Categories
EngExam ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୧ ର ପରୀକ୍ଷା ଫଳ

ନୂଆଦିଲ୍ଲୀ : ଜେଇଇ ମେନ୍ ସେସନ୍-୧ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ଫଳ ଜାଣିବା ପାଇଁ jeemain.nta.nic.in ୱେବସାଇଟକୁ ଯାଇ ଫଳ ବିଷୟରେ ଜାଣିପାରିବ। ଏଥିରେ ନିଜ ରୋଲ ନମ୍ବର ଆଧାରରେ ଛାତ୍ରାଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ପ୍ରାୟ ୧୦ଲକ୍ଷ ପରୀକ୍ଷାର୍ଥୀ ସେସନ୍-୧ରେ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ଜୁନ୍ ୨୩ରୁ ୨୯ପର୍ଯ୍ୟନ୍ତ ଚାଲିଥିଲା।

Categories
EngExam ଆଜିର ଖବର ଜାତୀୟ ଖବର

ଘୋଷଣା ହେଲା JEE Main ପରୀକ୍ଷା ତାରିଖ, ଅସୁବିଧା ହେଲେ ଏହି ନମ୍ବରକୁ ଫୋନ କରନ୍ତୁ

ନୂଆଦିଲ୍ଲୀ: ଯୁଗ୍ନ ପ୍ରବେଶିକା ପରୀକ୍ଷା ବା JEE 2022 ମୁଖ୍ୟ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦୁଇଟି ପର୍ଯ୍ୟାୟରେ ପରିଚାଳନା କରିବେ। ପ୍ରଥମ ପର୍ଯ୍ୟାୟ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ 16 ତାରିଖରୁ ଆରମ୍ଭ ହୋଇ 21 ଏପ୍ରିଲ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ 24 ରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବ। JEE ମେନ୍ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଯାହା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରାର୍ଥୀମାନେ JEE Main 2022 ରେ ସବିଶେଷ ତଥ୍ୟ ପାଇଁ ଅଫିସିଆଲ୍ ୱେବସାଇଟ୍  jeemain.nta.nic.in  ଯାଞ୍ଚ କରିପାରିବେ।

ଅନ୍ୟପକ୍ଷରେ ପ୍ରାର୍ଥୀମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ହେଉଛି 011-69227700 ଏବଂ 011-40759000।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ମାଗଣାରେ IAS, IPS, NEET, JEE ଇତ୍ୟାଦି କୋଚିଂ ଦେବା ପାଇଁ ରାଜ୍ୟ ସରକାର କଲେ ବଡ ଘୋଷଣା

UP Mukhyamantri Abhyudaya Yojana : ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଣୁଛନ୍ତି ଏକ ବଡ ଉପହାର। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ମୁଖମନ୍ତ୍ରୀ ଅଭ୍ୟୁଦୟ ଯୋଜନା’ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଯୁବପିଢୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ଆସନ୍ତା ଫେବୃଆରୀ 16 ସରସ୍ବତୀ ପୂଜା ଶୁଭ ଅବସରରେ ଏହି ଯୋଜନା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଠିକ୍ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଆର.କେ ତିୱାରୀ ଏକ ଆଦେଶ ଦେଇଛନ୍ତି ଏବଂ ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ‘ମୁଖମନ୍ତ୍ରୀ ଅଭ୍ୟୁଦୋୟ ଯୋଜନା’ ଚଳାଇବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି।

