Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜଟଣୀ ଓ ପୁରୀ ସହରକୁ ଆସିଲା ଜିଓଫାଇବର ସେବା, ଜାଣନ୍ତୁ ଓଡିଶାର କେଉଁ ନିର୍ଦ୍ଧିଷ୍ଠ ସ୍ଥାନରେ ଏହା ଉପଲବ୍ଧ

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ସମୟରେ ଘରେ ରହି କାର୍ଯ୍ୟ କରିବା (ୱାର୍କ ଫ୍ରମ ହୋମ) ଏବଂ ଅନ୍‌ଲାଇନ ଶ୍ରେଣୀଶିକ୍ଷା ଏକ ପ୍ରକାର ନିୟମ ହୋଇପଡିଥିବାବେଳେ ଅନେକଙ୍କ ପାଇଁ ନିର୍ଭରଯୋଗ୍ୟ ହାଇସ୍ପିଡ ଇଂଟରନେଟ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି । ଏଭଳି ସମୟରେ ଜଟଣୀ ଓ ପୁରୀ ସହରରେ ଆରମ୍ଭ ହୋଇଛି ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ଜିଓଫାଇବର ସେବା।

ଓଡ଼ିଶାରେ ନିଜ ଉପସ୍ଥିତିକୁ ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର ପର୍ଯ୍ୟାୟକ୍ରମେ ଓଡ଼ିଶାର ବିଭିନ୍ନ ସହର ଓ ନଗରଗୁଡିକରେ ସେବା ପ୍ରଚଳନ କରୁଛି । ନିକଟରେ ଝାରସୁଗୁଡା, ସମ୍ବଲପୁର, ବ୍ରଜରାଜନଗର, ରାଉରକେଲା, ସୁନ୍ଦରଗଡ, ବଲାଙ୍ଗୀର ଓ ଭବାନୀପାଟଣା ଭଳି ସହରରେ ପ୍ରମୁଖ ଅଂଚଳଗୁଡିକରେ ସେବା ଯୋଗାଣ ଆରମ୍ଭ କରିଥିବା ଜିଓ ଫାଇବର ଏବେ ଜଟଣୀ ଓ ପୁରୀ ସହରର କେତେକ ଅଂଚଳରେ ସେବା ଆରମ୍ଭ କରିଛି ।  ଏଥିସହିତ ଜିଓ ଫାଇବର ସେବା ଓଡିଶାର ଭୁବନେଶ୍ୱର, କଟକ, କୋରାପୁଟ, ଯାଜପୁର ରୋଡ୍‌, ଅନୁଗୁଳ, କେନ୍ଦ୍ରାପଡା ସମେତ ୧୫ ଟି ପ୍ରମୁଖ ସହର ଓ ନଗରରେ ନିଜ ଉପସ୍ଥିତି ଜାହିର କରିଛି ।

ଜଟଣୀର ମହୁଲ ଗାଡିଆ ଛକରୁ ମୁଣ୍ଡିଆ ସାହି ପର୍ଯ୍ୟନ୍ତ ଅଂଚଳ, ଥାନା ଛକ, ଆନ୍ଧ୍ରା ବ୍ୟାଙ୍କ ଲେନ୍‌, ବାଲିଛକ ସାହି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଲେନ୍‌, ମୁଣ୍ଡିଆ ସାହି, ଗାର୍ଲ୍ସ ହାଇ ସ୍କୁଲ୍ ରୋଡ୍‌, ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ନିକଟବର୍ତ୍ତୀ ଅଂଚଳରେ ପ୍ରଥମ ପର୍ଯ୍ୟାୟରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି । ସେହିଭଳି ପୁରୀ ସହରର ମାରୁତି ନଗର, ବାଲିଘାଟ, ପୁରୁଷୋତ୍ତମ ନଗର, ବ୍ୟାଙ୍କ କଲୋନୀ, ଟିକେଆର୍‌ଆଇଟି କଲୋନୀ, ସିଦ୍ଧ ମହାବୀର ପାଟଣା, ଗଉଡ ସାହି ଆଦି ଅଂଚଳରେ ଜିଓ ଫାଇବର ସେବା ଉପଲବ୍ଧ ହୋଇଛି ।

