ଜମ୍ମୁ : ବିଶ୍ବ ମହାମାରୀ କରୋନା ଭାଇରସ୍ ସହ ମୁକାବିଲା କରିବା ନିମେନ୍ତ ଜମ୍ମୁକାଶ୍ମୀରର ରୌଜରୀ ଜିଲ୍ଲା ପ୍ରଶାସନ ପାଞ୍ଚଟି ଗ୍ରାମକୁ ରେଡ୍ ଜୋନ୍ ଘୋଷିତ କରାଯାଇଛି । ପ୍ରଶାସନ ଏହି ପାଞ୍ଚଟି ଗ୍ରାମରେ 43 ଜଣ କରୋନା ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଇବା ସହିତ ଏହି ଗ୍ରାମକୁ ସିଲ୍ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍ର ଯୋଗୁଁ କିଛି ଦିନ ପୂର୍ବେ ଜଣେ ଧର୍ମଗୁରୁଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ପରେ ରୌଜରୀ ଜିଲ୍ଲାର ମଞ୍ଜାକୋଟ୍ ଅଞ୍ଚଳରେ ଜଣେ ଡାକ୍ତର ଏହି ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ଏହି ଡାକ୍ତର ଜଣକ ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ କାଶ୍ମୀର ଯିବା ପୂର୍ବରୁ ସାମ୍ବାର ବଡୀ ବ୍ରାହ୍ମଣା ଅଞ୍ଚଳରେ ରହିଥିଲେ ।
ଏହି ସୂଚନା ମିଳିବା ପରେ ରୌଜରୀ ପ୍ରଶାସନ ଉକ୍ତ ଡାକ୍ତରଙ୍କ ସମେତ ନିକଟସ୍ଥ ଗ୍ରାମ ଗୁଡିକୁ ସିଲ୍ କରିବା ସହିତ ରେଡ୍ ଜୋନ୍ର ଘୋଷଣା କରିଛନ୍ତି । ସେହିପରି ଉକ୍ତ ଅବସରପ୍ରାପ୍ତ ଡାକ୍ତର ଓ ତାଙ୍କ ପରିବାରର ସମସ୍ତ ଲୋକଙ୍କ ସମେତ 43 ଜଣଙ୍କୁ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଇଛନ୍ତି ।
ଏହାବ୍ୟତୀତ ଏହି ଗ୍ରାମରେ ଡର୍ଜନରୁ ଅଧିକ ଲୋକ, ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଳ୍ ରହିଛନ୍ତି । ଏ ସମସ୍ତଙ୍କୁ ପ୍ରଶାସନ କ୍ବାରେଣ୍ଟାଇନ୍ରେ ରଖିଛନ୍ତି । ରୌଜରୀ ସମେତ ଦେହରୀ ଧାରା, ମଙ୍ଗଲ ନାର୍, ସାରୋଳା, ଗମ୍ଭୀର ମୁଙ୍ଗଲା ଓ କୋଟଲୀ କାଲା ବନ ଆଦି ଗ୍ରାମକୁ ସିଲ୍ କରାଯିବା ସହ ରେଡ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଏହି ଗ୍ରାମର ଆଖପାଖଗ୍ରାମ ଗୁଡିକୁ ଓ୍ବଫର୍ ଜୋନ୍ରେ ରଖାଯିବା ସହିତ କଡାକଡି ନଜରରେ ରଖାଯାଇଛି । (ଏଜେନ୍ସି)