Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କନିଷ୍ଠ ଶିକ୍ଷକଙ୍କୁ ଉପହାର: ବୃଦ୍ଧି କଲେ ମାସିକ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି। ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ।

ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆସିଥିବା ଅଭିଯୋଗ ନେଇ EdCILର ସ୍ପଷ୍ଟୀକରଣ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ EdCILର କୌଣସି ଭୂମିକା ନଥିବା ଜଣାପଡିଛି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL କହିଛି ଯେ, EdCIL ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଅଗଷ୍ଟ 22, 2023 ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା।

ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା।

ସିବିଟି ପରୀକ୍ଷା ପରେ EdCIL 22 ଅଗଷ୍ଟ 2023ର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

କମ୍ବାଇନଡ୍ ଲିଷ୍ଟ ଓସେପାକୁ 13 ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ 15 ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା।

ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଲା EdCIL।