Categories
ଆଜିର ଖବର ଜାତୀୟ ଖବର

ଜୟା ପ୍ରଦାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା

ରାମପୁର/ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବିଜେପି ନେତ୍ରୀ ଏବଂ ଭେଟେରାନ୍‌ ଅଭିନେତ୍ରୀ ଜୟା ପ୍ରଦାଙ୍କ ବିରୋଧରେ ଏକ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି । ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଜୟା ପ୍ରଦାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଉତ୍ତର ପ୍ରଦେଶର ଏକ କୋର୍ଟ ଜୟାଙ୍କ ନାମରେ ଏହି ପରଓ୍ବାନା ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ, 57 ବର୍ଷୀୟ ଜୟା ପ୍ରଦା ରାମପୁର ଲୋକସଭା ଆସନରୁ ଆଜମ୍‌ ଖାନ୍‌ଙ୍କ ନିକଟରୁ ଏକ ଲକ୍ଷ ଅଧିକ ଭୋଟ୍‌ରେ ପରାଜିତ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର

ଜୟା ପ୍ରଦାଙ୍କ ନେଇ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ଆଜମ୍‌ ଖାନ୍‌

ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କ ପ୍ରତି ଏସ୍‌ପି ନେତା ଆଜମ ଖାନଙ୍କ ଅଶ୍ଳୀଳ ଏବଂ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଥାନାରେ ଏତଲା ଦିଆଯିବା ପରେ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୫୦୯ ଏବଂ ଲୋକ ପ୍ରତିନିଧିତ୍ଵ ଅଧିନିୟମ ଧାରା ୧୨୫ ଅନୁସାରେ ମାମଲା ରୁଜୁ ହେବା ସହ ପୁଲିସ ଏହାର ତଦନ୍ତ କରୁଛି। ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଆଜମ ଖାନଙ୍କୁ ନୋଟିସ ଜାରି କରାଯାଇଛି। ଏହି ପ୍ରସଙ୍ଗକୁ ନେଇ ଆଜମ୍‌ ଖାନ୍‌ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ମନ୍ତବ୍ୟକୁ ଗଣମାଧ୍ୟମରେ ବିକୃତ କରାଯାଇ, ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଇଛି। ସେ ଏହି ମନ୍ତବ୍ୟ ସମୟରେ କାହାର ନାମ ନେଇନଥିବାର ଯୁକ୍ତି ମଧ୍ୟ ବାଢିଛନ୍ତି। ତେବେ ଯଦି ସେ ଏହି ମାମଲାରେ ଦୋଷୀ ପ୍ରମାଣିତ ହେବେ, ତେବେ ନିର୍ବାଚନ ଲଢିବେ ନାହିଁ ବୋଲି ଆଜମ୍‌ ଖାନ୍‌ କହିଛନ୍ତି। ସେ ରାମପୁରରୁ ୯ ଥର ବିଧାୟକ ହୋଇଛନ୍ତି।

Categories
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ ଜୟା ପ୍ରଦା

ସମାଜବାଦୀ ପାର୍ଟି ତରଫରୁ ସାଂସଦ ରହିସାରିଥିବା ଅଭିନେତ୍ରୀ ଜୟା ପ୍ରଦା ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜୟା ପ୍ରଦାଙ୍କୁ ବିଜେପି ରାମପୁର ଲୋକସଭାର ପ୍ରାର୍ଥୀ ଭାବେ ତାଙ୍କୁ ଟିକେଟ ଦେବ। ଏହା ପୂର୍ବରୁ ମଧ୍ୟ ଜୟା ପ୍ରଦା ରାମପୁର ଆସନରୁ ସମାଜବାଦୀ ପାର୍ଟି ତରଫରୁ ୨୦୦୪ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜୟାପ୍ରଦା ଅଭିନୟରୁ ବିରତି ନେଇ ୧୯୯୪ରେ ଟିଡିପିରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମତ ପାର୍ଥକ୍ୟ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ଟିଡିପିରୁ ବାହାରି ସେ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। କିନ୍ତୁ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିଲା। ୨୦୧୪ରେ ସେ ଆରଏଲ୍‌ଡିରେ ଯୋଗଦେଇଥିଲେ। ୨୦୦୪ରୁ ନିର୍ବାଚନ ଜିତି ଆସୁଥିବା ଜୟାପ୍ରଦା କିନ୍ତୁ ୨୦୧୪ରେ ପରାସ୍ତ ହୋଇଥିଲେ। ଚଳିତ ଥର ଲୋକସଭା ନିର୍ବାଚନରେ ଏସପି ତରଫରୁ ରାମପୁର ଲୋକସଭା ଆସନ ପାଇଁ ଆଜମ୍‌ ଖାନ ପ୍ରାର୍ଥୀ ହୋଇଛନ୍ତି।