Categories
ଆଜିର ଖବର

ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ବିପକ୍ଷରେ ଚାଲିଥିବା ତଦନ୍ତ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଲଗାଇଛନ୍ତି। ୨୦୧୬ ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ମୃତ୍ୟୁର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରିଥିଲେ। ପୂର୍ବରୁ ଆପୋଲୋ ହସ୍ପିଟାଲ ଏନେଇ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏପ୍ରିଲ୍‌ ୪ ତାରିଖରେ ତଦନ୍ତର ବନ୍ଦ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଖଣ୍ଡପୀଠ ଏହି ଆଦେଶ ଶୁଣାଇଛନ୍ତି। ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖନ୍ନା ଏହି ଖଣ୍ଡପୀଠର ସଦସ୍ୟ ରହିଛନ୍ତି।

Categories
ଆଜିର ଖବର

ଜୟଲଲିଥାଙ୍କ ଜୀବନୀରେ କଙ୍ଗନା ରଣାଓ୍ବତ

ନିକଟରେ ବଲିଉଡ୍‌ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍‌ ହୋଇଛି। ସେ ହେଉଛନ୍ତି ତାମିଲ୍‌ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍‌ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍‌ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’ ରହିଛି। ଏହି ଫିଲ୍ମର କାହାଣୀ ‘ବାହୁବଳୀ ଓ ’ମଣିକର୍ଣ୍ଣିକା’ର କାହାଣୀକାର ଲେଖକ କବି ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି। ତେବେ ଫିଲ୍ମଟିର ରିଲିଜ୍‌ ସମ୍ପର୍କିତ କିଛି ସୂଚନା ମିଳିପାରିନାହିଁ।