କଟକୁ ଦୃଷ୍ଟିରେ ରଖି ଏହି ଗସ୍ତକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ସଙ୍କଟ ଯୋଗୁଁ ଅନେକ ପ୍ରମୁଖ ବାଣିଜ୍ୟ ମାର୍ଗ ପ୍ରଭାବିତ ହୋଇଛି। ଗତ ବର୍ଷ ଅଗଷ୍ଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।

Categories
ଜାତୀୟ ଖବର

ଆରବ ସାଗରରେ ପୁଣି ଶକ୍ତି ଦେଖାଇଲା ଭାରତୀୟ ନୌସେନା, ୨୦ ପାକିସ୍ତାନୀଙ୍କ ପାଇଁ ଦେବ ଦୂତ ସାଜିଲେ ଯବାନ

ନୂଆଦିଲ୍ଲୀ: ଭାରତୀୟ ନୌସେନା କ୍ରମାଗତ ଭାବରେ ଆରବ ସାଗରର ଅନ୍ୟ ଦେଶମାନଙ୍କୁ ସହାୟତା ଯୋଗାଉଛି। ବେଳେବେଳେ ଡକାୟତି କାରଣରୁ କିମ୍ବା ବେଳେବେଳେ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିରେ, ଯେକୌଣସି ପରିସ୍ଥିତିରେ ସୂଚନା ପାଇବା ମାତ୍ରେ ଆବଶ୍ୟକ ସହାୟତା ଯୋଗାଇଥାଏ। ଏହିପରି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏଥିରେ, ଭାରତୀୟ ନୌସେନା ଏକ ଜରୁରୀକାଳୀନ ଆହ୍ଵାନର ଜବାବ ଦେଇ ୨୦ ଜଣ ପାକିସ୍ତାନୀ କ୍ରୁ ସଦସ୍ୟଙ୍କୁ ନେଇ ଏକ ଇରାନର ମତ୍ସ୍ୟଜୀବୀ ଜାହାଜକୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିଲା। ଏଥିରେ ଚାଳକ ଦଳରୁ ଜଣେ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଥିଲେ।

ନୌସେନା ଆଜି) ଏକ ବିବୃତ୍ତି ଜାରି କରି କହିଛି ଯେ, ଆରବ ସାଗରରେ ଡକାୟତି ରୋକିବା ପାଇଁ ନିୟୋଜିତ ହୋଇଥିବା ଜରୁରୀକାଳୀନ ଆହ୍ଵାନକୁ ତୁରନ୍ତ ଜବାବ ଦେବା ପାଇଁ ନିୟୋଜିତ ଆଇଏନଏସ ସୁମେଧା ମିଶନ ଇରାନର ଏକ ଜାହାଜକୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସହାୟତା ଯୋଗାଇ ଦେଇଛି। ଏହି ଜାହାଜରେ୨୦ ଜଣ ପାକିସ୍ତାନୀ କର୍ମଚାରୀ ଥିଲେ।

 

ନୌସେନା କହିଛି ଯେ ପାଟ୍ରୋଲିଂ ଜାହାଜ ଆଇଏନଏସ ସୁମେଧା-୩୦ ମିଶନ ଏପ୍ରିଲରେ ଏହି ସହାୟତା ପ୍ରଦାନ କରିଛି। ଆମର ଏକ ଡାକ୍ତରୀ ବିଶେଷଜ୍ଞ ଦଳ ଇରାନ ଜାହାଜରେ ଚଢି ଜଣେ କ୍ରୁ ସଦସ୍ୟଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କଲେ। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। କିଛି ସମୟ ପରେ ସେ ଚେତା ଫେରି ପାଇଲେ। ବାୟୁସେନା ନିଜର ବିବୃତ୍ତିରେ କହିଛି ଯେ, ଆରବ ସାଗରରେ ନିୟୋଜିତ ଭାରତୀୟ ନୌସେନାର ୟୁନିଟ୍ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ନାବିକମାନଙ୍କ ସୁରକ୍ଷା ତଥା ସହାୟତା ପ୍ରତି ଦୃଢ ପ୍ରତିବଦ୍ଧତାର ପ୍ରତୀକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାନ ଦ୍ୱାରା ଜବତ ମାଲବାହୀ ଜାହାଜରେ ଜଣେ ମହିଳା ସମେତ ଅଛନ୍ତି ୧୭ ଭାରତୀୟ

ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଇରାନ ଜବତ କରିଥିବା ଏକ ଇସ୍ରାଏଲ୍ ମାଲବାହୀ ଜାହାଜରେ ୧୭ ଜଣ ଭାରତୀୟଙ୍କ ମଧ୍ୟରେ କେରଳର ଜଣେ ମହିଳା ଅଛନ୍ତି। ମହିଳା ଏଣ୍ଟେସା ଜୋସେଫଙ୍କ ପରିବାର ଟିଭି ଚ୍ୟାନେଲରେ ପ୍ରସାରିତ ଏକ ଭିଡିଓରେ କହିଛନ୍ତି ଯେ, ଜାହାଜର କର୍ମଚାରୀମାନଙ୍କ ମଧ୍ୟରେ ଏଣ୍ଟେସା ମଧ୍ୟ ଅଛନ୍ତି, କିନ୍ତୁ କେରଳ ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରଣାଳୟକୁ ଲେଖିଥିବା ଚିଠିରେ ତାଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରଥମେ ମହିଳାଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ନାହିଁ। ଅଧିକାରୀ କହିଛନ୍ତି ଯେ, ଯେତେବେଳେ ସେ ଏହା ବିଷୟରେ ଜାଣିଲେ ସେତେବେଳେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ, ଏନଓଆରକେଏ କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଡିଓରେ ମହିଳାଙ୍କ ବାପା କହିଛନ୍ତି ଯେ, ଚିଠିରେ ତାଙ୍କ ଝିଅର ନାମ ନଥିବା ଯୋଗୁଁ ତାଙ୍କୁ ଯନ୍ତ୍ରଣା ଦେଇଛି ଏବଂ ଏହା ତାଙ୍କ ଉପରେ ମାନସିକ ଓ ଭାବନାତ୍ମକ ପ୍ରଭାବ ପକାଇଛି।

ବାପା କହିଛନ୍ତି ଯେ, ‘ସେ ପ୍ରତିଦିନ ସକାଳେ ନିୟମିତ ଫୋନ କରୁଥିଲେ। ପରଦିନ ଯେତେବେଳେ ଏହା ଘଟିଲା ନାହିଁ, ଆମେ ତାଙ୍କୁ ଫୋନ କରିବାକୁ ଚେଷ୍ଟା କଲୁ, କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରିଲୁ ନାହିଁ। ତା’ପରେ ଅପରାହ୍ନରେ ଜାହାଜର ମାଲିକ କମ୍ପାନୀ ଫୋନ୍ କରି କ’ଣ ହେଲା ତାହା ଜଣାଇଲେ। ଏହି ସମୟରେ ଇରାନ କହିଛି ଯେ, ତେହେରାନ ଭାରତ ଅଧିକାରୀମାନଙ୍କୁ ମାଲବାହୀ ଜାହାଜରେ ଥିବା ୧୭ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଭେଟିବାକୁ ଅନୁମତି ଦେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

“ଇସ୍ରାଏଲ୍ ଶକ୍ତିଶାଳୀ”: ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଛି। ଏହା ସମଗ୍ର ବିଶ୍ୱରେ ଟେନସନ ସୃଷ୍ଟି କରିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ଏବେ ଏକ ଭିନ୍ନ ଦିଗକୁ ଯାଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଇସ୍ରାଏଲ ଶକ୍ତିଶାଳୀ, ଆମର ସେନା ଶକ୍ତିଶାଳୀ ଏବଂ ଆମ ଦେଶର ଲୋକମାନେ ମଧ୍ୟ ଶକ୍ତିଶାଳୀ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭିଡିଓ ମାଧ୍ୟମରେ ସମ୍ବୋଧିତ କରିବାବେଳେ ସେ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଏକାଠି ମିଶି ଏହାର ସାମ୍ନା କରିବୁ।

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କହିଛି ଯେ, ଏହା ଶନିବାର ଦିନ ଇସ୍ରାଏଲ ଉପରେ ଡଜନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଆଇଡିଏଫ ନିଶ୍ଚିତ କରିଛି ଯେ, ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ବର୍ତ୍ତମାନ ଇସ୍ରାଏଲ୍ ବାୟୁସେନାର ଅନେକ ବିମାନ ଷ୍ଟାଣ୍ଡବାଇରେ ଅଛି, ଆମେ କୌଣସି ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ।

ଆମେରିକା, ଫ୍ରାନ୍ସ, ବ୍ରିଟେନ ସମେତ ଅନେକ ଦେଶ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଇସ୍ରାଏଲ ଏକ ଶକ୍ତିଶାଳୀ ଦେଶ। ଆମର ସୈନ୍ୟ ମଧ୍ୟ ଶକ୍ତିଶାଳୀ। ଆମର ଲୋକମାନେ ମଧ୍ୟ ଶକ୍ତିଶାଳୀ। ଭଗବାନଙ୍କ ସାହାଯ୍ୟରେ ଆମେ ସାହସର ସହିତ ସାମ୍ନା କରିବୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସମ୍ଭାବ୍ୟ ଯୁଦ୍ଧକୁ ନେଇ ଭାରତ ସତର୍କ: ଇରାନ ଆକାଶ ମାର୍ଗରେ ଉଡିବ ନାହିଁ ଏୟାର ଇଣ୍ଡିଆ ବିମାନ!

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ଧମକକୁ ଦୃଷ୍ଟିରେ ରଖି ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଇରାନର ଆକାଶ ମାର୍ଗ ଦେଇ ଯିବ ନାହିଁ। ଏଥିପାଇଁ ପଶ୍ଚିମ ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆର ବିମାନଗୁଡିକ ୨ ଘଣ୍ଟା ଅଧିକ ସମୟ ନେଇପାରେ। ଆହୁରି ମଧ୍ୟ ଖବର ଅଛି ଯେ, ଏୟାର ଇଣ୍ଡିଆ ବିମାନରେ ଅଧିକ ଇନ୍ଧନ ଲୋଡ୍ କରିବାକୁ ପଡିବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଭଡା ବୃଦ୍ଧି କରାଯାଇ ନାହିଁ।

ରାନ-ଇସ୍ରାଏଲ୍ ଅଞ୍ଚଳକୁ ନ ଯିବା ଲାଗି ନାଗରିକମାନଙ୍କୁ ପରାମର୍ଶ:

ସିରିଆର ରାଜଧାନୀ ଦସ୍ମିକରେ ଥିବା ଇରାନର ଦୂତାବାସ ବିଲ୍ଡିଂ ଉପରେ ଇସ୍ରାଏଲର ଆକ୍ରମଣଜନିତ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନିଆଁରେ ଜଳୁଛି। ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି। ଇରାନ ପ୍ରତିଶୋଧ ନେବା ପାଇଁ ଘୋଷଣା କରିସାରିଛି। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ ଏବଂ ଆମେରିକା ମଧ୍ୟ ସତର୍କ ଅଛନ୍ତି। ଆମେରିକା ମଧ୍ୟ ବିଶ୍ୱାସ କରେ ଯେ, ଇରାନ ଯେକୌଣସି ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ଏହି ସମୟରେ ଭାରତ, ଫ୍ରାନ୍ସ ଏବଂ ରୁଷ ଭଳି ଦେଶ ନିଜ ନାଗରିକମାନଙ୍କୁ ଏହି ଅଞ୍ଚଳକୁ ନ ଯିବାକୁ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆର ବିମାନ ମଧ୍ୟ ଇରାନର ଆକାଶ ମାର୍ଗ ଦେଇ ଯିବ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାନ୍‌ ନୌସେନାର ସମରାଭ୍ୟାସ ସମୟରେ ପ୍ରାଣ ହରାଇଲେ 19 ନାବିକ

ତେହେରାନ୍‌ : ଇରାନ୍‌ ନୌସେନାର ସମରାଭ୍ୟାସ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ସମରାଭ୍ୟାସ ସମୟରେ ଏକ ମିସାଇଲ୍‌ ମାଡରେ ଏକ ଜାହାଜ ଧ୍ବଂସ ପାଇଯିବା ସହିତ 19 ଜଣ ନାବିକ ପ୍ରାଣ ହରାଇଛନ୍ତି । ସୋମବାର ଏହି ଭୟାନକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ଚଳପ୍ରଚଳ କରୁଥିବା ଜାହଜକୁ ଲକ୍ଷ୍ୟଭେଦ କରିବାର ଥିବା ବେଳେ ଭୁଲ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ କାରଣରୁ 19 ଜଣ ନାବିକଙ୍କ ଦେହାନ୍ତ ଘଟିଥିଲା । ଏହି ଜାହାଜଟି କେଉଁ ଦେଶର ଏବଂ ନାବିକ ମାନଙ୍କର ପରିଚୟ ମିଳିନଥିବା ବେଳେ ଆମେରିକା ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 988 ଛୁଇଁଲା

ତେହେରାନ୍‌ : ଚୀନ୍‌ ପରେ ଇଟାଲୀ ଏବଂ ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । କୋରୋନା ପ୍ରଭାବରୁ ଚୀନ୍‌ ଧୀରେ ଧୀରେ ମୁକ୍ତ ହେଉଥିବା ବେଳେ ଇରାନ୍‌ରେ ଏହା ସଙ୍କଟଜନକ ପରସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଇରାନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇରାନ୍‌ରେ ମୃତ୍ୟୁ ସଂଖ୍ୟା 988 ଛୁଇଁଛି । ଏହି ସମୟ ମଧ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 16169ରେ ପହଞ୍ଚିଥିବା ବେଳେ 5389 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଇରାନ୍‌ରେ ସମୁଦାୟ 1.4 କୋଟି ଲୋକଙ୍କର ସ୍କ୍ରିନିଂ ହୋଇଥିବା ନେଇ ଇରାନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ସଇଦ୍‌ ନାମାକି ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 724ରେ ଛୁଇଁଲା

ତେହେରାନ୍‌ : ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 724ରେ ପହଞ୍ଚିଛି । ରବିବାର ନୂତନ ଭାବରେ 113 ଜଣ ଲୋକ ପ୍ରାଣ ହରାଇଛନ୍ତି । ରବିବାର ସୁଦ୍ଧା ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ପହଞ୍ଚିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଟାଲୀ ଏବଂ ଇରାନ୍‌ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇରାନ ନାଗରିକଙ୍କୁ ନିଜର ବିଦେଶ ଗସ୍ତ ବାତିଲ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ର ରକେଟ୍‌ ମାଡ : 4 ଆହତ

ତେହେରାନ୍‌ : ପୁନର୍ବାର ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଏହି ରକେଟ୍‌ ମାଡରେ 4 ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି । ଇରାକର ଅଲ୍‌ ବାଲାଡ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ 8ରୁ ଅଧିକ ରକେଟ୍‌ ମାଡ କରାଯାଇଥିଲା । ଇରାନ୍‌ ପକ୍ଷରୁ କାଟ୍ୟୁଶା ରକେଟ୍‌ ମାଡ କରାଯାଇଥିବା ନେଇ ଇରାକୀ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଇରାକୀ ସେନା ଏବଂ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି । ଇରାନ୍‌ ପକ୍ଷରୁ ଆକ୍ରମଣ ସମ୍ଭାବନା ରହିଥିବାରୁ ଆମେରିକା ପକ୍ଷରୁ ଅଲ୍‌ ବାଲାଡ୍‌ ଏୟାର ବେସ୍‌ରୁ ସମସ୍ତ ସୈନ୍ୟ ଏବଂ ବିମାନକୁ ଟାଜି ଏବଂ ଏର୍‌ବିଲ୍‌କୁ ସ୍ଥାନାନ୍ତର କରାଯାଇଛି । ଅଲ୍‌ ବାଲାଡ୍‌ରେ ମାତ୍ର 15 ଜଣ ଆମେରିକୀୟ ସୈନ୍ୟ ଏବଂ ଗୋଟିଏ ବିମାନ ରହିଛି । ଉଲ୍ଲେଖଯୋଗ୍ୟ ଯେ, 4 ଦିନ ପୂର୍ବରୁ ଇରାନ୍‌ ପକ୍ଷରୁ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ଅବସ୍ଥାପିତ ଆମେରିକୀୟ ଦୂତାବାସ ଉପରକୁ ରକେଟ ମାଡ କରାଯାଇଥିଲା । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟୁକ୍ରେନ୍‌ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇଥିବା କଥା ସ୍ୱୀକାର କଲା ଇରାନ୍‌

ଇରାନ୍ : ଆମେରିକା ଓ ଇରାନ୍‌ର ଚାଲିଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନ୍‌ ବିମାନକୁ ନେଇ ଇରାନ୍‌ ଏକ ଘୋଷଣାନାମା ଜାରି କରିଛି । ଇରାନ ସେନା ଏକ ବୟାନ ଜାରି କରି କହିଛନ୍ତି ଯେ, ମାନବୀୟ ତ୍ରୁଟି ଯୋଗୁଁ ୟୁକ୍ରେନ୍‌ ଯାଉଥିବା ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦିଆଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ 8 ତାରିଖରେ ଇରାନରେ ୟୁକ୍ରେନ୍‌ରେ ଏହି ବିମାନ ଧ୍ବଂସ ହୋଇଥିଲା । ଏଥିରେ ରହିଥିବା ସମସ୍ତ ୧୭୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଇରାନ୍‌ ଏ ବିଷୟରେ ବିବୃତ୍ତି ଦେବା ସହ ଏଥିପାଇଁ ‘ମାନବୀୟ ତ୍ରୁଟି’କୁ ଦାୟୀ କରିଛି।  ଏହି ସମ୍ପର୍କରେ ଟୁଇଟ୍‌ କରି ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଓ୍ବେଦ୍‌ ଜାଫ୍ରି କହିଛନ୍ତି ଯେ, ଏହା ଏକ ଦୁଃଖଦ ଦିନ । ଆମ ସଶସ୍ତ୍ର ସେନାର ତ୍ରୁଟି ଯୋଗୁଁ ଏଭଳି ଏକ ବଡ ଦୁର୍ଘଟଣ ଘଟିଗଲା । ଏଥିପାଇଁ ଆମେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷମା ଯାଚନା  କରିଛନ୍ତି ।  (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାନ୍‌ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲରେ ଧ୍ବଂସ ହୋଇଥିଲା ୟୁକ୍ରେନ୍‌ ବିମାନ

ତେହେରାନ୍‌ : ଦୁଇ ଦିନ ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ୟୁକ୍ରେନ୍‌ ଏୟାରଲାଇନ୍ସ ବିମାନର ସତ୍ୟତା ସମ୍ମୁଖକୁ ଆସିଛି । ଇରାନ୍‌ର ଏକ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ୍‌ ବିମାନ ଧ୍ବଂସର କାରଣ ବୋଲି ଜଣାପଡିଛି । ବୁଧବାର ଘଟିଥିବା ବିମାନ ଦୁର୍ଘଟଣାରେ 176 ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା । ପେଣ୍ଟାଗନ୍‌ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଋଷିଆରେ ନିର୍ମିତ ଟୋର୍‌-ଏମ୍‌1 କ୍ଷେପଣାସ୍ତ୍ର ଦ୍ବାରା ବିମାନଟିକୁ ଆକ୍ରମଣ କରାଯାଇଥିବା ନେଇ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଇରାନ ସେନାଧ୍ୟକ୍ଷ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍‌ ପକ୍ଷରୁ ଏହି ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ ତୟାର ରଖାଯାଇଥିଲା । ଇରାନ୍‌ ସୀମାରେ ୟୁକ୍ରେନୀୟ ବିମାନ ଦେଖାଦେବା ପରେ ଏହାକୁ ଇରାନ ପକ୍ଷରୁ ଖସାଇ ଦିଆଯାଇଥିଲା । ଏହି ଆକ୍ରମଣ ପରେ ହସନ ରୁହାନୀଙ୍କ ଟ୍ବିଟ୍‌ ପରେ ଇରାନ୍‌ ଏହି ଆକ୍ରମଣରେ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଥିଲା । (ଏଜେନ୍ସୀ)

Categories
ଆଜିର ଖବର

ନିବେଶକଙ୍କୁ ଆଶ୍ବସ୍ତି : ସେନସେକ୍ସରେ 400 ପଏଣ୍ଟ ଅଭିବୃଦ୍ଧି

ମୁମ୍ବାଇ : ଭାରତୀୟ ସେୟାର ବଜାରରେ ଆଜି ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର 400 ପଏଣ୍ଟ ଉପରକୁ ଉଠିଛି । 437.93 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41263 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 132 ପଏଣ୍ଟର ଅଭିବୃଦ୍ଧି ସହିତ 12159 ପଏଣ୍ଟରେ ରହିଛି । ନିଫ୍‌ଟୀ 50 ଏହି ସମୟରେ 1.12 ପ୍ରତିଶତର ଅଭିବୃଦ୍ଧି ସହିତ 9901 ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 4.01 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହେବା କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟି ସେୟାର ବଜାର ତଳୁଆ ରହିଥିଲା । ଇରାନର ମିସାଇଲ ଆକ୍ରମଣ ପରେ ପରସ୍ଥିତି ଆହୁରି ଗୋଳମାଳିଆ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଗତକାଲି ରାତିରେ ଟ୍ରମ୍ପ ସରକାର ଶାନ୍ତି ପ୍ରସ୍ତାବ ଦେବା ପରେ ଏହା ନିବେଶକଙ୍କ ପାଇଁ ଆଶ୍ବସ୍ତିର ବିଷୟ ପାଲଟିଛି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାକ୍‌ର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ

ବାଗଦାଦ : ଇରାକର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ କରାଯାଇଛି । ଇରାନ୍‌ ପକ୍ଷରୁ ମିସାଇଲ ମାଡର 24 ଘଣ୍ଟା ମଧ୍ୟରେ ପୁନର୍ବାର ଇରାକ୍‌ର ରାଜଧାନୀ ବାଗଦାଦ ଉପରେ ଆକ୍ରମଣ କରାଯାଇଛି । ବାଗ୍‌ଦାଦ୍‌ର ଗ୍ରୀନ୍‌ ଜୋନ୍‌ରେ ହୋଇଥିବା ଏହି ଆକ୍ରମଣ ଦ୍ବାରା ଆମେରିକୀୟ ଦୂତାବାସ ନିକଟରେ ଘଟିଥିଲା । ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଆମେରିକୀୟ ଦୂତାବାସର 100 ମିଟର ଦୂରତା ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନଥିଲେ ମଧ୍ୟ ଇରାନ୍‌ର ସମ୍ପୃକ୍ତି ସନ୍ଦେହ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଇରାନ୍‌ର ସେନାଧ୍ୟକ୍ଷ କାସିମ୍‌ ସୁଲେମାନୀ ଏବଂ ଇରାକୀ କମାଣ୍ଡର ଆବୁ ମହଦୀଙ୍କ ହତ୍ୟା ପରେ ଇରାନ୍‌ ପକ୍ଷରୁ ଆକ୍ରମଣ କରାଯାଇଥିଲା । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମିସାଇଲ୍‌ ଆକ୍ରମଣରେ 80 ପ୍ରାଣହାନି ନେଇ ଇରାନ୍‌ର ଦାବି

ନୂଆଦିଲ୍ଲୀ : ମିସାଇଲ୍‌ ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ହୋଇଥିବା ନେଇ ଇରାନ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କମାଣ୍ଡର କାସି ସୋଲେମାନିଙ୍କ ହତ୍ୟା ବିରୋଧରେ ଇରାକରେ ଅବସ୍ଥାପିତ ଆମେରିକୀୟ ବେସ୍‌ ଉପରକୁ କରାଯାଇଥିବା ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ଘଟିଥିବା ନେଇ ଇରାନ୍‌ ପକ୍ଷରୁ ଦାବି କରାଯାଇଛି । ଇରାନ୍‌ ବୈଦେଶିକ ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଆମେରିକା ଉପରେ ନୁହେଁ ବରଂ ଆମର ସେନାଧ୍ୟକ୍ଷଙ୍କୁ ହତ୍ୟା କରିଥିବା କିଛି ଆତଙ୍କୀଙ୍କ ଉପରେ ବୋଲି ଜାରିଫ୍‌ ସ୍ପଷ୍ଟୀକରଣ ଦେଇଛନ୍ତି । ମିଳିତ ଜାତିସଂଘର ଧାରା 51 ଅନୁଯାୟୀ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଜାରିଫ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ରାତି 3.20 ମିନିଟ୍‌ରେ ଦୁଇ ଆମେରିକୀୟ ବେସ୍‌ ଉପରେ 15 କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାନ୍‌ରେ 4.9 ତୀବ୍ରତାର ଭୂକମ୍ପ : ଆଣବିକ ପରୀକ୍ଷଣ ସନ୍ଦେହ

ତେହେରାନ୍‌ : ଇରାନ୍‌ରେ ଏକ 4.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇରାନ୍‌ର ବୁଶେହର ଆଣବିକ ରିଆକ୍ଟର ନିକଟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ପ୍ରାକୃତିକ ପ୍ରକ୍ରିୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ କୁହାଯାଉଥିବା ବେଳେ ଇରାନ୍‌ ପକ୍ଷରୁ କିଛି ଆଣବିକ ପରୀକ୍ଷଣ କରାଯାଇଥିବା ଅନୁମାନ ପ୍ରକାଶ କରାଯାଉଛି । ବୁଶେହର ନ୍ୟୁକ୍ଲିୟର୍‌ ରିଆକ୍ଟର ଠାରୁ 70 କିମି ଦୂର ବୋରାଜାଜାନ୍‌ ସହରରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲେ । (ଏଜେନ୍ସୀ)