Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହାରିସ,ନେଲେ ଶପଥ

ୱାସିଂଟନ : ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ। ୱାସିଂଟନ ଡିସିରେ କ୍ୟାପିଟୋଲ ହିଲରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସେ ଏହି ଶପଥ ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର ଶପଥ ପାଠ କରାଇଥିଲେ। ୫୬ ବର୍ଷିୟା ହାରିସ ବାଇବେଲ ଛୁଇଁ ଏହି ଶପଥ ନେଇଥିଲେ। ହାରିସ ହେଉଛନ୍ତି ଭାରତୀୟ ବଂଶଭୋବ। ତାଙ୍କର ସଂପର୍କୀୟମାନେ ତାମିଲନାଡୁରେ ବସବାସ କରୁଛନ୍ତି। ସେ ଭାରତୀୟ ବଂଶଭୋବ ଭାବେ ଉପରାଷ୍ଟ୍ରପତି ହେବା ପରେ ଭାରତ ତାଙ୍କୁଠାରୁ ଅନେକ କିଛି ଆଶା କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କମ୍‌ଲାଙ୍କୁ ଟାର୍ଗେଟ୍‌ କଲେ ଟ୍ରମ୍ପ୍‌

ୱାଶିଂଟନ୍ : ଆମେରିକୀୟ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟିକ୍ ଦଳର  ମହିଳା ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ୍‌ କରିଛନ୍ତି ଟ୍ରମ୍ପ । କମଲାଙ୍କ ଅପେକ୍ଷା ଆମେରିକାର ଭାରତୀୟ ଭୋଟର ମତେ ଅଧିକ ପସନ୍ଦ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ବିଡେନଙ୍କ ଆମେରିକାରେ କେହିବି ସୁରକ୍ଷିତ ନୁହନ୍ତି, ଏପରିକି କାଲିଫର୍ଣ୍ଣିଆ ସିନେଟର କମଲା ମଧ୍ୟ ନୁହନ୍ତି । ନ୍ୟୁୟର୍କ ପୋଲିସ୍ ବେନେଭୋଲେଣ୍ଟ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏହି ମତ ଦେଇଛନ୍ତି । ଉଭୟ ବିଡେନ୍ ଏବଂ କମଲା ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଏବଂ ପୋଲିସ ବାହିନୀ ପ୍ରତି ବିପଦ ବୋଲି ଟ୍ରମ୍ପ କହିଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ରହିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକୀୟ ଉପ ରାଷ୍ଟ୍ରପତି ଦୌଡରେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍

ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ । ଆମେରିକାରେ କରୋନା ସଂକଟ ସମୟରେ ରାଷ୍ଟ୍ରପତି ନିର୍ବାଚନର ପ୍ରସ୍ତୁତି ଚାଲିଛି । ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପାର୍ଥୀ ବିଡେନ୍‌ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିଛନ୍ତି । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କମଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି ।

ଆମେରିକା ସିନେଟ୍‌ରେ କମଲା ସବୁଠୁ କନିଷ୍ଠ ସିନେଟର୍‌ । କମଲାଙ୍କ ମନୋନୟନକୁ ରାଜନୈତିକ ସମୀକ୍ଷକ ଏବଂ ନେଟିଜେନ୍ ବେଶ୍ ପ୍ରଶଂସା କରିଛନ୍ତି। କମଲା ଭାରତୀୟ ବଂଶଜ ହୋଇଥିବାରୁ ଆମେରିକାରେ ଅବସ୍ଥାନ କରୁଥିବା ଭାରତୀୟ ବଂଶଜଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିକୁ ମିଳିବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି । ମନୋନୀତ ହେବାର କିଛି ସମୟ ମଧ୍ୟରେ ହାରିସ୍ ଟ୍ୱିଟ୍ କରି ନିଜର କୃତଜ୍ଞତା ପ୍ରକାଶ କରିବା ସହିତ ବିଡେନ୍ ଆମେରିକା ବାସୀଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ବିଡେନ୍ କ୍ଷମତାକୁ ଆସିଲେ ଆମେରିକୀୟ ବିଚାରଧାରାର ଆମେରିକା ବନାଇବେ ବୋଲି କମଲା ଟ୍ୱିଟ୍ କରିଛନ୍ତି ।

55 ବର୍ଷୀୟ କମଲା ହ୍ୟାରିସ୍‌ ପ୍ରଥମ ଥର ପାଇଁ ଭାରତୀୟ ବଂଶଜ ମହିଳା ଭାବେ ଏତେ ବଡ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ବିଗତ କିଛି ଦିନ ଧରି ଆମେରିକାରେ ଅଶ୍ବେତ, ଏସିଆନ୍‌ କମ୍ୟୁନିଟ୍‌କୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ କମଲାଙ୍କ ପ୍ରାର୍ଥୀତ୍ବକୁ ନେଇ ଆଶା ସଞ୍ଚାର ହୋଇଛି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା କମଲା ହ୍ୟାରିସ୍‌ଙ୍କ ପ୍ରଶଂସା କରିବା ସହିତ ସେ ଏହି କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ବୋଲଇ କହିଛନ୍ତି କହିଛନ୍ତି । ସେ ସମ୍ବିଧାନ ପାଇଁ ତାଙ୍କ କ୍ୟାରିଅର୍‌କୁ ଉତ୍ସର୍ଗ କରିଥିବାର କହିଛନ୍ତି ଓବାମା । (ଏଜେନ୍ସି)