Categories
ଆଜିର ଖବର ଜାତୀୟ ଖବର

ସମ୍ୱଲ ମସଜିଦ ମାମଲା: ନିରପେକ୍ଷ ରହିବାକୁ ଯୋଗୀ ସରକାରଙ୍କୁ ସିଜେଆଇଙ୍କ ପରାମର୍ଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶର ସମ୍ବଲ ଜାମା ମସଜିଦ ଉପରେ ହୋଇଥିବା ସର୍ଭେ ସଂପର୍କରେ ହିଂସା ମାମଲାରେ ଟ୍ରାଏଲ କୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି ସେ ପର୍ଯ୍ୟନ୍ତ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଜାମା ମସଜିଦ କମିଟି ହାଇକୋର୍ଟରେ ସିଭିଲ ଜଜଙ୍କ ସର୍ଭେ ଆଦେଶକୁ ଚ୍ୟାଲେଞ୍ଜ କରିଛି। କୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ନିମ୍ନ ଅଦାଲତ କିଛି ପଦକ୍ଷେପ ନେବା ଉଚିତ୍।

ଏହି ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ୍ କମିଶନରଙ୍କ ରିପୋର୍ଟକୁ ଲଫାପରେ ସିଲ୍ କରି ରଖିବାକୁ ଏବଂ ଏହାକୁ ନଖୋଲିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ୱଲରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଉତ୍ତରପ୍ରଦେଶ ସରକାରକୁ କୋର୍ଟ କହିଛନ୍ତି।

ନଭେମ୍ବର ୧୯ ତାରିଖରେ ସମ୍ୱଲ କୋର୍ଟର ସିଭିଲ ଜଜ ଜୁନିଅର ଡିଭିଜନ ମସଜିଦ ସର୍ଭେ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୪ ତାରିଖରେ ଯେତେବେଳେ ସର୍ଭେ ଟିମ୍ ଜାମା ମସଜିଦ୍ ରେ ପହଞ୍ଚିଲା ସେତେବେଳେ ସେହି ଅଞ୍ଚଳର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ପୋଲିସ୍ ମଧ୍ୟରେ ହିଂସା ବ୍ୟାପିଥିଲା ​​ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।