ପୂର୍ବରୁ ଭୁବନେଶ୍ୱର ଓ କଟକର ବିଭନ୍ନ ଅଂଚଳରେ ଉପଲବ୍ଧ ହୋଇଥିବା ଜିଓ ଫାଇବର ସେବା ଏବେ ଟୁଇନ୍‌ସିଟିର ଅଧିକ ଅଂଚଳକୁ ସଂପ୍ରସାରିତ ହୋଇଛି । ସମ୍ପ୍ରତି ଭୁବନେଶ୍ୱରର ନୟାପଲ୍ଲୀ, ଆଇଆର୍‌ସି ଭିଲେଜ୍‌, ନୟାପଲ୍ଲୀ ବ୍ରିଟ୍ କଲୋନୀ, ଜୟଦେବ ବିହାର, ମୈତ୍ରୀ ବିହାର, ଜଗନ୍ନାଥ ବିହାର, ନୀଳାଦ୍ରୀ ବିହାର, ଓୟୁଏଟି, ଖାରବେଳ ନଗର, ୟୁନିଟ୍ ୯ ଓ ଭୋଇନଗର, ବ୍ରହ୍ମେଶ୍ୱର ପାଟଣା, ଶହୀଦ ନଗରର ପ୍ରମୁଖ ଅଂଚଳ, ଡୁମୁଡୁମା, ଆଇଗିଣିଆ, ପ୍ରେସ୍ ଛକ, ସତ୍ୟସାଇ ଏନ୍‌କ୍ଲେଭ୍‌, କସ୍‌ମୋପଲିସ୍‌, ଡିଏନ୍ ଅକ୍ସି ପାର୍କ ଏବଂ ପଞ୍ଚସଖାନଗର ଅଂଚଳରେ ଏହା ଏବେ ଉପଲବ୍ଧ ହୋଇଛି ।

ଅନୁରୂପ ଭାବେ ଜିଓଫାଇବର କଟକର ସିଡିଏ ସେକ୍ଟର ୬, ସେକ୍ଟର ୭, ସେକ୍ଟର ୮ ଓ ସେକ୍ଟର ୯, ଜୋବ୍ରା, ମହାନଦୀ ବିହାର, ଗଣ୍ଡରପୁର, ବାଲିପାଟଣା, ଡଗରପଡା, କାଫଲା୍‌, ସେଲ୍‌ଟର କଲୋନୀ, ନିମଚୌଡି, ବିଡାନାସୀ, ଚହଟା, ଦରଘା ବଜାର, ଅପର୍ଣ୍ଣା ନଗର, ରାଉସ ପାଟଣା, ମେରିଆ ବଜାର, ଅପାଣିଆ, ଆନନ୍ଦ ବିହାର ଓ ସାମନ୍ତ ସାହି ଆଦି ଅଂଚଳରେ ଉପଲବ୍ଧ ହୋଇଛି ।

ସୂଚନା ଯୋଗ୍ୟ ଯେ, ଜିଓଫାଇବର ନିକଟରେ ତାହାର ତାରିଫ ପ୍ଲାନଗୁଡିକରେ ପୁନର୍ବିନ୍ୟାସ କରିଛି । ଏହି ନୂଆ ଜିଓଫାଇବର ତାରିଫ ପ୍ଲାନଗୁଡିକ ଅତ୍ୟନ୍ତ ସୁଲଭ୍ୟ ହେବା ସହିତ ବାସ୍ତବରେ ଅସୀମିତ ଇଂଟରନେଟ, ଅସୀମିତ ଭଏସ କଲ୍‌, ଉଭୟ ଅପ୍‌ଲୋଡ ଏବଂ ଡାଉନଲୋଡ କ୍ଷେତ୍ରରେ ସମାନ ସ୍ପିଡ (ସିମେଟ୍ରିକ ସ୍ପିଡ) ପ୍ରଦାନ କରୁଛି  ଏବଂ ସୁଲଭ୍ୟ ପ୍ଲାନଗୁଡିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି ।

