ଚେନ୍ନାଇ: ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ଆଜି କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ଜୋତା କାଢି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଡିଏମକେ କ୍ଷମତାରୁ ହଟି ନାହିଁ, ଆସନ୍ତାକାଲି ଠାରୁ ସେପର୍ଯ୍ୟନ୍ତ ମୁଁ କକୌଣସି ଜୋତା ପିନ୍ଧିବି ନାହିଁ। ଏହା ସହିତ ସେ ଭଗବାନ ମୁରୁଗନଙ୍କ ସମସ୍ତ ୬ଟି ଧାମ ଦର୍ଶନ କରିବାକୁ ୪୮ ଦିନର ଉପବାସ ଘୋଷଣା କରିଛନ୍ତି।
ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ନାମଲାଇ କ୍ରୋଧିତ ହୋଇ ଡିଏମକେ ସରକାରଙ୍କୁ ସମାଲୋଚନା କରିବା ସହ ପୀଡିତାଙ୍କ ସମ୍ପୂର୍ଣ୍ଣ ପରିଚୟ ପ୍ରକାଶ ପାଇଥିବା ମାମଲାରେ ଏଫଆଇଆର ଲିକ କରିଥିବା ପୋଲିସକୁ ଟାର୍ଗେଟ କରିଛନ୍ତି। ଅଭିଯୁକ୍ତ ଡିଏମକେ ସହ ଜଡିତ ଥିବାରୁ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, “ସବୁଥର ପରି ଆମେ ନିର୍ବାଚନରେ ଜିତିବା ପାଇଁ ଟଙ୍କା ଦେବୁ ନାହିଁ। ଟଙ୍କା ବଣ୍ଟନ ନକରି ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଡିଏମକେ କ୍ଷମତାରୁ ନହଟିବା ପର୍ଯ୍ୟନ୍ତ ମୁଁ ଚପଲ ପିନ୍ଧିବି ନାହିଁ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଖରାପକୁ ଦୂର କରିବା ପାଇଁ ଆସନ୍ତାକାଲି କୋଏମ୍ବାଟୁରରେ ଥିବା ତାଙ୍କ ବାସଭବନ ବାହାରେ ସେ ୬ ଥର ଚାବୁକ ମାରିବେ। ସେ କହିଛନ୍ତି ଯେ, ସେ ୪୮ ଘଣ୍ଟା ଉପବାସ ପାଳନ କରିବେ ଏବଂ ରାଜ୍ୟର ଉନ୍ନତି ତଥା କଲ୍ୟାଣ ପାଇଁ ଭଗବାନ ମୁରୁଗନଙ୍କ ନିକଟରେ ପ୍ରାର୍ଥନା କରିବେ। ବାସ୍ତବରେ, ଆନ୍ନା ବିଶ୍ୱବିଦ୍ୟାଳୟର ୧୯ ବର୍ଷ ବୟସ୍କା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଘଟଣା ସମ୍ପର୍କରେ ବିଜେପି ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲା। ଏହି ସମୟ ମଧ୍ୟରେ କେ ଅନ୍ନାମଲାଇ DMK କୁ ଟାର୍ଗେଟ କରିଥିଲେ।