Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’, ଆଠଟି ଆଞ୍ଚଳିକ ଭାଷାରେ ଉପଲବ୍ଧ

ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ଡାଟା ସୁରକ୍ଷା ବା ଡାଟା ସିକ୍ୟୁରିଟିକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ହେଉଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓପେଜେସ୍‌’କୁ ବଜାରରେ ପ୍ରଚଳନ କରିବାର ଏକ ପ୍ରକୃଷ୍ଟ ସମୟ ବୋଲି କୁହାଯାଇଛି । ଜିଓପେଜେସ୍‌ର ବିଶେଷତ୍ୱ ହେଉଛି ଏହା ଅନ୍ୟ ବ୍ରାଉଜର ତୁଳନାରେ ବ୍ୟବହାରକାରୀଙ୍କୁ ଡାଟା ପ୍ରାଇଭେସି ସହିତ ନିଜର ଡାଟା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିଥାଏ ।

ଜିଓପେଜେସ୍‌କୁ ଶକ୍ତିଶାଳୀ କ୍ରୋମିୟମ ବ୍ଲିଙ୍କ୍ ଇଞ୍ଜିନ ଉପରେ ଭିତ୍ତି କରି ପ୍ରସ୍ତୁତ କରାଯାଇଛି। ଏହି ଇଞ୍ଜିନର ହାଇସ୍ପିଡ କାରଣରୁ ବ୍ରାଉଜିଂର ଚମତ୍କାର ଅନୁଭୁତି ମିଳିଥାଏ । ଜିଓପେଜେସ୍‌କୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ଡିଜାଇନ ଓ ବିକଶିତ କରାଯାଇଛି ।

ଇଂରାଜୀ ବ୍ୟତୀତ ଜିଓପେଜେସ୍‌ରେ ବର୍ତ୍ତମାନ ଅନ୍ୟ ୮ଟି ଭାରତୀୟ ଭାଷାରେ କାର‌୍ୟ୍ୟ କରିବାର ସାମର୍ଥ୍ୟ ରହିଛି । ପୂର୍ଣ୍ଣ ସ୍ୱଦେଶୀ ଭାବରେ ବିକଶିତ ଜିଓପେଜେସ୍ ଇଂରାଜୀ ସହିତ ହିନ୍ଦୀ, ମରାଠୀ, ତାମିଲ, ଗୁଜରାଟୀ, ତେଲଗୁ, ମାଲୟାଲମ, କନ୍ନଡ ଏବଂ ବେଙ୍ଗଲି ଆଦି ଭାରତୀୟ ଭାଷାରେ ବର୍ତ୍ତମାନ ପ୍ରଚଳିତ ହୋଇଛି ।

ଏଥିସହିତ ପର୍ସନାଲାଇଜଡ ହୋମ୍‌ସ୍କ୍ରିନ୍‌, ପର୍ସନାଲାଇଜଡ ଥିମ୍‌, ପର୍ସନାଲାଇଜଡ କଣ୍ଟେଣ୍ଟ୍‌, ଇନଫରମେଟିଭ କାର୍ଡସ, ଭାରତୀୟ ଭାଷାର କଣ୍ଟେଣ୍ଟ୍‌, ଆଡଭାନ୍‌ସ ଡାଉନଲୋଡ ମ୍ୟାନେଜର, ଇନ୍‌କଗ୍ନିଟୋ ମୋଡ୍ ଏବଂ ଆଡ୍ ବ୍ଲକର ଭଳି ସୁବିଧା ଜିଓପେଜେସ୍ ବ୍ରାଉଜରରେ ଗ୍ରାହକଙ୍କୁ ଉପଲବ୍ଧ ହେଉଛି ।

ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀ ଜିଓପେଜେସ୍ ୱେବ୍ ବ୍ରାଉଜର୍ ଗୁଗୁଲ୍ ପ୍ଲେ-ଷ୍ଟୋର୍ ରୁ ଡାଉନ୍‌ଲୋଡ୍ କରିପାରିବେ ।