ଏହି ଆଦେଶ ଅନୁଯାୟୀ, ‘ମୁଖମନ୍ତ୍ରୀ ଅଭ୍ୟୁଦୟ ଯୋଜନା’ ଅଧୀନରେ ବସନ୍ତ ପଞ୍ଚାମୀ ଫେବୃଆରୀ 16, 2021 ର ଶୁଭ ଅବସରରେ ସଂପୃକ୍ତ ବିଭାଗୀୟ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ବିଭାଗୀୟ ମୁଖ୍ୟାଳୟରେ ଏକ ମାଗଣା ତାଲିମ କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହେବ। ପ୍ରତ୍ୟେକ ବିଭାଗ ମୁଖ୍ୟାଳୟରେ ଡିଭିଜନାଲ କମିଶନରଙ୍କ ତତ୍ତ୍ବବଧାନରେ ସମସ୍ତ କ୍ୟାଡରଙ୍କ ପାଇଁ ଡିଭିଜନାଲ ଗାଇଡ୍ ଏବଂ ପ୍ରି-ପରୀକ୍ଷଣ ତାଲିମ କେନ୍ଦ୍ର କାର୍ଯ୍ୟକାରୀ କରାଯିବ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉଚ୍ଚ ସ୍ତରୀୟ ମାର୍ଗଦର୍ଶନ ଏବଂ ପ୍ରାକ୍-ପରୀକ୍ଷଣ ତାଲିମ ପ୍ରଦାନ କରିବା । ଏହା ଅଧୀନରେ, କେନ୍ଦ୍ର ଜନସେବା ଆୟୋଗ, ଉତ୍ତରପ୍ରଦେଶ ଜନସେବା ଆୟୋଗ ଅଧିନସ୍ଥ ସେବା ଚୟନ ଆୟୋଗ, ଅନ୍ୟାନ୍ୟ ନିଯୁକ୍ତି ବୋର୍ଡ ଅନୁଷ୍ଠାନର ପରୀକ୍ଷା ରହିଛି। ଏଥିରେ NTA, NDA, CDS, JEE (Mains) ଏବଂ NEET ପରୀକ୍ଷାକୁ ସାମିଲି କରାଯାଇଛି। ସେହିପରି ବ୍ୟାଙ୍କିଙ୍ଗ୍ PO, SSC, B.Ed, TET ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ଇତ୍ୟାଦି ମଧ୍ୟ ଅନ୍ତର୍ଭୁକ୍ତ ।

ଏହି ପରୀକ୍ଷା ଆସୁଥିବା ବିଭାଗର ବିଭାଗୀୟ ମୁଖ୍ୟ ଏବଂ ବିଭାଗୀୟ ସ୍ତରୀୟ କମିଟି ମାଧ୍ୟମରେ ‘ମୁଖମନ୍ତ୍ରୀ ଅଭ୍ୟୁଦୋୟ ଯୋଜନା’ କାର୍ଯ୍ୟକାରୀ ହେବ। ଉତ୍ତରପ୍ରଦେଶ ପ୍ରଶାସନ ଏବଂ ପରିଚାଳନା ଏକାଡେମୀ (UPAM) କୁ ନୋଡାଲ ସଂସ୍ଥା ତଥା ସାମାଜିକ କଲ୍ୟାଣ ବିଭାଗକୁ ରାଜ୍ୟ ସ୍ତରୀୟ କମିଟି ପାଇଁ ନୋଡାଲ ବିଭାଗ ଭାବେ ମନୋନିତ କରାଯାଇଛି। ବୋର୍ଡ ସ୍ତରୀୟ କମିଟି ପାଇଁ ନୋଡାଲ ଅଧିକାରୀଙ୍କୁ ମଣ୍ଡଳାୟୁକ୍ତ ଚୟନ କରିବେ।

ଜନସେବା ଆୟୋଗ, ରାଜ୍ୟ ଜନସେବା ଆୟୋଗର ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ, ଆଇଏଏସ୍, ଆଇପିଏସ୍, ଭାରତୀୟ ବନ ସେବା, ପିସିଏସ୍, ପିପିଏସ୍ କ୍ୟାଡର ଏବଂ ରାଜ୍ୟ କ୍ୟାଡରରେ କାର୍ଯ୍ୟ କରୁଥିବା ଅନ୍ୟ କ୍ୟାଡରଙ୍କ ଦ୍ବାରା ରାଜ୍ୟ ସ୍ତରରେ,ସର୍କଲ୍ ସ୍ତର ସାକ୍ଷାତକାର, ଭର୍ଚୁଆଲ୍ କ୍ଲାସ୍ ମାଧ୍ୟମରେ ମାଗଣା ମାର୍ଗଦର୍ଶନ ଏବଂ ଶିକ୍ଷାଦାନ ପ୍ରଦାନ କରାଯିବ।

