Categories
ଆଜିର ଖବର ଜାତୀୟ ଖବର

ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କ’ଣ କହିଲେ?

ନୂଆଦିଲ୍ଲୀ: ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ପୋଷ୍ଟରେ କହିଛନ୍ତି ଯେ, ଆପଣଙ୍କର ଏହି ଐତିହାସିକ ନିର୍ବାଚନର ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଉଛି। ଯେହେତୁ ଆପଣ ଆପଣଙ୍କର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢାଉଛନ୍ତି, ମୁଁ ଭାରତ-ଆମେରିକାର ବିସ୍ତୃତ ବୈଶିକ ଏବଂ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ ଓ ନବୀକରଣ କରିବାକୁ ଅପେକ୍ଷା କରିଛି। ଆସନ୍ତୁ ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକତ୍ର କାର୍ଯ୍ୟ କରିବା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ନିର୍ବାଚନ ଖବର

ସଂଖ୍ୟା ଗରିଷ୍ଠତାରୁ ମାତ୍ର ୩ ଭୋଟ ଦୁରରେ ଟ୍ରମ୍ଫ: କମଲା ହାରିସ୍ ଙ୍କ ସମର୍ଥକ ନିରାଶ!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ତେବେ ଏହାର ଫଳାଫଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡୋନାଲ୍ଡ ଟ୍ରମ୍ଫ ଏବେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ୍ ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁହ୍ଵାଇଟ ହାଉସରେ ପହଞ୍ଚି ପାରନ୍ତି। ୨୦୨୦ ରେ ଟ୍ରମ୍ପ ନିର୍ବାଚନରେ ​​ହାରିଥିଲେ।

ଫକ୍ସ ନ୍ୟୁଜ୍ ଟ୍ରେଣ୍ଡ ଅନୁଯାୟୀ, ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୬୭ ଇଲେକ୍ଟୋରାଲ କଲେଜ ଭୋଟ ଏବଂ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କୁ ୨୧୬ ଇଲେକ୍ଟୋରାଲ କଲେଜ ଭୋଟ ମିଳିଥିବା ସୂଚନା ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ନିର୍ବାଚନ ଖବର

US Elections 2024: କେଉଁ ରାଜ୍ୟରେ ଜିତିଲେ ଟ୍ରମ୍ପ ଏବଂ କେଉଁଠାରେ ବାଜିମାରିଲେ ହାରିସ୍

ନୂଆଦିଲ୍ଲୀ: ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ୨୪ ଟି ରାଜ୍ୟରେ ଜିତିଛନ୍ତି ଏବଂ ୫ ଟି ରାଜ୍ୟରେ ଆଗୁଆ ଅଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଏପର୍ଯ୍ୟନ୍ତ ୧୭ ଟି ରାଜ୍ୟ ଜିତିଛନ୍ତି। ଏହା ସହିତ ସେ ୩ ଟି ରାଜ୍ୟରେ ଅଗ୍ରଣୀ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆମେରିକାର ରାଷ୍ଟ୍ରପତି ନିର୍ବାଚନ: ​​ଟ୍ରମ୍ପ କିମ୍ବା ହାରିସଙ୍କ ଉପରେ କ’ଣ କହୁଛି ସଟ୍ଟା ବଜାର?

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ତଥା ଅର୍ଥନୈତିକ ମହାଶକ୍ତି ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଭୋଟ୍ ଗଣନା କରାଯାଉଛି। ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଆମେରିକୀୟ ମିଡିଆ ଫକ୍ସ ନ୍ୟୁଜ୍ ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ୨୩୨ ଭୋଟ ଏବଂ କମଲା ହାରିସ୍ ୨୧୧ ଭୋଟ ପାଇଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନୀ ରଣନୀତିଜ୍ଞମାନେ ଭବିଷ୍ୟତବାଣୀକୁ ନେଇ ବହୁ ସଂଖ୍ୟକରେ ରାଜନୀତି ସହ ଷ୍ଟକ୍ ମାର୍କେଟର ଘଟଣା ଉପରେ ନିର୍ଭର କରିଥାଏ।

ଆମେରିକାର ଏକଜିଟ୍ ପୋଲରେ ଆକଳନ କିପରି ଥିଲା?:

ଆମେରିକାର ଏକଜିଟ୍ ପୋଲ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପୂର୍ବାନୁମାନ କରିଥିଲା। ଅନୁମାନ ଏବଂ ସୂଚନାନୁସାରେ ଏହିପରି କିଛି ଘଟୁଥିବା ଦୃଢ ସଂକେତ ମିଳିଛି। ସଦ୍ୟତମ ଖବର ଅନୁଯାୟୀ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୪ ଟି ରାଜ୍ୟ ଜିତି ୬ ଟିରେ ଆଗୁଆ ଅଛନ୍ତି। ତାଙ୍କର ପ୍ରତିଯୋଗୀ କମଲା ହାରିସ୍ ୧୩ ଟି ରାଜ୍ୟ ଜିତିଛନ୍ତି ଏବଂ ୫ ରେ ଆଗୁଆ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କମଲା ହାରିସଙ୍କୁ ‘କଲ୍ ଗର୍ଲ’ କହିବାରୁ ରାଗିଲେ କଙ୍ଗନା ରଣାୱତ: ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ତାଙ୍କ ବକ୍ତବ୍ୟ ପାଇଁ ଖବରରେ ରହିଥାନ୍ତି। ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସମର୍ଥନରେ ଅଭିନେତ୍ରୀ ନିଜର ମତ ଦେଇଛନ୍ତି। ବାସ୍ତବରେ ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ କମଲା ହାରିସଙ୍କୁ ତାଙ୍କ ସ୍ଥାନ ଦେଇଛନ୍ତି। ଯାହା ପରେ କମଲା ହାରିସଙ୍କ ବିଷୟରେ ଅନେକ ମିମ୍ସ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ କମଳା ହ୍ୟାରିସଙ୍କ ଭାଇରାଲ ହେଉଥିବା ଏକ ମିମ ଉପରେ କଙ୍ଗନା ରଣାୱତ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଏହି ମିମ୍ କମଲାଙ୍କୁ କଲ୍ ଗାର୍ଲ କୁହାଯାଉଛି। ଏହି ମିମରେ ଲେଖାଯାଇଛି- ‘ଏହି ସ୍କାଣ୍ଡାଲକୁ ମନେରଖ। କଲ୍ ଗାର୍ଲ କମଲା ହାରିସ୍ ଙ୍କ ସହ ସିଏ ଷ୍ଟେଟ୍ ବାଚସ୍ପତି ୱିଲି ବ୍ରାଉନ୍ ଅଛନ୍ତି। କଙ୍ଗନା ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଲିଙ୍ଗଗତ ଭେଦଭାବ ବୋଲି କହିଛନ୍ତି।

ଇନଷ୍ଟାଗ୍ରାମ କାହାଣୀରେ ଏହି ମିମ୍ ସେୟାର କରି କଙ୍ଗନା ରଣାୱତ ଲେଖିଛନ୍ତି ଯେ, ‘ବାଇଡେନ POTUS ପାଇଁ ହାରିସ୍ ଙ୍କ ସମର୍ଥନ କରିଥିବାରୁ ସୋସିଆଲ ମିଡିଆରେ ଏପରି ମିମ ଭାଇରାଲ ହେଉଛି। ମୁଁ ଡେମୋକ୍ରାଟ୍ ମାନଙ୍କୁ ସମର୍ଥନ କରେ ନାହିଁ, କିନ୍ତୁ ଏହା ଆଶ୍ଚର୍ଯ୍ୟ ଯେ ଆମେରିକାରେ ମଧ୍ୟ କାଲିଫର୍ନିଆର ଆଟର୍ଣ୍ଣି ଜେନେରାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ବୃଦ୍ଧ ମହିଳା ରାଜନେତାଙ୍କୁ ଏହି ପରିପ୍ରେକ୍ଷୀରେ ଲିଙ୍ଗଗତ ଭେଦଭାବର ସମ୍ମୁଖୀନ ହେବାକୁ ପଡିଛି।

ବିଜେପି ସାଂସଦ ଆହୁରି ଲେଖିଛନ୍ତି ଯେ, ‘ସତ କହିବାକୁ ଗଲେ ଏହି ଆମେରିକୀୟମାନେ ଭାବନ୍ତି ଯେ ସେମାନେ ବହୁତ ଆଧୁନିକ। କିନ୍ତୁ ସତ କହିବାକୁ ଗଲେ ସେମାନେ ଭାରତୀୟଙ୍କ ଅପେକ୍ଷା ଖରାପ। କିଛି ଲଜ୍ଜା କର। ‘

ଉଲ୍ଲେଖ ଯୋଗ୍ୟ ଯେ, କଙ୍ଗନା ରଣାୱତ ଚଳିତ ବର୍ଷ ରାଜନୀତିରେ ପ୍ରବେଶ କରିଛନ୍ତି। ଏଥର ଲୋକସଭା ନିର୍ବାଚନରେ ​​ଅଭିନେତ୍ରୀ ହିମାଚଳ ପ୍ରଦେଶର ନିଜ ସହର ମଣ୍ଡି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଯଦି ବାଇଡେନ ନୁହଁନ୍ତି, ତେବେ ଆମେରିକାର ରାଷ୍ଟ୍ରପତି ହେବେ କି ଭାରତୀୟ ବଂଶଜ?: ଜାଣନ୍ତୁ ଦୌଡରେ କିଏ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜୋ ବାଇଡେନଙ୍କ ଖରାପ ପ୍ରଦର୍ଶନ ଡେମୋକ୍ରାଟିକ୍ ଦଳର ସମର୍ଥକଙ୍କୁ ଚିନ୍ତାରେ ପକାଇଛି। ଡେମୋକ୍ରାଟିକ୍ ନ୍ୟାସନାଲ କମିଟି ସୂତ୍ରରୁ ଜଣାପଡିଛି ଯେ, ଯଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁନଃ ନିର୍ବାଚନ ପ୍ରଚାର ଜାରି ନରଖିବା ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି କମଲା ହାରିସ୍ ପ୍ରଥମ ବିକଳ୍ପ।

ଗଣମାଧ୍ୟମ ଅନୁଯାୟୀ, ଗତ ସପ୍ତାହରେ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜୋ ବାଇଡେନଙ୍କ ବିତର୍କ ପ୍ରଦର୍ଶନ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ଦଳର ବରିଷ୍ଠ ସହକର୍ମୀଙ୍କଠାରୁ ଇସ୍ତଫା ଦେବାକୁ ଦାବି କରାଯାଇଥିଲା।

କମଲା ହାରିସ୍ କିଏ?:

ପ୍ରକୃତରେ ୫୯ ବର୍ଷିୟା କମଲା ହାରିସଙ୍କ ମା ଶ୍ୟାମଲା ଗୋପାଳନ ଭାରତର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଏଥି ସହିତ ଶ୍ୟାମଲା ଗୋପାଳନଙ୍କ ସ୍ୱାମୀ ଏବଂ କମଲା ହାରିସଙ୍କ ପିତାଙ୍କ ନାମ ହେଉଛି ଡୋନାଲ୍ଡ ଜେ ହାରିସ୍।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହାରିସ,ନେଲେ ଶପଥ

ୱାସିଂଟନ : ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ। ୱାସିଂଟନ ଡିସିରେ କ୍ୟାପିଟୋଲ ହିଲରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସେ ଏହି ଶପଥ ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର ଶପଥ ପାଠ କରାଇଥିଲେ। ୫୬ ବର୍ଷିୟା ହାରିସ ବାଇବେଲ ଛୁଇଁ ଏହି ଶପଥ ନେଇଥିଲେ। ହାରିସ ହେଉଛନ୍ତି ଭାରତୀୟ ବଂଶଭୋବ। ତାଙ୍କର ସଂପର୍କୀୟମାନେ ତାମିଲନାଡୁରେ ବସବାସ କରୁଛନ୍ତି। ସେ ଭାରତୀୟ ବଂଶଭୋବ ଭାବେ ଉପରାଷ୍ଟ୍ରପତି ହେବା ପରେ ଭାରତ ତାଙ୍କୁଠାରୁ ଅନେକ କିଛି ଆଶା କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କମ୍‌ଲାଙ୍କୁ ଟାର୍ଗେଟ୍‌ କଲେ ଟ୍ରମ୍ପ୍‌