Categories
ବିଶେଷ ଖବର ବ୍ୟବସାୟ

ଜାନୁୟାରୀ ମାସରେ ୪ଜି ଡାଉନଲୋଡ ସ୍ପିଡ଼ ତାଲିକାରେ ଜିଓ ସର୍ବାଗ୍ରେ : ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି। ଏହି ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ଜିଓ ସର୍ବାଗ୍ରେ ରହିଥିବା ବେଳେ ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ଆଗରେ ରହିଛି।

ଜାନୁୟାରୀ ମାସ ପାଇଁ ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ ୨୦.୯ ଏମବିପିଏସ ରହିଥିବା ବେଳେ ଏହି ଅବଧିରେ ଭାରତୀ ଏୟାରଟେଲର ହାରାହାରି ଡାଉନଲୋଡ ସ୍ପିଡ଼ ୭.୯ ଏମବିପିଏସ , ଭୋଡାଫୋନର ୭.୬ ଏମବିପିଏସ ଏବଂ ଆଇଡ଼ିଆର ୬.୫ ଏମବିପିଏସ ରହିଥିଲା।

ଟ୍ରାଇ ଦ୍ୱାରା ଏହି ହାରାହାରି ସ୍ପୀଡ଼ ଏହାର ମାଇଁ ସ୍ପିଡ଼ ପୋର୍ଟାଲରେ ବାସ୍ତବ ସମୟରେ ସର୍ବଭାରତୀୟ ସ୍ତରରେ ସଂଗୃହିତ ତଥ୍ୟ ଆଧାରରେ ଆକଳିତ କରାଯାଇଥାଏ। ଯଦିଓ ଭୋଡାଫୋନ ଓ ଆଇଡ଼ିଆ ସେମାନଙ୍କ କମ୍ପାନୀର ମିଶ୍ରଣ କରିସାରିଛନ୍ତି ତେବେ ଉଭୟଙ୍କ ନେଟୱର୍କ ସମ୍ମିଶ୍ରଣ ପ୍ରକ୍ରିୟା ଜାରି ରହିଥିବାରୁ ଟ୍ରାଇ ସେମାନଙ୍କ ପ୍ରଦର୍ଶନକୁ ଭିନ୍ନଭାବେ ଆକଳିତ କରିଛି।

ଜାନୁୟାରୀ ମାସରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ନେଇ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଭୋଡାଫୋନ ୬ ଏମବିପିଏସ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ସହିତ ଆଗରେ ରହିଥିବା ବେଳେ ଆଇଡ଼ିଆର ଏହି ଅବଧିରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ୫.୬ ଏମବିପିଏସ, ରିଲାଏନ୍ସ ଜିଓ ର ୪.୬ ଏମବିପିଏସ ଏବଂ ଏୟାରଟେଲର ୩.୮ ଏମବିପିଏସ ରହିଥିବା ଜଣାପଡିଛି।

ଟ୍ରାଇ ଦ୍ୱାରା ମାଇଁ ସ୍ପିଡ଼ ପୋର୍ଟାଲରେ ପ୍ରକାଶିତ ହାରାହାରି ୪ଜି ସ୍ପିଡ଼ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜାନୁୟାରୀ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ରିଲାଏନ୍ସ ଜିଓ ୨୨.୭ ଏମବିପିଏସ ସ୍ପିଡ଼ ସହିତ ସର୍ବାଗ୍ରେ ରହିଥିବାବେଳେ ଏହାପଛକୁ ଭୋଡାଫୋନ ୧୩.୭ ଏମବିପିଏସ, ଏୟାରଟେଲ ୧୧.୬ ଏମବିପିଏସ ଏବଂ ଆଇଡ଼ିଆ ୭ ଏମବିପିଏସ ରହିଥିବା ଜଣାପଡିଛି। ସେହିଭଳି ଏହି ମାସରେ ଓଡ଼ିଶାରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ୭.୯ ଏମବିପିଏସ ସହିତ ଆଗରେ ରହିଥିବା ବେଳେ ରିଲାଏନ୍ସ ଜିଓ ର ୫.୫ ଏମବିପିଏସ, ଆଇଡ଼ିଆର ୫.୩ ଏମବିପିଏସ ଏବଂ ଏୟାରଟେଲ ୪.୩ ଏମବିପିଏସ ରହିଥିବା ପ୍ରକାଶ ପାଇଛି।