ଜିଓଫାଇବର ତାହାର ନୂଆ ଗ୍ରାହକଙ୍କ ପାଇଁ ସର୍ତ୍ତବିହୀନ ୩୦ଦିନର ମାଗଣା ଟ୍ରାଏଲ ପ୍ରଚଳନ କରିଛି, ଯାହା ପୂର୍ବରୁ କେବେ ହୋଇନଥିଲା, ଯେଉଁଥିରେ ଏହା ଗ୍ରାହକଙ୍କୁ ୩୦ଦିନ ପାଇଁ ମାଗଣାରେ ୧୫୦ ଏମବିପିଏସ ଏବଂ ଅସୀମିତ ଇଂଟରନେଟ ସହିତ ୧୦ ମାଗଣା ଓଟିଟି ଆପ୍ ଯୋଗାଇଦେଉଛି ଏବଂ ମାଗଣା ଟ୍ରାଏଲ ପରେ ଗ୍ରାହକ ଯଦି ତାହା ନଚାହାନ୍ତି ତେବେ ଏହା ଉକ୍ତ ସଂଯୋଗ ଫେରସ୍ତ ନେବାର ବିକଳ୍ପ ମଧ୍ୟ ରଖୁଛି । ଜିଓଫାଇବର ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ହାଇ-ସ୍ପିଡ ଇଂଟରନେଟ ଏବଂ ୱାଇଫାଇ ଘରଗୁଡିକୁ ଯୋଗାଇଦେଉଛି ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଏବଂ ସପିଂ ଅନୁଭୂତି ପ୍ରଦାନ କରୁଛି ।

Categories
ଆଜିର ଖବର ବ୍ୟବସାୟ

ଜିଓ ଫାଇବରରେ ଏକ ବିଲିୟନ୍‌ ନିବେଶ କରିବ ପିଆଇଏଫ୍

ମୁମ୍ବାଇ : ରିଲାଏନ୍ସ ଜିଓର ଆଗାମୀ ପ୍ରକଳ୍ପ ଜିଓ ଫାଇବରରେ ନିବେଶ କରିବାକୁ ଯାଉଛି ପିଆଇଏଫ୍ । ଜିଓ ଫାଇବରରେ ପିଆଇଏଫ୍ ପକ୍ଷରୁ ପ୍ରାୟ 1ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 7500 କୋଟିର ନିବେଶ କରାଯିବ । ଏହି ନିବେଶ ପାଇଁ ପିଆଇଏଫ୍ ପକ୍ଷରୁ ରିଲାଏନ୍ସ ସହିତ ଆଲୋଚନା ଜାରି ରହିଥିବା ଜଣାପଡିଛି। ପୂର୍ବରୁ ପିଆଇଏଫ୍ ପକ୍ଷରୁ ମଧ୍ୟ ରିଲାଏନ୍ସ ଜିଓରେ 11ହଜାର 367 କୋଟି ଟଙ୍କାର ନିବେଶ କରାଯାଇଥିଲା । ତେବେ ପିଆଇଏଫର ପ୍ରତିଦ୍ୱନ୍ଦୀ କମ୍ପାନୀ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟୀ ୧ ବିଲିୟନର ନିବେଶ ପ୍ରସ୍ତାବ ଦେବା ପରେ ପିଆଇଏଫ୍ ପୁନର୍ବାର ନିବେଶ କରିବା ନେଇ ଆଲୋଚନା ଜାରି ରହିଛି । ଏହି ନିବେଶ କରିବା ପାଇଁ ପିଆଇଏଫ୍ ପକ୍ଷରୁ ନିଜର ଅନ୍ୟ ନିବେଶ ଗୁଡିକରେ ପରିବର୍ତ୍ତନ କରିବାକୁ ପଡୁଛି । ଏପରିକି ପିଆଇଏଫ୍ ସିଲିକନ୍ ଭ୍ୟାଲି, ବିଗ୍ ଅଏଲ, ଆଭିଏସନ୍ ବେଟସ୍ ଏବଂ ଇଂଲିଶ ପ୍ରିମିୟର ଲିଗରୁ ପୁଞ୍ଜି ପ୍ରତ୍ୟାହାର କରିବାରେ ଲାଗିଛି । ଏହା ସହିତ କମ୍ପାନୀ ଉବର ଟେକ୍ନୋଲୋଜି ସହିତ 45 ବିଲିୟନ୍ ଡଲାରର ଏକ ଚୁକ୍ତି କରିଛି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଓଡିଶାର ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା

ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ ପ୍ରମୁଖ ସହରକୁ ଏହାର ହାଇସ୍ପିଡ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବାକୁ ସଂପ୍ରସାରିତ କରିଛି । ଉପଭୋକ୍ତାମାନଙ୍କୁ ସଂକଟ ସମୟରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସହିତ ସଂଯୁକ୍ତ ରଖିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଜିଓ ଫାଇବର ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା, ପରିବର୍ଦ୍ଧିତ ନେଟୱର୍କ କଭରେଜ୍ ଏବଂ ପ୍ରମୁଖ ସହରର ମୁଖ୍ୟ ଅଂଚଳଗୁଡିକରେ ସେବା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି ।

ପୂର୍ବରୁ ଜିଓ ଫାଇବର ସେବା ଉପଲବ୍ଧ ହୋଇଥିବା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ସହରଗୁଡିକରେ ଏବେ ଏହା ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି । ବିଗତ କିଛି ସପ୍ତାହ ମଧ୍ୟରେ ଯାଜପୁର ରୋଡ୍‌, ପୁରୀ, ଝାରସୁଗୁଡା, କୋରାପୁଟ, ଅନୁଗୁଳ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ଼ ଆଦି ସହରରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ଦ୍ରୁତ ସଂପ୍ରସାରଣ ଜାରି ରଖିଥିବା ଜିଓ ଫାଇବର୍ ଆଗାମୀ କିଛି ସପ୍ତାହ ମଧ୍ୟରେ ଭବାନୀପାଟଣା, ବ୍ରଜରାଜନଗର, ଜଟଣୀ ଏବଂ ଜଗତସିଂହପୁର ସମେତ ରାଜ୍ୟର ଅନ୍ୟ କେତେକ ସହରରେ ସେବା ଆରମ୍ଭ ଯୋଜନା ରଖିଛି ।

ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଛୋଟ ଓ ବଡ଼ ବ୍ୟବସାୟ, ଶିକ୍ଷାନୁଷ୍ଠାନ ଏବଂ ବୃହତ୍ ଉଦ୍ୟୋଗ ପର୍ଯ୍ୟନ୍ତ ହଜାର ହଜାର ଗ୍ରାହକଙ୍କୁ ଜିଓ ଫାଇବର୍ ସର୍ବନିମ୍ନ ୧୦୦ ଏମବିପିଏସ୍ ସ୍ପିଡ୍ ଠାରୁ ଆରମ୍ଭ କରି ୧ ଜିବିପିଏସ୍ ପର୍ଯ୍ୟନ୍ତ ବାସ୍ତବ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେଉଛି ।

ସାରା ଭାରତରେ ଲକଡାଉନ୍‌ର କଠିନ ସମୟରେ ଜିଓ ଫାଇବର ଓଡିଶାର ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗକୁ ସୁନିଶ୍ଚିତ କରିଥିଲା । ଜିଓ ଫାଇବର ଟିମ୍ ଦ୍ୱାରା ଇନଷ୍ଟଲେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଲକ୍‌ଡାଉନ୍ ସମୟରେ ସେବା ଯୋଗାଇ ଦିଆଯାଇଥିବାରୁ ଏହା ଓଡ଼ିଶାର ବିଭିନ୍ନ ସହରରେ୍ ଗ୍ରାହକମାନଙ୍କୁ ଆନନ୍ଦିତ କରିଛି ।

