Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବାଇଡେନଙ୍କ ପତ୍ନୀଙ୍କୁ ସବୁଠାରୁ ମହଙ୍ଗା ହୀରା ଦେଇଥିଲେ ପିଏମ ମୋଦୀ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2023 ମସିହାରେ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ 17 ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ସୂଚନା ଅନୁଯାୟୀ, ପିଏମ ମୋଦୀଙ୍କ ଏହି ଉପହାର 2023 ମସିହାରେ ଜିଲ ବାଇଡେନଙ୍କୁ ବିଦେଶୀ ନେତାଙ୍କଠାରୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା।

2023 ମସିହାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରିବାରକୁ ବିଶ୍ଵର ବହୁ ବିଦେଶୀ ନେତା ହଜାରେ ଡଲାର ମୂଲ୍ୟର ଉପହାର ପ୍ରଦାନ କରିଥିଲେ ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉପହାରର ମୂଲ୍ୟ 20 ହଜାର ଡଲାର ଅର୍ଥାତ୍ 17 ଲକ୍ଷ ଟଙ୍କା ଥିଲା।

ପିଏମ ମୋଦୀ ଦେଇଥିବା 7.5 କ୍ୟାରେଟ ହୀରା 2023 ମସିହାରେ ଜୋ ବାଇଡେନଙ୍କ ପରିବାରର କୌଣସି ସଦସ୍ୟ ଗ୍ରହଣ କରିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା। ସ୍ୱରାଷ୍ଟ୍ର ବିଭାଗର ବାର୍ଷିକ ରିପୋର୍ଟ ଅନୁଯାୟୀ, ଆମେରିକାରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ଜୋ ବାଇଡେନ ଏବଂ ତାଙ୍କ ପରିବାରକୁ 14,063 ଆମେରିକୀୟ ଡଲାର ମୂଲ୍ୟର ଏକ ବ୍ରୋଚ ଏବଂ ବ୍ରେସଲେଟ୍ ଉପହାର ଦେଇଛନ୍ତି। ଇଜିପ୍ଟର ରାଷ୍ଟ୍ରପତି ଏବଂ ପ୍ରଥମ ଲେଡି 4,510 ଆମେରିକୀୟ ଡଲାର ମୂଲ୍ୟର ଏକ ବ୍ରୋଚ୍ ଏବଂ ଫଟୋଗ୍ରାଫ୍ ଆଲବମ୍ ଉପହାର ଦେଇଛନ୍ତି।

ସ୍ୱରାଷ୍ଟ୍ର ବିଭାଗର ସୂଚନାନୁସାରେ, 20,000 ଡଲାର ମୂଲ୍ୟର ଏହି ହୀରାକୁ ସରକାରୀ ଉଦ୍ଦେଶ୍ୟରେ ହ୍ଵାଇଟ ହାଉସର ଇଷ୍ଟ ୱିଙ୍ଗରେ ରଖାଯାଇଛି। ଜୋ ବାଇଡେନ ଏବଂ ଜିଲ ବାଇଡେନଙ୍କ ଦ୍ୱାରା ପ୍ରାପ୍ତ ଅନ୍ୟାନ୍ୟ ଉପହାର ଅଭିଲେଖାଗାରକୁ ପଠାଯାଇଛି।