Categories
ଆଜିର ଖବର ଜାତୀୟ ଖବର

ରଜନୀକାନ୍ତଙ୍କ ସହ ରାଜନୀତିରେ ହାତ ମିଳାଇବା ନେଇ ସଙ୍କେତ ଦେଲେ କମଲ୍‌ ହାସନ୍‌, ଜାଣନ୍ତୁ କ’ଣ କହିଲେ

ତାମିଲନାଡୁ : ଅଭିନେତାରୁ ନେତା ହୋଇଥିବା କମଲ୍‌ ହାସନ୍‌ ଏବେ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ସହିତ ରାଜନୀତିରେ ହାତ ମିଶାଇବା ନେଇ ସଂକେତ ଦେଇଛନ୍ତି । ମକ୍କଲ ନିଧି ମୈୟମ୍‌ (ଏମଏନଏମ)ର ଅଧ୍ୟକ୍ଷ କମଲ୍‌ ହାସନ୍‌ କହିଛନ୍ତି ଯେ, ସେ ଲୋକଙ୍କ ହିତ ପାଇଁ ଯେକୌଣସି ପ୍ରକାରର ’ଇଗୋ’କୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ରାଜନୀକାନ୍ତ ରାଜନୀତିରେ ପାଦ ଥାପିବାକୁ ସ୍ପଷ୍ଟ ଯଦିଓ କରିଛନ୍ତି, କିନ୍ତୁ ତାଙ୍କ ରାଜନୀତିର ନୀତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ରଜନୀକାନ୍ତ ଡିସେମ୍ବର 31 ତାରିଖରେ ଔପଚାରିକ ଭାବେ ତାଙ୍କ ଦଳ ଓ ରାଜନୀତିର ଯାତ୍ରା ସମ୍ପର୍କରେ ସୂଚନା ଦେବେ ବୋଲି କହିଛନ୍ତି ।

ରାଜନୀତିକୁ ନୂତନ ଲୋକ  କିଛି ଖାସ୍‌ କାରଣ ପାଇଁ ଆସୁଛନ୍ତି ବୋଲି କହିଛନ୍ତି କମଲ୍‌ ହାସନ୍‌ । ତେବେ ସେ ରାଜନୀତିକୁ କିଛି ପରିବର୍ତ୍ତନ ପାଇଁ ଆସିଛନ୍ତି ବୋଲି କହିଛନ୍ତି କମଲ୍‌ । ରଜୀନକାନ୍ତ ମଧ୍ୟ ଏଇଆ ଚାହାନ୍ତି । କିନ୍ତୁ ତାଙ୍କର ନୀତି ଏବେ ସ୍ପଷ୍ଟ ହୋଇନାହିଁ ।

ରଜନୀକାନ୍ତ ତାଙ୍କ ରାଜନୈତିକ ନୀତି ସ୍ପଷ୍ଟ କରିବା ପରେ କମଲ୍‌ ଏହା ଉପରେ ଚର୍ଚ୍ଚା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ବହୁତ ସହଜ । କେବଳ ଗୋଟିଏ ଫୋନ୍‌ କଲ୍‌ ଉପରେ ନିର୍ଭର କରୁଛି । ଯଦି ଆବଶ୍ୟକ ଓ ସମ୍ଭବ ହୁଏ, ତେବେ ଦୁହିଁ ଦୁହିଁଙ୍କର ସାହାଯ୍ୟ କରିବେ । ତେବେ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ରଜନୀକାନ୍ତ ହିଁ କରିବେ ।

ସୂଚନାଯୋଗ୍ୟ, ରଜନୀକାନ୍ତ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ ରଜନୀକାନ୍ତଙ୍କ ଦଳ ନିମନ୍ତେ ନିର୍ବାଚନୀ ଚିହ୍ନ ସମ୍ବନ୍ଧରେ ଏକ ପତ୍ର ଜାରି କରିଛନ୍ତି । ରଜନୀକାନ୍ତଙ୍କ ଦଳ 2021 ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ଚାଲିଛି । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ସଫଳ ତାରକା ରାଜନୀତି ଜଗତରେ କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । (ଏଜେନ୍ସି)

Categories
ଆଜିର ଖବର

ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍‌

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁପରଷ୍ଟାର ତଥା ଏମ୍ଏନ୍‌ଏମ୍‌ ଦଳର ଅଧ୍ୟକ୍ଷ କମଲ ହସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଲ ହାସନଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ କମଲ ହସନ୍ ଉନ୍ମଚୋନ କରିଛନ୍ତି । ଏହି ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହସନ ସେଞ୍ଚୁରିଅନର ସବୁଜିମାଭରା ସୁନ୍ଦର କ୍ୟାମ୍ପସ ପରିଦର୍ଶନ କରିଥିଲେ । ଇଡକୋ ସହାୟତାରେ ପ୍ରତିଷ୍ଠିତ ଆପାରେଲ ଓ ଟେକ୍ସଟାଇଲ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଏବଂ କାଫେ କଫି ଡେ ସହଯୋଗରେ ପ୍ରତିଷ୍ଠିତ ହସ୍ପିଟାଲ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପରିଦର୍ଶନ କରିବା ସମୟରେ ସେଠାରେ ଶିକ୍ଷା ଲାଭ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପାଠପଢା ବିଷୟରେ ପଚାରି ବୁଝିଥିଲେ ।

Categories
ଆଜିର ଖବର

ମୋ’ ଦଳ ଭାଜପାର ବି ଟିମ୍‌ ନୁହେଁ, ତାମିଲ୍‌ନାଡୁର ଏ ଟିମ୍‌ : କମଲ୍‌ହାସନ୍‌

ଅଭିନେତାରୁ ରାଜନେତା ପାଲଟିଥିବା ତଥା ମକ୍କଲ ନିଧି ମଇଅମ(ଏମ୍‌ଏମ୍‌ଏମ୍‌) ଦଳର ମୁଖ୍ୟ କମଲ ହାସନ କହିଛନ୍ତି ତାଙ୍କ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)ର ବି ଟିମ୍‌ ନୁହେଁ। ଏହା ହେଉଛି ତାମିଲନାଡୁର ଏ ଟିମ୍‌ । ତେବେ ତାଙ୍କ ଦଳର ପତିଆରା ବଢୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି।  ତିରୁନେଲବଲୀଠାରେ ରବିବାର ବିଳମ୍ବିତ ରାତିରେ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ତେବେ ତାଙ୍କ ଦଳ ଉପରେ ଯେଉଁ ଅଭିଯୋଗ ଆସିଛି କି  ଏମ୍‌ଏମ୍‌ଏମ୍‌ ଭାଜପାର ବି ଦଳ ତାହା ସମ୍ପୂର୍ଣ୍ଣ ମିଥ୍ୟା। ତାମିଲ୍‌ ଲୋକଙ୍କର ହଜିଯାଇଥିବା ରାଜନୈତିକ ଗାରିମା ଓ ଲୋକାଚାର ପାଇଁ ଏହି ପାର୍ଟି କାମ କରିବ । ଧର୍ମନିରପେକ୍ଷତା, ଶିକ୍ଷା ତଥା ଗରିବୀଙ୍କ ପାଇଁ ତାଙ୍କ ପାର୍ଟିର ବିଶେଷ ଦୃଷ୍ଟି ଦିଏ ବୋଲି କମଲ କହିଛନ୍ତି ।