ୱାଶିଂଟନ୍ : ଆମେରିକୀୟ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟିକ୍ ଦଳର  ମହିଳା ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ୍‌ କରିଛନ୍ତି ଟ୍ରମ୍ପ । କମଲାଙ୍କ ଅପେକ୍ଷା ଆମେରିକାର ଭାରତୀୟ ଭୋଟର ମତେ ଅଧିକ ପସନ୍ଦ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ବିଡେନଙ୍କ ଆମେରିକାରେ କେହିବି ସୁରକ୍ଷିତ ନୁହନ୍ତି, ଏପରିକି କାଲିଫର୍ଣ୍ଣିଆ ସିନେଟର କମଲା ମଧ୍ୟ ନୁହନ୍ତି । ନ୍ୟୁୟର୍କ ପୋଲିସ୍ ବେନେଭୋଲେଣ୍ଟ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏହି ମତ ଦେଇଛନ୍ତି । ଉଭୟ ବିଡେନ୍ ଏବଂ କମଲା ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଏବଂ ପୋଲିସ ବାହିନୀ ପ୍ରତି ବିପଦ ବୋଲି ଟ୍ରମ୍ପ କହିଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ରହିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକୀୟ ଉପ ରାଷ୍ଟ୍ରପତି ଦୌଡରେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍

ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ । ଆମେରିକାରେ କରୋନା ସଂକଟ ସମୟରେ ରାଷ୍ଟ୍ରପତି ନିର୍ବାଚନର ପ୍ରସ୍ତୁତି ଚାଲିଛି । ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପାର୍ଥୀ ବିଡେନ୍‌ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିଛନ୍ତି । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କମଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି ।

ଆମେରିକା ସିନେଟ୍‌ରେ କମଲା ସବୁଠୁ କନିଷ୍ଠ ସିନେଟର୍‌ । କମଲାଙ୍କ ମନୋନୟନକୁ ରାଜନୈତିକ ସମୀକ୍ଷକ ଏବଂ ନେଟିଜେନ୍ ବେଶ୍ ପ୍ରଶଂସା କରିଛନ୍ତି। କମଲା ଭାରତୀୟ ବଂଶଜ ହୋଇଥିବାରୁ ଆମେରିକାରେ ଅବସ୍ଥାନ କରୁଥିବା ଭାରତୀୟ ବଂଶଜଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିକୁ ମିଳିବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି । ମନୋନୀତ ହେବାର କିଛି ସମୟ ମଧ୍ୟରେ ହାରିସ୍ ଟ୍ୱିଟ୍ କରି ନିଜର କୃତଜ୍ଞତା ପ୍ରକାଶ କରିବା ସହିତ ବିଡେନ୍ ଆମେରିକା ବାସୀଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ବିଡେନ୍ କ୍ଷମତାକୁ ଆସିଲେ ଆମେରିକୀୟ ବିଚାରଧାରାର ଆମେରିକା ବନାଇବେ ବୋଲି କମଲା ଟ୍ୱିଟ୍ କରିଛନ୍ତି ।

55 ବର୍ଷୀୟ କମଲା ହ୍ୟାରିସ୍‌ ପ୍ରଥମ ଥର ପାଇଁ ଭାରତୀୟ ବଂଶଜ ମହିଳା ଭାବେ ଏତେ ବଡ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ବିଗତ କିଛି ଦିନ ଧରି ଆମେରିକାରେ ଅଶ୍ବେତ, ଏସିଆନ୍‌ କମ୍ୟୁନିଟ୍‌କୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ କମଲାଙ୍କ ପ୍ରାର୍ଥୀତ୍ବକୁ ନେଇ ଆଶା ସଞ୍ଚାର ହୋଇଛି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା କମଲା ହ୍ୟାରିସ୍‌ଙ୍କ ପ୍ରଶଂସା କରିବା ସହିତ ସେ ଏହି କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ବୋଲଇ କହିଛନ୍ତି କହିଛନ୍ତି । ସେ ସମ୍ବିଧାନ ପାଇଁ ତାଙ୍କ କ୍ୟାରିଅର୍‌କୁ ଉତ୍ସର୍ଗ କରିଥିବାର କହିଛନ୍ତି ଓବାମା । (ଏଜେନ୍ସି)