Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁକୁ ଝଟକା!: ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେସି ତ୍ୟାଗୀ

ନୂଆଦିଲ୍ଲୀ: କେସି ତ୍ୟାଗୀ ଜେଡିୟୁ ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କେସି ତ୍ୟାଗୀ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ ରଂଜନ ପ୍ରସାଦ ବର୍ତ୍ତମାନ ଜେଡିୟୁ ର ଜାତୀୟ ମୁଖପାତ୍ର ହେବେ। ଦଳର ସାଧାରଣ ସମ୍ପାଦକ ଆଫାକ ଅହମ୍ମଦ ଖାନ ଆଜି ଏକ ଚିଠି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଜେଡିୟୁ ସାଧାରଣ ସମ୍ପାଦକ ଆଫାକ ଅହମ୍ମଦ ଖାନଙ୍କ ଦ୍ୱାରା ଦିଆଯାଇଥିବା ଚିଠିରେ ଲେଖାଯାଇଛି ଯେ, ‘ଜନତା ଦଳ (ୟୁନାଇଟେଡ୍) ର ରାଷ୍ଟ୍ରୀୟ ସଭାପତି ନୀତୀଶ କୁମାର (ମୁଖ୍ୟମନ୍ତ୍ରୀ, ବିହାର) ରାଜୀବ ରଂଜନ ପ୍ରସାଦଙ୍କୁ ଜାତୀୟ ମୁଖପାତ୍ର ପଦରେ ନିଯୁକ୍ତ କରିଛନ୍ତି। କେସି ତ୍ୟାଗି ବ୍ୟକ୍ତିଗତ କାରଣରୁ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁକୁ ଝଟକା!:

ପ୍ରକାଶ ଯେ, କେସି ତ୍ୟାଗୀ ଜେଡିୟୁ ର ଜଣେ ବରିଷ୍ଠ ଏବଂ ଶକ୍ତିଶାଳୀ ନେତା ଭାବରେ ବିବେଚନା କରାଯାଏ। ମୁଖ୍ୟମନ୍ତ୍ରୀ ନୀତୀଶଙ୍କର ସେ ଅତି ଘନିଷ୍ଠ। ପ୍ରତ୍ୟେକ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରନ୍ତି। ଏଥି ସହିତ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କେସି ତ୍ୟାଗୀ ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେବା ଦଳ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତୀଶ ଆଜିକାଲି ପାର୍ଟୀରେ ବହୁତ ସକ୍ରିୟ ଥିବା ଜଣାପଡିଛି। ଗୋଟିଏ ପଟେ ପଦାଧିକାରମାନଙ୍କର ଲଗାତାର ପରିବର୍ତ୍ତନ କରି ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପକ୍ଷରେ କେସି ତ୍ୟାଗୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ ହୋଇପାରେ। ଏଥି ସହିତ, କିଛି ଦିନ ପୂର୍ବରୁ କେସି ତ୍ୟାଗୀ ଇସ୍ରାଏଲ ପ୍ରସଙ୍ଗରେ ବିରୋଧୀଙ୍କ ସହ ହାତ ମିଳାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେବାବେଳେ ସେ କହିଥିଲେ ଯେ, କେନ୍ଦ୍ର ସରକାର ତୁରନ୍ତ ଇସ୍ରାଏଲକୁ ସହାୟତା ବନ୍ଦ କରିବା ଉଚିତ। ଏବେ ତାଙ୍କ ଇସ୍ତଫା ସାମ୍ନାକୁ ଆସିଛି। ଏହି କାରଣରୁ JDU ସମ୍ବନ୍ଧରେ ରାରାଜନୈତିକ ମହଲାରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲା I.N.D.I.A.?: JDU ର ଦାବିରେ କ’ଣ କହିଲା କଂଗ୍ରେସ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ଆଜି ଦିଲ୍ଲୀରେ ବୈଠକ କରିଛି। ଏହି ବୈଠକ ପରେ ଯେତେବେଳେ କଂଗ୍ରେସ ନେତା କେ.ସି ଭେନୁଗୋପାଲଙ୍କୁ ପଚରାଯାଇଥିଲା ଯେ, ଜେଡିୟୁ ନେତା କେସି ତ୍ୟାଗୀ ଦାବି କରିଛନ୍ତି ଯେ, ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପଦବୀ ଅଫର ଦିଆଯାଇଥିଲା, ସେତେବେଳେ ସେ କହିଛନ୍ତି ଯେ, ତାଙ୍କ ପାଖରେ ଏପରି ସୂଚନା ନାହିଁ।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ଆମେ ଏଭଳି ଅଫର ବିଷୟରେ ଅବଗତ ନାହୁଁ। ଯେଉଁଠାରେ କଂଗ୍ରେସର ପ୍ରଦର୍ଶନ ଭଲ ନାହିଁ, ସେହି ରାଜ୍ୟଗୁଡିକର ସମୀକ୍ଷା ପାଇଁ ଏକ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି। ଏଥି ସହ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ନେତା କରିବା ପାଇଁ ଏହି ବୈଠକରେ ପ୍ରସ୍ତାବ ପାରିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଏନଡିଏ ବୈଠକ ପୂର୍ବରୁ ନୀତୀଶ କୁମାରଙ୍କ ଦଳର ବଡ ଦାବି, ଏନଡିଏରେ ବଢିବ କି ଚିନ୍ତା?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଆସିଛି ଏବଂ ଏହା ସହିତ ବାକ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସ୍ପଷ୍ଟ ଭାବେ କହିଛି ଯେ, ବିହାରକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ଉଚିତ୍। ଆଜି ଜେଡିୟୁ ମୁଖପାତ୍ର ତଥା ଦଳର ବରିଷ୍ଠ ନେତା କେସି ତ୍ୟାଗୀ ଏହି ଦାବି କରିଛନ୍ତି।

