Categories
ଆଜିର ଖବର

ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟ୍‌କା : ୧୨ ବିଧାୟକ ଟିଆରଏସ୍‌ରେ ସାମିଲ୍‌ ହେବେ

ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଦଳର ସମସ୍ତ ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ୍‌ରେ ବିଲୟ ହେବାକୁ ଘୋଷଣା କରିଛନ୍ତି। ଏହି ସମ୍ବନ୍ଧୀୟ ଘୋଷଣା ପାଇଁ ଆଜି ତେଲେଙ୍ଗାନା ବିଧାନସଭାର ବାଚସ୍ପତିଙ୍କ ସହ ବିଧାୟକମାନେ ସାକ୍ଷାତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାନସଭା ଅଧ୍ୟକ୍ଷଙ୍କ ସହ ସାକ୍ଷାତ୍‌ କରି ତେଲେଙ୍ଗାନା ରାଷ୍ଟ୍ର ସମିତି ବିଧାୟକ ଦଳରେ ସାମିଲ୍‌ ହେବା ପାଇଁ ଅପିଲ୍‌ କରିଛନ୍ତି। କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାରେ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଲୋକସଭା ନିର୍ବାଚନରେ ଟିଆରଏସ୍‌ ୧୭ଟି ସିଟ୍‌ରୁ ୯ଟି ଆସନ ହାତେଇଥିବାବେଳେ, କଂଗ୍ରେସ ଗୋଟିଏ ଓ ବିଜେପି ଚାରିଟି ଓ ଏଆଇଏମଆଇଏମ୍‌ ଗୋଟିଏ ଆସନ ଜିତିଛି।

Categories
ଆଜିର ଖବର

ମୁକୁଲ ରାୟ ପୁଅଙ୍କ ସମେତ ବିଜେପିରେ ଯୋଗଦେବେ ୨ ଜଣ ତୃଣମୂଳ କଂଗ୍ରେସ ବିଧାୟକ!

ଲୋକସଭା ନିର୍ବାଚନରେ ବିଜେପିର ବୃହତ୍ ବିଜୟ ପରେ ଅନ୍ୟାନ୍ୟ ଦଳମାନେ ସମୀକ୍ଷା କରିବା ଆରମ୍ଭ କରିଛନ୍ତି। ବିଜେପିର ବିଜୟର ପ୍ରଭାବ ଏବେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଉପରେ ପଡିଛି। ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି ଆସନରୁ ବିଜେପି ୧୮ଟି ଆସନ ହାତେଇଛି। ଏହା ଟିଏମସି ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ତାଙ୍କ ଦଳରୁ ଦୁଇ ଟିଏମସ ନେତା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଚଳିତ ନିର୍ବାଚନରେ ବିଜେପି – ଟିଏମସିର ଲଢେଇ ବେଶ୍ ଚର୍ଚ୍ଚାରେ ରହିଥିଲା। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ ମଙ୍ଗଳବାର ଦୁଇ ଜଣ ତୃଣମୂଳ କଂଗ୍ରେସ ବିଧାୟକଙ୍କ ସହିତ ବିଜେପିରେ ଯୋଗ ଦେଇପାରନ୍ତି। ସୂତ୍ର ଅନୁସାରେ ମୁକୁଲ ରାୟ ସୋମବାର ନିଜର ପୁଅ ଏବଂ ଟିଏମସିର ୨ ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଇବାକୁ ଦିଲ୍ଲୀରୁ କୋଲକାତା ଗସ୍ତ କରିଛନ୍ତି। ଟିଏମ୍‌ସି ଦଳ ବିରୋଧୀ ଗତିବିଧି ଅଭିଯୋଗରେ ଶୁଭ୍ରାଂଶୁ ରାୟଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଥିଲା।  ମୁକୁଲ ରାୟ ପୂର୍ବରୁ ଟିଏମସିର ନେତା ଥିଲେ ଏବଂ ମମତା ବାନାର୍ଜୀଙ୍କ ପରେ ପଶ୍ଚିମବଙ୍ଗରେ ପ୍ରଭାବଶାଳୀ ନେତା ଭାବେ  ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ମୁକୁଲ।

Categories
ଆଜିର ଖବର

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୩ବିଧାୟକ, ପୂର୍ବତନ ବିଧାୟକ ଏବଂ ପୂର୍ବତନ ସାଂସଦ

ବିଜେଡିରୁ ଟିକେଟ ପାଇନଥିବା ଅସନ୍ତୁଷ୍ଟ ବିଧାୟକ ମାନେ ବିଜେପିରେ ଯାେଗ ଦେଇଛନ୍ତି। ଏହି ତାଲିକାରେ ସାମିଲ ହାେଇଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ଆସିକା ବିଧାୟକ ଦେବରାଜ  ମହାନ୍ତି। ଏହି ତିନି ଜଣଙ୍କ ବ୍ୟତୀତ ପୂବର୍ତନ ବିଧାୟକ କାଶୀନାଥ ମଲ୍ଲିକ, ନୀଳମଣି ବିଷୋୟୀ ଏବଂ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ସୁନ୍ଦରଗଡର ପୂର୍ବତନ ବିଜେଡ଼ି ନେତ୍ରୀ କୁସୁମ ଟେଟେ ବିଜେପିରେ ସାମିଲ ହୋଇଛନ୍ତି। ସେ ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଏମାନଙ୍କ ସହ ବହୁ ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ନବରଙ୍ଗପୁରର ବିଜେଡି ସାଂସଦ ବଳଭଦ୍ର ମାଝୀ ବିଜେପିରେ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ ଆଜି ବିଜେଡିରୁ ଇସ୍ତଫା ଦେଇଥିବା ଅର୍କ କେଶରୀ ଦେଓ ଏବଂ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ମଧ୍ୟ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି।