Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 6 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 6 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21 ଛୁଇଁଛି ।

Categories
ଆଜିର ଖବର ରାଜ୍ୟ ଖବର

ନୂତନ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଜାରି: ୨ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଯାଜପୁର: ଆଜି ଚିହ୍ନଟ ହୋଇଥିବା ନୂତନ କରୋନା ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି। ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟର ୫୬ ନମ୍ବର କରୋନା ଆକ୍ରାନ୍ତ ଜଣକ ନିକଟରେ କଲିକତାରୁ ଫେରିଥିଲେ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି। କ୍ବାରେଣ୍ଟିନ୍‌ରେ ରହିଥିବା ବେଳେ ସାମ୍ପଲ୍‌ ପଜିଟିଭ୍‌ ଆସିବାରୁ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି। ୨ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଥିବା ବେଳେ ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।