Categories
ଆଜିର ଖବର ଖେଳ ଜାତୀୟ ଖବର

ବବିତା ଫୋଗଟଙ୍କ ଜମାତୀ ଟ୍ବିଟ୍‌କୁ ନେଇ ବିବାଦ: ସାଥୀ ଖେଳାଳିଙ୍କ ସମର୍ଥନ

ହରିୟାଣା: ଭାରତୀୟ ମହିଳା ରେସ୍‌ଲର୍‌ ବବିତା ଫୋଗତଙ୍କ ଏକ ଟ୍ବିଟ୍‌କୁ ନେଇ ବିବାଦ ଦେଖାଦେଇଛି। କରୋନା ସଙ୍କଟ ପାଇଁ ତବଲିଗୀ ଜମାତୀଙ୍କୁ ଦାୟୀ କରି ବବିତା ଏହି ଟ୍ବିଟ୍‌ କରିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏକାଧିକ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କୁ ବିରୋଧ କରିଥିବା ବେଳେ ତାଙ୍କ ସମର୍ଥନରେ ମଧ୍ୟ ଟ୍ବିଟ୍‌ କରାଯାଇଥିଲା। ଏହା ସହିତ ସାଥୀ ଖେଳାଳି ଯୋଗେଶ୍ବର ଦତ୍ତ ଏବଂ ବଜରଙ୍ଗ ପୁନିଆ ବବିତାଙ୍କ ସମର୍ଥନରେ ବାହାରିଥିଲେ। କରୋନା ଭାଇରସ୍‌ ଭାରତର ଦ୍ବିତୀୟ ବୃହତର ସମସ୍ୟା ପ୍ରଥମରେ ଜମାତୀ ରହିଛନ୍ତି ବୋଲି ବବିତା ଟ୍ବିଟ୍‌ କରିଥିଲେ। ଏହାକୁ ନେଇ ବିଭିନ୍ନ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କ ମନ୍ତବ୍ୟକୁ ବିରୋଧ କରି ତାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ମତ ଦେଇଥିଲେ। ଏହାପରେ ଟ୍ବିଟ୍ଟରରେ ଦୁଇଟି ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ସସ୍‌ପେଣ୍ଡ ବବିତା ଫୋଗଟ ଏବଂ ଆଇ ସପୋର୍ଟ ବବିତା ପରି ଦୁଇଟି ଟ୍ରେଣ୍ଡ ଭାଇରାଲ୍‌ ହୋଇଥିଲା।

ବବିତାଙ୍କ ଜୀବନି ଉପରେ ଜଣେ ମୁସଲିମ ଅଭିନେତା ଫିଲ୍ମ କରିଥିବାରୁ ସେ ଲୋକପ୍ରିୟତା ହାସଲ କରିଛନ୍ତି। ନଚେତ୍‌ ରାସ୍ତାରେ ଗୁପ୍‌ଚୁପ୍‌ ବିକ୍ରି କରୁଥାନ୍ତେ ବୋଲି ଜଣେ ବ୍ୟବହାର କରି ଟ୍ବିଟ୍ କରିଥିଲେ। ଏହାପରେ ଦୁଇ ସାଥୀ ଖେଳାଳି ବବିତାଙ୍କ ସମର୍ଥନରେ ଟ୍ବିଟ୍‌ କରିଥିଲେ। ଜଣେ ଖେଳାଳି ପରିଶ୍ରମ କରି ଖାଇଥାଏ ମାଗଣା ନୁହେଁ, ସେହିପରି ବବିତା ସଫଳତା ହାସଲ କରିଥିବାରୁ ତାଙ୍କ ଜୀବନକୁ ନେଇ ଫିଲ୍ମ ତିଆରି ହୋଇଥିଲା ତେଣୁ ଏପରି ସମାଲୋଚନା ଅଯୌକ୍ତିକ ବୋଲି ଯୋଗେଶ୍ବର ଦତ୍ତ ଟ୍ବିଟ୍‌ କରିଥିଲେ। କେବଳ ବବିତା ନୁହନ୍ତି ପାନ୍‌ ସିଂ ତୋମାର୍‌, ଗୀତା ଫୋଗଟ, ମିଲ୍‌ଖା ସିଂ, ମେରୀ କମ୍‌ଙ୍କ ଜୀବନୀକୁ ନେଇ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଛି। ଏହି ଖେଳାଳି ମାନେ ଦେଶକୁ ଗର୍ବିତ କରିଛନ୍ତି ତେଣୁ ତାଙ୍କ ଉପରେ ଫିଲ୍ମ ନିର୍ମାଣ ହେଇଛି ମାତ୍ର ଆପଣ କଣ କରିଛନ୍ତି ବୋଲି ବଜରଙ୍ଗ ଟ୍ବିଟ୍ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଉତ୍ତର ପ୍ରଦେଶ ମସ୍‌ଜିଦ୍‌ରୁ ଉଦ୍ଧାର 12 ଜମାତୀ କରୋନା ପଜିଟିଭ୍‌

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମସ୍‌ଜିଦ୍‌ରୁ 12 ତବ୍‌ଲିଗୀ ଜମାତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ 12 ଜଣ ଯାକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଏହି 12 ଜଣଙ୍କ ସଂସ୍ପର୍ଶରେ ଆସିଥିବା 25ଜଣଙ୍କୁ ଚିହ୍ନଟ କରାଯାଇ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ରାଜ୍ୟରେ ଲୁଚି ରହିଥିବା ଅନ୍ୟ ଜମାତୀଙ୍କ ଅନୁସନ୍ଧାନ ଜାରି ରହିଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି 12 ଜଣ ଜମାତୀ ଲକ୍ଷ୍ନୌର ଅଲୀଜାନ୍‌ ମସ୍‌ଜିଦ୍‌ରେ ଲୁଚି ରହିଥିଲେ । ଏହାକୁ ମିଶାଇ ଉତ୍ତର ପ୍ରଦେଶରେ ଜମାତୀ ସଂକ୍ରମଣ ସଂଖ୍ୟା 428 ଛୁଇଁଛି । (ଏଜେନ୍ସି)