Categories
ଆଜିର ଖବର ଜାତୀୟ ଖବର

ଜିଓ ଗେମସ୍ ପକ୍ଷରୁ ଏହାର ପ୍ଲାଟଫର୍ମରେ ଗୁଗୁଲ୍ ଗେମ୍ ସ୍ନାକ୍ସର ସମନ୍ୱୟ

ନୂଆଦିଲ୍ଲୀ: ଜିଓ ଗେମସ୍, ଭାରତର ଅଗ୍ରଣୀ ଗେମିଙ୍ଗ ପ୍ଲାଟଫର୍ମ, ଗୁଗୁଲର ଗେମ୍ ସ୍ନାକ୍ସକୁ ଏହାର ଜିଓ ଗେମ୍ସ ଆପ୍ ଏବଂ ଜିଓ ସେଟ୍-ଟପ୍ ବକ୍ସରେ ଏକୀକୃତ କରି ଏହାର ଗେମିଙ୍ଗ ପୋର୍ଟଫୋଲିଓକୁ ବିସ୍ତାର କରିଛି। ଜିଓ ଗେମ୍ସ ବ୍ୟବହାରକାରୀମାନେ ବର୍ତ୍ତମାନ ନିତିଦିନ ସୁଡୋକୁ, ଓମ୍ ନୋମ୍ ରନ୍ ଏବଂ ଟ୍ରାଫିକ୍ ଟମ୍ ସହିତ ଆଠଟି ଲୋକପ୍ରିୟ ଗେମ ଖେଳିପାରିବେ।

ସମସ୍ତ ଗେମ୍ ସ୍ନାକ୍ସ ଖେଳଗୁଡିକ ଜିଓ ଗେମସ୍ ବ୍ୟବହାରକାରୀଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀମାନେ ଏହି ଗେମଗୁଡିକ ଖେଳିବା ପାଇଁ ଜିଓ ଗେମସ୍ଆ ପ୍ ହୋମପେଜରୁ ସହଜରେ ପ୍ରବେଶ କରିପାରିବେ। ଗୁଗୁଲର ଗେମ୍ ସ୍ନାକ୍ସ ଖେଳଗୁଡିକ ମାଇଁ ଜିଓ ଏବଂ ଜିଓ ଟିଭିରେ ଜିଓ ଗେମସ୍ ମିନି ଆପ୍ସରେ ମଧ୍ୟ ଉପଲବ୍ଧ ହେବ।

ଗୁଗୁଲର ଗେମ୍ ସ୍ନାକ୍ସ ଖେଳଗୁଡିକ ବହୁତ ହାଲୁକା ଏବଂ ଶୀଘ୍ର ଲୋଡ୍ ହୁଏ। ଏହି ଏଚଟିଏମଏଲ୫ ଖେଳଗୁଡିକ କମ୍ ମେମୋରୀ ଥିବା ଡିଭାଇସ୍ ଏବଂ ବିଭିନ୍ନ ନେଟୱାର୍କ ଅବସ୍ଥାରେ ମଧ୍ୟ ଖେଳାଯାଇପାରିବ। କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହି ସହଭାଗିତାର ଉଦ୍ଦେଶ୍ୟ ହେଉଛି ଭାରତରେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଗେମିଙ୍ଗ ଅନୁଭୂତିକୁ ଉନ୍ନତ କରିବା। ଯାହାଦ୍ୱାରା ଗ୍ରାହକ କାଜୁଆଲ୍ ଗେମ୍କୁ ସହଜରେ ପହଂଚିପାରିବେ।

ଗେମନାକ୍ସରେ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିଙ୍କ ପାଇଁ ୧୦୦ ରୁ ଅଧିକ ଗେମ ରହିଛି। ଭାରତକୁ ଏକ ଅଗ୍ରଣୀ ଗେମିଙ୍ଗ ହବ୍ ଭାବରେ ସ୍ଥାନିତ କରିବାକୁ ଜିଓ ଗେମ୍ସ ଲକ୍ଷ୍ୟ ରଖିଛି। ଏହି ସହଭାଗିତା ଜିଓ ଗେମ୍ସର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।