ବିହାରର ବେଗୁସରାଇରୁ ପ୍ରତିଦ୍ବନ୍ଦିତା କରିବେ କହ୍ନେୟା କୁମାର। ଜେଏନ୍ୟୁର ଏହି ଛାତ୍ର ନେତା ସିପିଆଇ ପକ୍ଷରୁ ବେଗୁସରାଇରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ବିହାର ସିପିଆଇ ସମ୍ପାଦକ ସତ୍ୟନାରାୟଣ ସିଂ। ସିପିଆଇ ପକ୍ଷରୁ କହ୍ନେୟା ଲଢିବା ସ୍ଥିର ହେବା ପରେ ଏହି ଆସନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ପୂର୍ବରୁ ଏହି ଆସନ ପାଇଁ ବିଜେପି ପକ୍ଷରୁ ଗିରିରାଜ ସିଂ, ଏବଂ ଆରଜେଡି ପକ୍ଷରୁ ତନ୍ବୀର ହସନ ନିର୍ବାଚନ ଲଢିବା ସ୍ଥିର ହାେଇଛି। ଏହି ତିନି ନେତା ବେଗୁସରାଇର ଅଟନ୍ତି। କହ୍ନୈୟା କୁମାର ଭିଟା ଗ୍ରାମରୁ ଆସିଥିବା ବେଳେ, ଆାରଜେଡି ପ୍ରାର୍ଥୀ ବାଲିଆର ଲଖ୍ମିନିଆ ଗ୍ରାମରୁ ଏବଂ ଗିରିରାଜ ସିଂ ଲଖିସରାଇ ଜିଲ୍ଲାର ବରହୈୟା ଗ୍ରାମର ଅଟନ୍ତି। ଏହି ଆସନରେ ପୂର୍ବରୁ ବିଜେପିର ଭୋଲା ସିଂ ୬୦ ହଜାର ଭୋଟ ବ୍ୟବଧାନରେ ହସନଙ୍କୁ ପରାସ୍ତ କରିଥିଲେ। ଆରଜେଡି ଏବଂ କଂଗ୍ରସ ମଧ୍ୟରେ ହାେଇଥିବା ମହାମେଣ୍ଟ ଅନୁଯାୟୀ ଲାଲୁ ଯାଦବଙ୍କ ଦଳ ୨୦ ଆସନ, କଂଗ୍ରେସ-୯, ଆରଏଲଏସପି-୫, ଜୀତନ ରାମ ମାଞ୍ଝୀଙ୍କ ହମ୍-ଏସ୍ ଏବଂ ବିକାଶଶୀଳ ଇନ୍ସାଫ୍ ପାର୍ଟିକୁ 3ଟି ଲେଖାଏଁ ଏବଂ ସିପିଆଇଏମ୍ଏଲ୍କୁ ଗାେଟିଏ ଲେଖାଏଁ ଆସନ ମିଳିଛି।
Categories
ବେଗୁସରାଇରୁ ନିର୍ବାଚନ ଲଢିବେ କହ୍ନେୟା କୁମାର
