Categories
ଆଜିର ଖବର

ମୋତେ ମୋ ପିଏସ୍‌ଓ ନୁହେଁ, ବରଂ ମୋଦିଜୀ ମାରିବାକୁ ଚାହୁଁଛନ୍ତି : ଅରବିନ୍ଦ କେଜରୀଓ୍ବାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲା ସୋମବାର ଦିନ ଭାରତୀୟ ଜନତା ପାର୍ଟିର ନେତା ବିଜୟ ଗୋଏଲଙ୍କ ଜବାବ ଦେବା ସହିତ ତାଙ୍କୁ ନିଜ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ନୁହେଁ, ବରଂ ମୋଦିଜୀ ତାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଗୋଏଲ୍‌ ଏକ ଟୁଇଟ୍‌ କରି କହିଥିଲେ ଯେ, ’ବହୁତ ଦୁଃଖର କଥା ଯେ, ନିଜେ ନିଜର ପିଏସ୍‌ଓ ଉପରେ ସନ୍ଦେହ କରି ଦିଲ୍ଲୀ ପୁଲିସ୍‌ ସମ୍ମାନକୁ ଉପରେ ପ୍ରଶ୍ନ ଉଠାଇଛନ୍ତି।’ ଅରବିନ୍ଦଙ୍କୁ ନିଜର ପିଏସ୍‌ଓ ଚୟନ କରିବାକୁ କହିବା ସହିତ ଯଦି ଦରକାର ପଡେ, ଏହି କ୍ଷେତ୍ରରେ ସାହାଯ୍ୟ କରିପାରିବେ ବୋଲି କହିଥିଲେ ବିଜୟ। ଦୀର୍ଘ ଜୀବନର କାମନା ମଧ୍ୟ କରିଥିଲେ ବିଜୟ। ଏହାର ଉତ୍ତର ଦେଇ କେଜ୍‌ରୀଓ୍ବାଲା କହିଛନ୍ତି ଯେ, ମୋତେ ମୋ’ ପିଏସ୍‌ଓ ନୁହେଁ, ବରଂ ମୋଦିଜୀ ମାରିବାକୁ ଚାହୁଁଛନ୍ତି।’ ଶନିବାର ଦିନ କେଜରୀଓ୍ବାଲା କହିଥିଲେ ଯେ, ତାଙ୍କ ପିଏସ୍‌ଓ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା କରିବା ପରି ତାଙ୍କର ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଛି। ବିଜେପି ତାଙ୍କ ଜୀବନ ନେବାକୁ ଚାହୁଁଛି, ଦିନେ ତାଙ୍କୁ ମାରିଦେବେ। କେଜରୀଓ୍ବାଲଙ୍କ ଏହି ବୟାନକୁ ନେଇ ବିଜୟ ଗୋଏଲ୍‌ ତାଙ୍କୁ ଟାର୍ଗେଟ୍‌ କରି ଟୁଇଟ୍‌ କରିଥିଲେ।

Categories
ଆଜିର ଖବର

ହିନ୍ଦୁ-ମୁସଲିମ ସମ୍ପ୍ରଦାୟକୁ ନେଇ କେଜ୍ରିଓ୍ବାଲଙ୍କ ବିବାଦୀୟ ବୟାନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ହିନ୍ଦୁ ମୁସଲମାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, କୌଣସି ହିନ୍ଦୁ କଂଗ୍ରେସକୁ ଭୋଟ କରିବେ ନାହିଁ ମୁସଲମାନ ଭୋଟରଙ୍କୁ ନେଇ ଦ୍ବନ୍ଦ ରହିଛି। ଦିଲ୍ଲୀରେ ଉଭୟ ଦଳର ମେଣ୍ଟ ବିଫଳ ହେବା ପରେ କଂଗ୍ରେସ ଇସ୍ତାହାରକୁ ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। କେଜ୍ରିଓ୍ବାଲଙ୍କ ସାମ୍ପ୍ରଦାୟିକ ମନ୍ତବ୍ୟ ପରେ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଛି। ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କ ଏହି ମନ୍ତବ୍ୟ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିୁଯୋଗ କରିଛନ୍ତି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ। ଯୋଗୀ ଏବଂ ମାୟାବତୀଙ୍କ ପରି କେଜ୍ରିଓ୍ବାଲଙ୍କୁ ବାସନ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ କହିଛନ୍ତି ଦୀକ୍ଷିତ। ଦୀକ୍ଷିତ ଏବଂ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଏକ ଦଳ ନିର୍ବାଚନ କମିଶନର ରଣବୀର ସିଂଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Categories
ଆଜିର ଖବର

ଅନଶନ ସ୍ଥଗିତ ରଖିଲେ କେଜ୍ରିୱାଲ, ସମସ୍ତଙ୍କୁ ଏକାଠି ଦେଶ ସହ ଛିଡାହେବାକୁ ଆହ୍ଵାନ ଦେଇଛନ୍ତି।

 

ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରିବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବିରେ କେଜ୍ରିୱାଲ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ଭାରତୀୟ ବାୟୁସେନା ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପୂର୍ବକ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ଜୈଶ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ପାକିସ୍ତାନ ମଧ୍ୟ ଭାରତକୁ ଧମକ ଦେବା ଆରମ୍ଭ କରିଛି। ଏହାପରେ ପାକିସ୍ତାନ ସହ ଭାରତର ଆଭ୍ୟନ୍ତରୀଣ ସ୍ଥିତି ଅତ୍ୟନ୍ତ ସମ୍ବେଦନାପୂର୍ଣ୍ଣ ରହିଛି । ଦେଶର ଏହିପରି ସମୟରେ ନିଜର ଅନଶନ ସ୍ଥଗିତ ରଖିଥିବାର କେଜ୍ରିୱାଲ ଟ୍ୱିଟ୍‌ ଯୋଗେ କହିବା ସହିତ  ସମସ୍ତଙ୍କୁ ଏକାଠି ଦେଶ ସହ ଛିଡ଼ା ହେବା ଦରକାର ବୋଲି ମଧ୍ୟ ଆହ୍ୱାନ ଦେଇଛନ୍ତି।