Categories
ଆଜିର ଖବର

ହାଇଦ୍ରାବାଦ୍‌ ଏନକାଉଣ୍ଟର ନେଇ ମତ ରଖିଲେ ମୁଖ୍ୟ ବିଚାରପତି ବୋବେଡ୍‌

ନୂଆଦିଲ୍ଲୀ,୭/୧୨ : ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ବୟାନ ଦେଇଛନ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବେଡ୍‌। ସେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରକୁ ଘଟଣାକୁ ଆଲୋଚନା କରିଛନ୍ତି। ଯୋଧପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ବୋବେଡ୍‌ କହିଛନ୍ତି ଯେ, ନ୍ୟାୟ କେବେ ବି ତରତରିଆ ଭାବେ ନେଇହେବ ନାହିଁ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି  ପ୍ରତିଶୋଧର ଭାବନାକୁ ନେଇ ଯଦି ନ୍ୟାୟ କରାଯିବ, ତେବେ ତାହା ମୂଳ ଚରିତ୍ରକୁ ହଜାଇ ଦେବ।

ଯୋଧପୁରଠାରେ ରାଜସ୍ଥାନ ହାଇକୋର୍ଟର ଏକ ନୂତନ ବିଲିଡିଂ ଉଦ୍‌ଘାଟନ ଅବସରରେ ବିଚାରପତି ଏନେଇ ନେଇ ନିଜର ମତ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ୪ ଗଣଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସ୍‌ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି । ସାଧାରଣରେ ପୋଲିସ୍‌ର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଥିବାବେଳେ ମାନବାଧିକାରୀ କର୍ମୀ, ସାମାଜିକ କର୍ମୀ ତଥା ଆଇନର ରକ୍ଷକମାନେ ଏହାକୁ ନିନ୍ଦା କରିଛନ୍ତି। ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ସାରା ଦେଶରେ ତର୍କ ଚାଲିଛି।  (ଏଜେନ୍ସି)