Categories
ଆଜିର ଖବର ଜାତୀୟ ଖବର

ଏପରି କ’ଣ କହିଲେ ଆହ୍ଲାବାଦ ହାଇକୋର୍ଟ ବିଚାରପତି?, ଉଠିଲା ମହାଭିଯୋଗ ପ୍ରସ୍ତାବ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ କପିଲ ସିବଲ ମଙ୍ଗଳବାର କହିଛନ୍ତି ଯେ, ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଇଭେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର ଯାଦବ ‘ଘୃଣ୍ୟ ଭାଷଣ’ ଦେଇ ଶପଥ ଗ୍ରହଣର ଉଲ୍ଲଂଘନ କରିଛନ୍ତି। ବିରୋଧୀ ସାଂସଦମାନେ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ୍ ଦେବେ। ଆସନ୍ତା କିଛି ଦିନ ମଧ୍ୟରେ ବିରୋଧୀ ସାଂସଦମାନେ ଏହି ନୋଟିସ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ରବିବାର ଦିନ ଆହ୍ଲାବାଦ ହାଇକୋର୍ଟରେ ଭିଏଚପି ଆଇନ ସେଲ ଏବଂ ଆନୁସଙ୍ଗିକ କୋର୍ଟ ୟୁନିଟର ପ୍ରାଦେଶିକ ସମ୍ମିଳନୀରେ ଜଷ୍ଟିସ ଯାଦବ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସିବଲ କହିଛନ୍ତି ଯେ, “ଯେକୌଣସି ବିଚାରପତି ଏପରି ବିବୃତ୍ତି ଦେଇ ତାଙ୍କ ଶପଥ ଗ୍ରହଣର ଉଲ୍ଲଂଘନ କରନ୍ତି। ଯଦି ସେ ଶପଥ ଗ୍ରହଣର ଉଲ୍ଲଂଘନ କରୁଛନ୍ତି, ତେବେ ସେ ସେହି ଆସନରେ ବସିବାର କୌଣସି ଅଧିକାର ନାହିଁ। ପ୍ରଶ୍ନ ମଧ୍ୟ ଉଠେ ଯେ, ସେ କିପରି ଏପରି ମନ୍ତବ୍ୟ ଦେବାକୁ ସାହସ କରନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଏହିସବୁ ଘଟଣା କାହିଁକି ଘଟୁଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ସିବଲ କହିଛନ୍ତି ଯେ, ଏପରି ଲୋକଙ୍କୁ ସେହି ଚେୟାରରେ ବସିବା ପାଇଁ ସୁପ୍ରିମକୋର୍ଟଙ୍କର କ୍ଷମତା ଅଛି ଏବଂ ସେପର୍ଯ୍ୟନ୍ତ ଏହା ନିଶ୍ଚିତ ହେବା ଉଚିତ ଯେ ସେମାନଙ୍କ ସମ୍ମୁଖରେ କୌଣସି ମାମଲା ଆସିବ ନାହିଁ। ସୁପ୍ରିମକୋର୍ଟ ଏ ବାବଦରେ ଆହ୍ଲାବାଦ ହାଇକୋର୍ଟରୁ ବିସ୍ତୃତ ବିବରଣୀ ଲୋଡିଛନ୍ତି।

ସିବଲ କହିଛନ୍ତି ଯେ, “ମୁଁ କିଛି ସାଥୀ ନେତା ଦିଗବିଜୟ ସିଂ (କଂଗ୍ରେସ), ବିବେକ ତନଖା (କଂଗ୍ରେସ), ମନୋଜ ଝା (ରାଷ୍ଟ୍ରିୟ ଜନତା ଦଳ), ଜାଭେଦ ଅଲି (ସମାଜବାଦୀ ପାର୍ଟି) ଏବଂ ଜନ୍ ବ୍ରିଟାସ୍ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି) ସହିତ କଥା ହୋଇଛି। ଆମେ ଶୀଘ୍ର ସାକ୍ଷାତ କରିବୁ ଏବଂ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବୁ। ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ଶବ୍ଦର ପ୍ରତ୍ୟେକ ଅର୍ଥରେ ଏହା ଘୃଣାର ବକ୍ତବ୍ୟ।

ବରିଷ୍ଠ ଆଡଭୋକେଟ ସିବଲ ୨୦୧୮ ରେ ତତ୍କାଳୀନ ପ୍ରଧାନ ବିଚାରପତି (CJI) ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ ଏବଂ ୧୯୯୩ ରେ ତତ୍କାଳୀନ ସର୍ବୋଚ୍ଚ ନ୍ୟାୟାଳୟ ଭି.ରାମସ୍ୱାମୀଙ୍କୁ ମଧ୍ୟ ରକ୍ଷା କରିଥିଲେ। ଆର୍ଥିକ ଅନିୟମିତତା ଅଭିଯୋଗରେ ଜଷ୍ଟିସ ରାମସ୍ୱାମୀଙ୍କୁ ମହାଭିଯୋଗର ସାମ୍ନା କରିବାକୁ ପଡିଥିଲା।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲଙ୍କ ସନ୍ଦେହକୁ ନେଇ ଝଡ଼

ନୂଆଦିଲ୍ଲୀ : ଆଜି ବସିଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉତକ୍ଷିପ୍ତ ହୋଇଥିବା ଦେଖାଯାଇଛି।

କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଗି ଯାଇ ଟ୍ବିଟ୍ କରିଛନ୍ତି। ସିବଲ ଟ୍ୱିଟ କରି ଲେଖିଛନ୍ତି ଯେ, ରାହୁଲ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଛୁ। ରାଜସ୍ଥାନ ହାଇକୋର୍ଟରେ ଦଳକୁ ସଫଳତା ଦେଲୁ । ମଣିପୁରରେ ବିଜେପି ବିରୋଧୀରେ ଲଢି ଦଳକୁ ବଞ୍ଚାଇଲୁ । ଗତ 30 ବର୍ଷ ଧରି ବିଜେପି ପକ୍ଷରେ ଗୋଟିଏ ବି ବୟାନ ଦେଇନଥିବାର କହିଛନ୍ତି ସିବଲ୍‌ । ଏତେ ପରେ ବି ଆମ ଉପରେ ବିଜେପି ସହିତ ମିଶିଥିବାର ଅଭିଯୋଗ ଲଗାଯାଉଛି ।

ରାହୁଲଙ୍କ ଏପରି ମନ୍ତବ୍ୟରେ କେବଳ କପିଲ୍‌ ଶିବଲ୍‌ ନୁହଁନ୍ତି କଂଗ୍ରେସ ଦଳର ଅନ୍ୟତମ ବରିଷ୍ଠ ନେତା  ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲଙ୍କ ଉପରେ ରାଗିଯାଇଛନ୍ତି। ସେ କହିଛନ୍ତି ଯେ, ଯଦି ସେ କୌଣସି ପ୍ରକାରେ ବିଜେପିରେ ମିଶିଥିବାର ଜଣାପଡେ ତେବେ ଦଳରୁ ତୁରନ୍ତ ଇସ୍ତଫା ଦେବେ।

ସୂଚନାଯୋଗ୍ୟ, ଗତକାଲି ସୋନିଆ ଗାନ୍ଧିଙ୍କୁ 23 ଜଣ ବରିଷ୍ଠ ନେତାମାନେ ଚିଠି ଲେଖିଥିଲେ । ଏହି ପତ୍ରରେ ତୃଣମୂଳ ସ୍ତରରେ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରାଯାଇଥିଲା । ଅପରପକ୍ଷରେ ଆଜି ଅନୁଷ୍ଠିତ ହେଉଥିବା ଭର୍ଚୁଆଲ ବୈଠକରେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ କଂଗ୍ରେସର ବହୁ ନେତା ତଥା ମନମୋହନ ସିଂହ ଓ ଏ.କେ ଆଣ୍ଟୋନୀ ପଦରେ ରହିବାକୁ ଅନୁରୋଧ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏ ବିରୋଧୀ ଆନ୍ଦୋଳନରେ ସମ୍ପୃକ୍ତିକୁ କପିଲ ଶିବଲଙ୍କ ଅସ୍ବୀକାର

ଭୋପାଳ : ସୋମବାର ଇଡି ପକ୍ଷରୁ ସିଏଏ ବିରୋଧୀ ଆନ୍ଦୋଳନ ପ୍ରୟୋଜିତ ଥିବା ନେଇ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ୍‌ । ଆନ୍ଦୋଳନ ପୂର୍ବରୁ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ପକ୍ଷରୁ 73ଟି ଆକାଉଣ୍ଟକୁ 120 କୋଟି ଟଙ୍କା ପଠାଯାଇଥିଲା । ଇଡି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ବରିଷ୍ଠ କଂଗ୍ରେସ ନେତା ଶିବଲ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି । ପିଏଫ୍‌ଆଇର ଓକିଲ ରହିଥିବା ଶିବଲ କହିଛନ୍ତି ତାଙ୍କୁ ମିଳିଥିବା ଅର୍ଥ ହାଦିୟା ମାମଲା ପାଇଁ ମିଳିଥିଲା । ଏହା ସହିତ ସିଏଏ ବିରୋଧୀ ଆନ୍ଦୋଳନର କୌଣସି ସମ୍ବନ୍ଧ ନାହିଁ ବୋଲି ଶିବଲ କହିଛନ୍ତି । ଏହା ସହିତ ଏପରି ଖବର ପ୍ରକାଶ କରିଥିବା କାରଣରୁ ଗଣମାଧ୍ୟମ ଏବଂ ଇଡିକୁ ସମାଲୋଚନା କରିଛନ୍ତି ଶିବଲ୍‌ । ଶିବଲଙ୍କ ବ୍ୟତୀତ ହଦିୟା କେସ୍‌ ଲଢିଥିବା ଇନ୍ଦିରା ଜୟସିଂ ଏବଂ ଦୁଷ୍ୟନ୍ତ ଡାଭେଙ୍କୁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଛି ।(ଏଜେନ୍ସୀ)