ରାଜ୍ୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ସହ ଜଡିତ ଡିଜିଟାଲ୍ ବିଷୟବସ୍ତୁ ଯୋଗାଇବା ପାଇଁ ଏକ ଇ-ଲର୍ନିଂ ପ୍ଲାଟଫର୍ମ ବ୍ୟବସ୍ଥା କରାଯିବ ଏବଂ ଏହା ମାଧ୍ୟମରେ ଭର୍ଚୁଆଲ୍ କ୍ଲାସ୍ ଆୟୋଜିତ ହେବ । ବିଭାଗୀୟ ମୁଖ୍ୟାଳୟରେ ବିଷୟବସ୍ତୁ ବିଶେଷଜ୍ଞଙ୍କ ଦ୍ବାରା ଯୁବକମାନଙ୍କ ପାଇଁ ଭର୍ଚୁଆଲ୍, ସାକ୍ଷାତକାର କ୍ଲାସ୍ ଏବଂ କ୍ୟାରିୟର ପରାମର୍ଶ ଅଧିବେଶନ ଆୟୋଜିତ ହେବ । ରାଜ୍ୟ ସ୍ତରୀୟ କମିଟି , ସର୍କଲ୍ ସ୍ତରୀୟ କମିଟି, ମୁଖପାତ୍ରଙ୍କ ଦ୍ୱାରା ଅଧ୍ୟାପନା, ବକ୍ତୃତା ମଧ୍ୟ ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ହେବ। ଏଥିପାଇଁ ଏକ ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ସ୍ଥାପନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହି ସୁବିଧା ମୋବାଇଲ୍ ଫୋନରେ ମଧ୍ୟ ଉପଲବ୍ଧ ହେବ।

ଏଥିପାଇଁ ପୋର୍ଟାଲର ଏକ ମୋବାଇଲ୍ ଆପ୍ ମଧ୍ୟ ବିକଶିତ ହେବ, ଯାହା ମାଗଣାରେ ଉପଲବ୍ଧ ହେବ। ଏହି ଯୋଜନା ପାଇଁ ଉତ୍ତରପ୍ରଦେଶ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଆଣ୍ଡ ମ୍ୟାନେଜମେଣ୍ଟ (ୟୁପିଏମ୍) ସଚିବ ଭାବରେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଦାୟିତ୍ବ ତାଙ୍କ ଉପରେ ରହିବ। ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସୃଷ୍ଟି ହୋଇଥିବା ପୋର୍ଟାଲ୍, ଆପ୍ ଏବଂ ଅନ୍ୟାନ୍ୟ ସଫ୍ଟୱେର୍ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ହାର୍ଡୱେର୍ UPAM ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଉପଯୁକ୍ତ ବଜେଟ୍ କରାଯିବ।

ଆଦେଶ ଅନୁଯାୟୀ, ଇ-ଲର୍ନିଂ ବିଷୟବସ୍ତୁ ପ୍ଲାଟଫର୍ମ ରାଜ୍ୟ ସ୍ତରରେ ସୂଚନା ବିଭାଗ ଦ୍ୱାରା ପୋର୍ଟାଲ୍ ଭାବରେ ରାଜ୍ୟ ସ୍ତରୀୟ କମିଟିର ସହଯୋଗରେ ପ୍ରସ୍ତୁତ ହେବ, ଯାହା ଦ୍ବାରା ପ୍ରାର୍ଥୀମାନେ, UPAM ପାଠ୍ୟକ୍ରମ ସଂଯୋଜକମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଏହି ପ୍ଲାଟଫର୍ମରେ, ବିଭିନ୍ନ ଅଧିକାରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ସହିତ ସେମାନଙ୍କ ଅନୁଭୂତି ବାଣ୍ଟି ଭିଡିଓ ଅପଲୋଡ୍ କରିବେ। ପରୀକ୍ଷା ସାମଗ୍ରୀ, ପୁସ୍ତକ ଇତ୍ୟାଦି ପ୍ରସ୍ତୁତି ସହ ଜଡିତ ମାର୍ଗଦର୍ଶନ ଦେଇ  UPAM ଏହି ପୋର୍ଟାଲରେ ଭିଡିଓ ଅପଲୋଡ୍ କରିବେ।

ଏଥିସହ ଲାଇଭ୍ ଅଧିବେଶନ ଏବଂ ୱେବିନାର୍ ମଧ୍ୟ ଆୟୋଜିତ ହେବ, ଯେଉଁଥିରେ ଅଧିକାରୀ ଏବଂ ବିଷୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ। ଏହି ପ୍ଲାଟଫର୍ମରେ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ବିଷୟବସ୍ତୁ ଉପଲବ୍ଧ ହେବ। ଏଥିପାଇଁ ଖ୍ୟାତିସମ୍ପନ୍ନ ସଂସ୍ଥାଗୁଡ଼ିକର ବିଷୟବସ୍ତୁ ଚୁକ୍ତି ମାଧ୍ୟମରେ ଅଣାଯିବ ଏବଂ ନୂତନ ଭିଡିଓ ତିଆରି ଏବଂ ଅପଲୋଡ୍ କରିବାର ପ୍ରକ୍ରିୟା ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବ। ଏହି ସମସ୍ତ କାର୍ଯ୍ୟ ରାଜ୍ୟ ସ୍ତରୀୟ, ବୋର୍ଡ ସ୍ତରୀୟ କମିଟି ମାଧ୍ୟମରେ UPAM ଦ୍ୱାରା ନିଶ୍ଚିତ ହେବ । ଇ-ଲର୍ନିଂ ଆପ୍ ଏବଂ ସମସ୍ତ ସରକାରୀ ବିଭାଗ, ଅନୁଷ୍ଠାନର ଡିଜିଟାଲ୍ ଲାଇବ୍ରେରୀ ସହିତ ଲିଙ୍କ୍ ଏହି ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ।

ଏହା ହେଉଛି ଉତ୍ତର ପ୍ରଦେଶ ସରକାରଙ୍କ ଏକ ଅଭିନବ ପ୍ରୟାସ, ଯାହା କୌଣସି ରାଜ୍ୟ ଏ ପର୍ଯ୍ୟନ୍ତ କରି ନାହିଁ। ବିଶେଷ କରି ଏଥିରେ ଛାତ୍ରଛାତ୍ରୀଙ୍କୁ ବେଶ୍ ସହାୟତା ମିଳିବା ସହିତ ଉତ୍ତର ପ୍ରଦେଶରୁ ଅଧିକରୁ ଅଧିକ ଭାରତୀୟ ପ୍ରଶାସନିକ ସେବାରେ ଛାତ୍ରଛାତ୍ରୀମାନେ ନିଯୁକ୍ତି ପାଇପାରିବେ।

Categories
ଆଜିର ଖବର ଆଞ୍ଚଳିକ

ଜେଇଇ ଓ ନିଟ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁନଃପରୀକ୍ଷା କରିବା ଲାଗି ଦାବୀ କଲା ଆମ ଜନତା ଅଧିକାର

ଭୁବନେଶ୍ବର: ଆଜି ଉତ୍କଳ ସାମ୍ବାଦିକ ଭବନ ପରିସରରେ “ଆମ ଜନତା ଅଧିକାର” ସଂଗଠନ ତରଫରୁ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି। ସଦ୍ୟ ସମାପ୍ତ ହେଇଥିବା ଜେଇଇ ଓ ନିଟ ପରୀକ୍ଷାରେ ହଜାର ହଜାର ଗରୀବ ମେଧାବୀ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏନେଇ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃପରୀକ୍ଷା କରିବା ଲାଗି ସରାକାରଙ୍କ ନିକଟରେ ଦାବୀ କରିଛି ଏହି ସାମାଜିକ ସଂଗଠନ।

ରାଜ୍ୟର ଅନେକ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତ ଥିବା ସମୟରେ ଏହି ପ୍ରକାର ଏକ ନିଷ୍ପତ୍ତି ଅନେକ ନିରୀହ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି। କୋଭିଡ ସମୟରେ କେବଳ ରାଜ୍ୟର ପ୍ରମୁଖ ସାତଗୋଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଜେଇଇ ପରୀକ୍ଷା ଲାଗି ୩୮ ହଜାର ୨ ଶହ ୩୬ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ଅନ୍ୟୂନ ୧୧ ହଜାର ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି। ସାତଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଲାଗି ବନ୍ଦୋବସ୍ତ କରାଯାଇଥିଲା ଏଵଂ ୨୮ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେଇଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅନେକ ଗରୀବ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷାର ସୁଯୋଗ ଉପଯୋଗ କରିପାରିନଥିଲେ।

