Categories
ଆଜିର ଖବର

ପୋଲିସ୍‌ ଭୂମିକାରେ ନଜର ଆସିବେ କରୀନା କପୁର୍‌ ଖାନ୍‌

ନିଜର ୧୯ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କରୀନା କପୁର ଖାନ୍। ତୈମୁର୍‌ ଜନ୍ମହେବା ପରେ ଫିଲ୍ମ ଦୁନିଆରୁ କିଛିଦିନ ହେବ ଦୂରେଇ ରହିଥିଲେ। ତେବେ କରୀନା ଖୁବଶୀଘ୍ର ଇରଫାନ ଖାନଙ୍କ ସହ ‘ହିନ୍ଦୀ ମିଡିୟମ୍-୨’ରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଏହି ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। କରୀନାଙ୍କୁ ଚଳଚ୍ଚିତ୍ରର ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିବା ଜଣାପଡ଼ିଛି। ଏଥିସହିତ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ଅଭିନୟ କରିବା ପାଇଁ ସେ ଖୁବ୍ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି। ଏହାପରେ କରଣ ଜୋହରଙ୍କ ‘ତକ୍ଷତ୍‌’ ଚଳଚ୍ଚିତ୍ରର ମଧ୍ୟ ନଜର ଆସିବେ କରୀନା। କରୀନା ଏବେ ଅକ୍ଷୟ କୁମାରଙ୍କ ସହ ‘ଗୁଡ୍‌ ନ୍ୟୁଜ୍‌’ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ କରୀନା-ଅକ୍ଷୟଙ୍କ ବ୍ୟତୀତ କିଆରା ଆଡ୍‌ଭାନୀ ଓ ଦିଲ୍‌ଜିତ୍‌ ଦୋସାଞ୍ଜଙ୍କ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

Categories
ଆଜିର ଖବର

‘ହିନ୍ଦୀ ମିଡ଼ିୟମ୍‌-୨’ରେ ବେବୋଙ୍କ ସ୍ଥାନ ନେବେ ରାଧିକା !

ସୁପରହିଟ୍‌ ଫିଲ୍ମ ‘ହିନ୍ଦୀ ମିଡ଼ିୟମ୍‌’ର ସ୍ଵିକେଲ୍‌ରେ କରୀନା କପୁର୍‌ ଖାନ୍‌ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମିଳିଥିବା ସୂଚନା ଅନୁସାରେ ବେବୋ ଏହି ଫିଲ୍ମରେ କାମ କରିବାକୁ ମନା କରିଛନ୍ତି । ଅଭିନୟ କରିବାକୁ ନେଇ ଫିସ୍‌ ପାଇଁ ବେବୋ ରାଜି ହୋଇନାହାନ୍ତି । ଫିଲ୍ମ ପାଇଁ କରୀନା ୮ କୋଟି ଟଙ୍କା ଡିମାଣ୍ଡ କରିଥିବାବେଳେ ପ୍ରଯୋଜକ ଏତେ ଅଧିକ ଫିସ୍‌ ପାଇଁ ରାଜି ହୋଇନାହାନ୍ତି । ଏଥିପାଇଁ ମିସ୍‌ କପୁର୍‌ ଖାନ ଫିଲ୍ମକୁ ଛାଡ଼ିଦେଇଛନ୍ତି । ତେବେ ଏହି ଫିଲ୍ମରେ କରୀନାଙ୍କୁ ବଦଳରେ ରାଧିକା ଆପ୍ତେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଫିଲ୍ମର କାଷ୍ଟିଂକୁ ନେଇ ଏବେବି କିଛି ସ୍ପଷ୍ଟ କରାଯାଇନାହିଁ । ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ଇରଫାନ୍‌ ଖାନ୍‌ ନଜର ଆସିବେ । ଏହାର ନାୟିକା କିଏ ହେବେ, ତାହା ଦେଖିବାକୁ ଏବେ ବାକି ରହିଲା । ଗତ ବର୍ଷ ମେ ୧୯ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ସୁପର୍‌ହିଟ୍‌ ରହିଥିଲା । ଏଥିରେ ପାକିସ୍ତାନୀ ଅଭିନେତ୍ରୀ ସବା କମାର ନଜର ଆସିଥିଲେ ।

Categories
ଆଜିର ଖବର

‘ତଖତ୍‌’ରେ ଜାହାଁଆରାଙ୍କ ଚରିତ୍ର ନିଭାଇବେ କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌ ଆଗାମୀ ଫିଲ୍ମର ‘ତଖତ୍‌’ର ତାଙ୍କ ଚରିତ୍ରକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । କୀରନା କପୁର୍‌ ବହୁତ ଦିନ ପରେ ନିର୍ମାତା ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ସହ କାମ କରିବାକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି । କରନ୍‌ଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ କରୀନା ଫୁ ଚରିତ୍ରରେ ନଜର ଆସି ଦର୍ଶକଙ୍କ ହୃଦୟରେ ଛାପ ଛାଡ଼ିଯାଇଥିଲେ । କରୀନା ’ତଖତ୍‌’ରେ ତାଙ୍କ ଚରିତ୍ରକୁ ନେଇ କହିଛନ୍ତି ଯେ ଏହା ଏକ ପିରିୟଡିକି ଡ୍ରାମା ଅଟେ । ଏହି ଫିଲ୍ମରେ ତାଙ୍କ ଚରିତ୍ରଟି ଫୁ ଚରିତ୍ରକୁ ପଛରେ ପକାଇଦେବ । ସେ ଏଥିରେ ବାଦ୍‌ଶାହା ଶାହାଜାହାଁଙ୍କ ପୁତ୍ରୀ ଜାହାଁଆରା ଚରିତ୍ରରେ ନଜର ଆସିବେ । ବହୁତ ଦିନ ପରେ କରୀନା ଏପରି ଏକ ପିରିୟିଡିକ ଫିଲ୍ମକୁ ନେଇ ବହୁତ ଆଶାବାଦୀ ରହିଛନ୍ତି । ଏହି ଫିଲ୍ମରେ ଶାହାଜାହାନ୍‌ଙ୍କ ଚରିତ୍ରରେ ଅଭିନେତା ଅନୀଲ୍‌ କପୁର ନଜର ଆସିବେ । ଏହି ଫିଲ୍ମରେ ରଣବୀର ସିଂ, ଆଲିୟା ଭଟ୍ଟ, ବିକି କୌଶଲ୍‌, ଭୂମି ପେଡେନ୍‌କର୍‌ ପ୍ରମୁଖ ନଜର ଆସିବେ ।