କେସି ତ୍ୟାଗୀ କହିଛନ୍ତି ଯେ, ଆଜି ଦିଲ୍ଲୀରେ ଏକ ଏନଡିଏ ବୈଠକ ହେବ। ଏଥିରେ ସମସ୍ତ ସହଯୋଗୀ ଦଳର ନେତାଙ୍କୁ ଡକାଯାଇଛି। ଏଥିରେ ନୀତୀଶ କୁମାର ମଧ୍ୟ ଯୋଗ ଦେଉଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଜେଡିୟୁ ପକ୍ଷରୁ ଏକ ଚିଠି ମଧ୍ୟ ଦିଆଯିବ। ଏହି ପ୍ରଶ୍ନ ଉପରେ ଇଣ୍ଡିଆ ମେଣ୍ଟ ସହିତ କୌଣସି ଯୋଗାଯୋଗ କିମ୍ବା ଆଲୋଚନା ହୋଇଛି କି? ଏହା ଉପରେ କେସି ତ୍ୟାଗୀ କହିଛନ୍ତି ଯେ, ସେହି ସମୟ ଅତିବାହିତ ହୋଇଯାଇକି। ପଛକୁ ଯିବାର ପ୍ରଶ୍ନ ନାହିଁ ।

କେସି ତ୍ୟାଗୀ କହିଛନ୍ତି ଯେ, ଯଦି ମଲ୍ଲିକାର୍ଜନ ଖଡଗେ ଏବଂ ତାଙ୍କ ଦଳ ବଡ଼ ହୃଦୟ ଦେଖାଇଥାନ୍ତେ, ତେବେ ଆମେ ଆଜି ଏଠାରେ ନଥାନ୍ତେ। ସେମାନଙ୍କର ଭୁଲ ଆଚରଣ ଯୋଗୁଁ ଆମେ ଏଠାକୁ ଆସିଛୁ। ଜନତା ଦଳ ସ୍ପଷ୍ଟ କରିଛି ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ନିର୍ବାଚନ ଲଢାଯାଇଛି। କର୍ମୀମାନେ ସେମାନଙ୍କର ନେତାଙ୍କ ପାଇଁ କିଛି ପଦବୀ ଚାହାଁନ୍ତି ଏବଂ ଆଶା କରନ୍ତି, ଯାହା ଭୁଲ୍ ନୁହେଁ।

ଏହି ପ୍ରଶ୍ନ ଉପରେ, ଏନଡିଏର କୌଣସି ଚାହିଦା ଅଛି କି? ଏହା ଉପରେ କେସି ତ୍ୟାଗୀ କହିଛନ୍ତି ଯେ, ଆମେ କୌଣସି ସର୍ତ୍ତ ବିନା ଏନଡିଏକୁ ସମର୍ଥନ କରୁଛୁ କିନ୍ତୁ ବିହାର ପାଇଁ ଏକ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଜନସାଧାରଣଙ୍କ ହିତରେ ଅଛି। ଏହା ବିନା ବିହାରର ବିକାଶ ଅସମ୍ଭବ। ଇଣ୍ଡିଆ ସହଯୋଗୀ ବଦଳରେ ଏନଡିଏ ସହଯୋଗୀ ଦଳ ପାଖରେ ୨୯୩ ସଂଖ୍ୟା ରହିଛି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ।