Categories
ଆଜିର ଖବର ଖେଳ

ଭାଇରାଲ୍‌ ହେଲା ରବୀନ୍ଦ୍ର ଜାଡେଜାଙ୍କ ଆକ୍ରୋବାଟିକ୍‌ କ୍ୟାଚ୍‌ର ଭିଡିଓ

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ଆକ୍ରୋବାଟିକ୍‌ କ୍ୟାଚ୍‌ର ଭିଡିଓ ଭାଇରାଲ୍‌ ହୋଇଛି । ନୀଲ୍‌ ଓ୍ବାଗ୍‌ନରଙ୍କ ଏକ ପୁଲ୍‌ ସଟ୍‌କୁ ଜାଡେଜା ଗୋଟିଏ ହାତରେ କ୍ୟାଚ୍‌ ଧରିଥିଲେ । କ୍ୟାଚ୍‌ଟି ଜାଡେଜାଙ୍କ ମୁଣ୍ଡ ଉପରେ ରହିଥିବା ବେଳେ ଜାଡେଜା ଚମତ୍କାର ଟାଇମିଂ ସହିତ ଡେଇଁ କ୍ୟାଚ୍‌ଟିକୁ ଧରିଥିଲେ ।

ନବମ ଓ୍ବିକେଟ୍‌ରେ ଓ୍ବାଗ୍‌ନର-ଜାମିସାନେଙ୍କ ମଧ୍ୟରେ 51 ରନ୍‌ର ଭାଗିଦାରୀ ହୋଇଥିବା ବେଳେ ଏହି କ୍ୟାଚ୍‌ ସହିତ ଭାରତ ପ୍ରଥମ ଇନିଂସରେ 7 ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଏହି କ୍ୟାଚ୍‌ ସହିତ ଜାଡେଜା ବୋଲିଂରେ ଦୁଇଟି ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର

ବାରବାଟୀ ଦିନିକିଆ : ଜାଡେଜା ଦେଲେ ପ୍ରଥମ ସଫଳତା

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତକୁ ପ୍ରଥମ ସଫଳତା ମିଳିଛି । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ଦଳକୁ ପ୍ରଥମ ସଫଳତା ଦେଇଛନ୍ତି । ଜାଡେଜା ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରୁ ଓ୍ବିଣ୍ଡିଜ୍‌ 20 ଓଭର ଶେଷ ସୁଦ୍ଧା 2 ଓ୍ବିକେଟ ହରାଇ 74 ରନ୍‌ ସଂଗ୍ରହ କରିଛି । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ । ମ୍ୟାଚ୍‌ର 15 ତମ ଓଭରରେ ସ୍ପିନର ରବୀନ୍ଦ୍ର ଜାଡେଜା ଏଭିନ୍‌ ଲୁଇସ(17)ଙ୍କୁ ନବଦୀପ୍‌ ସାଇନିଙ୍କ ଦ୍ବାରା ଆଉଟ କରି ପ୍ରଥମ ସଫଳତା ହାସଲ କରିଥିଲେ । ଏହାର ପରବର୍ତ୍ତୀ ଓଭରରେ ଏକ ଚମତ୍କାର ଇନ୍‌ ସ୍ବିଙ୍ଗରରେ ହୋପ୍‌ଙ୍କୁ ଆଉଟ କରିଥିଲେ ମହମ୍ମଦ ସାମି । ଓ୍ବିଣ୍ଡିଜ୍‌ ପକ୍ଷରୁ ହୋପ୍‌ 50ଟି ବଲ୍‌ର ସମ୍ମୁଖୀନ ହୋଇ 42 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

5 ଭାରତୀୟ ଖେଳାଳିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଧଓ୍ବନ୍‌

ନୂଆଦିଲ୍ଲୀ,6/12: ଭାରତୀୟ ଓପ୍‌ନର ଶିଖର ଧଓ୍ବନ 5 ଭାରତୀୟ ଖେଳାଳିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଧଓ୍ବନ 5 ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସ୍ପିଡଷ୍ଟର ଜସ୍‌ପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍‌ ଆୟାର, କରୁଣ ନାୟାର ଏବଂ ଆରପି ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧଓ୍ବନ୍‌ । ଧଓ୍ବନଙ୍କ ବ୍ୟତୀତ ଭିଭିଏସ୍‌ ଲକ୍ଷ୍ମଣ ଏବଂ କେ ଏଲ୍‌ ରାହୁଲ୍‌ ଅନ୍ୟ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । (ଏଜେନ୍ସୀ)