ଜିଓ ଫାଇବର୍ ସମନ୍ୱିତ ଅଲ୍ଟ୍ରା-ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଟଂରନେଟ୍ ଓ ସ୍ମାର୍ଟ ଫୋନ୍ ଫିକ୍ସଡ୍ ଲାଇନ୍ ସେବା ସହିତ ଉପଲବ୍ଧ ହେଉଛି ଯେଉଁଥିରେ ଲ୍ୟାଣ୍ଡଲାଇନରୁ ଭାରତର ଯେକୌଣସି ସ୍ଥାନକୁ ମାଗଣା କଲ୍ ସୁବିଧା ରହିଛି । ଏଥି ସହିତ ଜିଓ ଫାଇବର୍ ସହିତ ଉପଲବ୍ଧ ଅଲ୍ଟ୍ରା-ଏଚଡି ସେଟ୍‌-ଟପ୍ ବକ୍ସ ଲାଇଭ୍ ଟିଭି ଚ୍ୟାନେଲ ଏବଂ ଓଟିଟି ବିଷୟବସ୍ତୁକୁ ଜିଓ ଟିଭି+ ଆପରେ ଏକତ୍ର କରୁଛି ଯାହାଦ୍ୱାରା ବିଭିନ୍ନ ଓଟିଟି ଆପ୍ସକୁ ନଯାଇ ଜିଓ ଫାଇବର ଉପଭୋକ୍ତା ସବୁ ଓଟିଟିର ବିଷୟବସ୍ତୁ ଏକତ୍ର ପାଇପାରୁଛନ୍ତି ।

ଦ୍ରୁତ ସଂପ୍ରସାରଣ ଜାରି ରଖିଥିବା ଜିଓ ଫାଇବର୍ ବ୍ରଡବ୍ୟାଣ୍ଡ ଅସୀମିତ ମନୋରଞ୍ଜନ, ସମ୍ବାଦ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମ ଗୁଡିକୁ ସମନ୍ୱିତ କରି ଉପଭୋକ୍ତାମାନଙ୍କୁ ଏକ ସମୃଦ୍ଧ ଅନୁଭୁତି ଆଣିଦେଇଛି । ଜିଓ ଫାଇବର ବ୍ୟବହାରକାରୀମାନେ ଡିସ୍‌ନି ହଟଷ୍ଟାର, ଆମାଜନ ପ୍ରାଇମ, ସୋନି ଲାଇଭ, ଜି୫, ଭୁଟ୍‌, ସନ୍ ନେକ୍ସଟ୍‌, ଅଲ୍ଟ ବାଲାଜୀ, ଜିଓ ସିନେମା, ଜିଓସାଭନ୍‌, ହୋଇଚୋଇ ଭଳି ଅନେକ ଲୋକପ୍ରିୟ ଓଟିଟି ଆପ୍ସରେ ପ୍ରିମିୟମ୍ ଅନ୍‌-ଡିମାଣ୍ଡ ବିଷୟବସ୍ତୁ ଉପଭୋଗ କରିବା ସୁଯୋଗ ଲାଭ କରୁଛନ୍ତି ଯାହା ମଧ୍ୟରେ ପ୍ରମୁଖ ଓଡିଆ ସମ୍ବାଦ ଏବଂ ମନୋରଞ୍ଜନ ଚ୍ୟାନେଲଗୁଡିକ ସହିତ ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ଜାତୀୟ ଓ ଆଞ୍ଚଳିକ ଚାନେଲ୍ ସାମିଲ୍ ରହିଛି ।

ଏଥିସହିତ ଜିଓ ଫାଇବର ଏକାଧିକ ଭାଷାରେ ପ୍ରିମିୟମ୍ ବିଷୟବସ୍ତୁର ପୁରା ଲାଇବ୍ରେରୀ ଏବଂ ଲାୟନ୍ସଗେଟ୍ ପ୍ଲେ ରୁ ହଲିଉଡ ବ୍ଲକବଷ୍ଟର ଦେଖିବା ସୁଯୋଗ ପ୍ରଦାନ କରୁଛି । ଏହା ବ୍ୟତୀତ ଜିଓ ଫାଇବର୍ ଏକାଧିକ ସ୍ଥାନରେ ରହିଥିବା ଲୋକଙ୍କୁ ଭିଡିଓ କନଫରେନ୍ସିଂ ରେ ଯୋଡିହେବା ପାଇଁ ଜିଓମିଟ୍ ଆପ୍ ଉପଲବ୍ଧ କରାଇଛି ଯାହାଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ୟବସାୟିକ କାର୍ଯ୍ୟ, ସାମାଜିକ ସଭା ଏବଂ ଶ୍ରେଣୀଗୃହ ତାଲିମ ଇତ୍ୟାଦି ସହଜ ହୋଇଛି ।