Categories
ଆଜିର ଖବର ଜାତୀୟ ଖବର

ଏଥର ଫାରୁକ୍ ଅବଦୁଲ୍ଲାଙ୍କ ପାଳି: ଅର୍ଥ ହେରଫେର ମାମଲାରେ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ ସ୍କାମରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଜେରା ପାଇଁ ଇଡି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ସମନ ପଠାଇଛି।

ମଙ୍ଗଳବାର ଦିନ ଅନୁସନ୍ଧାନକାରୀ ଏଜେନ୍ସି ସମ୍ମୁଖରେ ତାଙ୍କୁ ପଚରାଉଚରା ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ, ୨୦୦୨ (PMLA) ଅନୁଯାୟୀ ତାଙ୍କୁ ସମନ ପଠାଯାଇଛି। ୨୦୨୨ ମସିହାରେ ଇଡି ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା।

ଚାର୍ଜସିଟରେ କୁହାଯାଇଛି ଯେ, ସଭାପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନର ଅଧିକାରୀ ତଥା ଅନ୍ୟ ଲୋକଙ୍କ ଦ୍ଵାରା ପ୍ରାପ୍ତ ଅର୍ଥକୁ ଖେଳର ବିକାଶ ନାମରେ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିଲେ। ଏହି ପାଣ୍ଠି ଅନେକ ଘରୋଇ ବ୍ୟାଙ୍କ ଆକାଉଣ୍ଟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କୁ ପଠାଯାଇଥିଲା। ପରେ ପାଣ୍ଠି ନିଜ ମଧ୍ୟରେ ବାଣ୍ଟି ଦିଆଗଲା।

୨୦୧୮ ରେ ସିବିଆଇ ଚାର୍ଜସିଟ୍ ଆଧାରରେ ଏହି ମାମଲାରେ PMLA ର ଅନୁସନ୍ଧାନ ଆରମ୍ଭ କରିଥିଲା। ବିସିସିଆଇ ଦ୍ୱାରା ଆସୋସିଏସନକୁ ୧୧୨ କୋଟି ଟଙ୍କା ଦିଆଯାଇଥିଲା। ଏଥିରୁ ୪୩.୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୨୦୦୧ ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନର ସଭାପତି ଥିବାବେଳେ ଏହି ଦୁର୍ନୀତି ଘଟିଥିଲା।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କୀ ଆକ୍ରମଣ

ଜମ୍ମୁକାଶ୍ମୀର :  ଜମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପେଟରେ ଗୁଳି ବାଜିଥିବାର ସୂଚନା ରହିଛି । ସୂଚନା ଅନୁସାରେ, ରବିବାର ସକାଳେ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲାରେ ଆତଙ୍କବାଦୀମାନେ ବିଜେପି କାର୍ଯ୍ୟକର୍ତ୍ତା ଅବଦୁଲ ହମିଦ ନଜରଙ୍କ ଉପରେ ଆକ୍ରମଣ କରିଥିଲେ। ହମିଦ ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ସେ ସେହିଠାରେ ପଡ଼ିଯାଇଥିଲେ। ତାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏଚଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ 5 ଦିନ ଭିତରେ ଏହା ହେଉଛି ତୃତୀୟ ଆକ୍ରମଣ । ପୂର୍ବରୁ ଆତଙ୍କବାଦୀମା​‌ନେ ଜଣେ ବିଜେପି ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗତ କିଛି ଦିନ ହେବ ଜମ୍ମୁକାଶ୍ମୀରର ବିଭିନ୍ନ ପ୍ରାନ୍ତରେ ବିଜେପି ନେତାମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେଉଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ଖୁଲଚୋହର ଅଂଚଳରେ ୩ ଜଣ ଆତଙ୍କବାଦୀକୁ ନିହତ କରାଯାଇଛି । ସୁରକ୍ଷା ବାହିନୀର ଯବାନମାନେ ଏହି ଅଜଣା ଆତଙ୍କବାଦୀମାନଙ୍କୁ ନିହତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ନିଦ୍ଦିଷ୍ଟସ୍ଥାନରେ ଏନକାଉଣ୍ଟର କରିଥିଲେ । ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-47 ବନ୍ଧୁକ ଦୁଇଟି ପିସ୍ତଲ ଜବତ କରାଯାଇଥିବା ସ୍ଥଳ ସେନା ପକ୍ଷରୁ ସୂଚନା ମିଳିଛି। ତେବେ ମୃତ ଆତଙ୍କବାଦୀଙ୍କର ଚିହ୍ନଟ ହୋଇନାହିଁ।

ସୂଚନା ଯୋଗ୍ୟ, ଗତ ଶୁକ୍ରବାର ତ୍ରାଲରେ ସୁରକ୍ଷା ବାହିନୀର ଯବାନମାନେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିହତ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରର ଏକ ସୈନିକ କ୍ୟାମ୍ପରେ ଜଣେ ସୈନିକ ମୃତ

କୁପୱାରା: ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ସୈନିକ କ୍ୟାମ୍ପରେ ଏକ ଅଘଟଣ ଘଟିଯାଛି। ରାଇଫଲରୁ ଭୁଲରେ ଗୁଳି ବାହାରି ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ୮ ଜାଟ ରେଜିମେଣ୍ଟର ହାଭାଲଦାର ରାକେଶ କୁମାର ନିଜ ସର୍ଭିସ ରାଇଫଲକୁ ସଫା କରୁଥିବା ସମୟରେ ହଠାତ୍ ତାଙ୍କ ରାଇଫଲର ଟ୍ରିଗର ଦବିଯିବାରୁ ଶରୀରରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ପହଞ୍ଚିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିବା ପୋଲିସ କହିଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିପଡିଲେ ଚାରିଜଣ ଆତଙ୍କବାଦୀ

ଶ୍ରୀନଗର: ଆଜି ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୪ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସକାଳ ପ୍ରାୟ ୧୦.୪୦ ସମୟରେ ଦୟାଲଗାମ ଜନବସତି ଅଞ୍ଚଳରେ ହୋଇଥିବା ନେଇ ଜଣେ ସିଆରପିଏଫ ଅଧିକାରୀ କହିଥିଲେ।

ଆତଙ୍କବାଦୀ ଲୁଚିରହିଥିବାର ସୂଚନା ମିଳିବାପରେ ଜାମ୍ମୁ କାଶ୍ମୀର ପୋଲିସ୍, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଏବଂ ସେନାର ସୁରକ୍ଷା କର୍ମୀଙ୍କ ଏକ ଟିମ୍ ରାତିରେ ଏହି ଅଞ୍ଚଳକୁ ଘେରି ରହିଥିଲେ। ଯାହାଫଳରେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏହାପରେ ତୁରନ୍ତ ଭାରତୀୟ ଜବାନମାନେ ପାଲଟା ଆକ୍ରମଣକରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଅପରେସନ୍ ପରେ ଚାରିଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।” ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥାନରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିଲା।

 

Categories
ଆଜିର ଖବର

ଜମ୍ମୁ କଶ୍ମୀରରୁ ଫେରିବେ ଅର୍ଦ୍ଧସୈନିକ ବଳର ୭୨ କମ୍ପାନୀ