Categories
ଆଜିର ଖବର ଜାତୀୟ ଖବର

ବଙ୍ଗଳାରେ ବଡ଼ ରେଳ ଦୁର୍ଘଟଣା, ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ୫ ମୃତ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ନ୍ୟୁ ଜଲପାଇଗୁଡିରେ କଞ୍ଚନଜଙ୍ଗା ଏକ୍ସପ୍ରେସକୁ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିବା ଜଣାପଡିଛି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, କାଞ୍ଚନଜଙ୍ଗା ଏକ୍ସପ୍ରେସର ଅନେକ କୋଚ୍ ଲାଇନଚ୍ୟୁତ ହୋଇଛି।

କୁହାଯାଉଛି ଯେ, ଏହି ଦୁର୍ଘଟଣା ସକାଳ ୯.୩୦ ସମୟରେ ଘଟିଛି। ଟ୍ରେନ୍ ନମ୍ବର ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବା ଖବର ରହିଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଛନ୍ତି।

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଅପଡେଟ:

– କୁହାଯାଉଛି ଯେ ମାଲବାହୀ ଟ୍ରେନ୍ ସିଗନାଲ୍ ଭାଙ୍ଗି କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଛି।

– ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି, ଅନେକ ଆହତ ଖବର ରହିଛି।

– NDRF ଏବଂ ୧୫ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି।

– ଟ୍ରେନ୍ ଦୁର୍ଘଟଣା ପରେ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

– ରେଳ ମନ୍ତ୍ରଣାଳୟ ଦୁର୍ଘଟଣା ଉପରେ ନିରନ୍ତର ନଜର ରଖିଛି।

– ମମତା ବାନାର୍ଜୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

-ଏହି ଦୁର୍ଘଟଣା ଯୋଗୁଁ ଅଗରତାଲା-କୋଲକାତା ରେଳ ମାର୍ଗ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।