ସେହି ଭଳି ନିଟ ପାଇଁ ୩୭ ହଜାର ୪ ଶହ ୫୯ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୧୨ ପ୍ରତିଶତ ତଥା ଅନ୍ୟୂନ ୪ ହଜାର ୫ ଶହ ପରୀକ୍ଷାର୍ଥୀ ବଞ୍ଚିତ ହେଇଛନ୍ତି। ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଓ କୋଭିଡର ଭୟରେ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ବଞ୍ଚିତ ହେବା ଏକ ପ୍ରକାର ପରୀକ୍ଷାର ବିଫଳତା ଦର୍ଶାଯାଇଛି। ତେଣୁ କେନ୍ଦ୍ର ସରକାର ଏତେ ମାତ୍ରାରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନଜରରେ ରଖି ପୁନଃ ପରୀକ୍ଷା କରିବାକୁ ସଂଗଠନ ତରଫରୁ ଆଜିର ପ୍ରେସମିଟରେ ଦାବୀ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୭ତାରିଖରେ ଜେଇଇ ଓ ନିଟ ଉପଲକ୍ଷେ ଧାରଣାରେ ବସିଥିବା ସଂଗଠନର କର୍ମକର୍ତ୍ତାମାନେ କୋଭିଡ ଓ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଓ ସୁବନ୍ଦୋବସ୍ତ କରି ପରୀକ୍ଷାକୁ ପୁନଃ ତାରିଖ ନିର୍ଦ୍ଧରାଣ କରିବାକୁ ଦାବୀ କରି ଧାରଣା ଦେଇଥିଲେ। କିନ୍ତୁ ଏହାକୁ ଅଣଦେଖା କରି ଅତି ତରବରିଆ ଭାବରେ ସରାକର ପରୀକ୍ଷା କରିଥିଲେ।

ଆଜି ଅନୁଷ୍ଠିତ ଏହି ପ୍ରେସମିଟରେ ସଂଗଠନର ଆବାହକ ଶ୍ରୀ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ବାଇଁ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଜଗବନ୍ଧୁ ଜେନା, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ସହ ସଂଯୋଜିକା ପ୍ରଣତି ସ୍ୱାଇଁ, ରତିକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ନିଟ୍ ଏବଂ ଜେଇଇ ପରୀକ୍ଷା ଘୁଞ୍ଚାଇଲେ ନାହିଁ, ଏକ ଅଭିମାନ ଭରା କଣ୍ଠରେ କହିଲେ ନବୀନ

ଭୁବନେଶ୍ବର, ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ଶୁଣିଲା ନାହିଁ। ବର୍ତ୍ତମାନ କୋଭିଡ ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟ ପ୍ରାଥମିକତା। ସେଥିପାଇଁ ନବୀନ କେନ୍ଦ୍ରଙ୍କୁ ଚିଠି ଲେଖିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଫୋନ ଯୋଗେ ମଧ୍ୟ କଥା ହୋଇଥିଲେ। ହେଲେ କେନ୍ଦ୍ର ଶୁଣି ନାହିଁ ବୋଲି ଏକ ଅଭିମାନ ଭରା କଣ୍ଠରେ ନବୀନ ବିଜେଡି ବିଧାୟକମାନଙ୍କୁ କହିଥିଲେ।

ଆଜି ନବୀନ କୋଭିଡ ମୁକାବିଲା ନେଇ ବିଜେଡି ବିଧାୟକଙ୍କ ସହିତ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଏକ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଏପରି ଆଭିମୁଖ୍ୟ ସଂପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ତେବେ ଏହି ପରୀକ୍ଷା ବର୍ତ୍ତମାନ ହେଉଥିବାରୁ ବିଧାୟକମାନେ ତାଙ୍କ ଅଞ୍ଚଳର ପରୀକ୍ଷାର୍ଥିଙ୍କୁ ସହଯୋଗ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି।

ପୂର୍ବରୁ ରାଜ୍ୟ ସରକାର ଏହି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରି ଚିଠି ଲେଖିଛନ୍ତ ନବୀନ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କକୁ ଚିଠି ଲେଖିଛନ୍ତି ନବୀନ । କରୋନା ଯୋଗୁଁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ସେହିପରି ଦୁର୍ଗମ ଅଞ୍ଚଳରୁ ଯାଇ ଦୂରରେ ପରୀକ୍ଷା ଦେବା ଅସୁବିଧା ହେବ । ଅପରପକ୍ଷରେ ବିଭିନ୍ନସ୍ଥାନରେ ସଟ୍‌ଡାଉନ୍‌ ଓ ଲକ୍‌ ଡାଉନ୍‌ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି।  ଏହି ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ନିଟ୍‌ ଓ ଜେଇଇ ପରୀକ୍ଷାକୁ ଘୁଞ୍ଚାଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଆଦିତ୍ୟ ଠାକ୍‌ରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଟ୍‌ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତା ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ଏବଂ ଜେଇଇକୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।  ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରହିଥିବା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ନିଟ୍ ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।