Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଝଟ୍‌କା : ହାତ ଛାଡି ପଦ୍ମ ଧରିବେ ଖୁସୁବୁ ସୁନ୍ଦର୍‌

ଚେନ୍ନାଇ : ତାମିଲନାଡୁରେ ସିନେଷ୍ଟାର୍‌ମାନେ ରାଜନୀତିରେ ପ୍ରବେଶ କରିବା ପରମ୍ପରା ବେଶ୍‌ ପୁରୁଣା । ଏଠାରେ ବହୁ ଅଭିନେତା, ଅଭିନେତ୍ରୀମାନେ ରାଜନୀତିରେ ନିଜର ଜଲ୍‌ଓ୍ବା ଦେଖାଇଛନ୍ତି । ଏହିକ୍ରମରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଖୁସୁବୁ ମଧ୍ୟ ରାଜନୀତିର ଏକ ଚର୍ଚ୍ଚିତ ଚେହେରା ।  ତେବେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ଏକ ସ୍ବାଭାବିକ ପ୍ରକ୍ରିୟା ହୋଇଗଲାଣି ।  ତାମିଲନାଡୁ କଂଗ୍ରେସର ନେତ୍ରୀ ଖୁସୁବୁ କିନ୍ତୁ କଂଗ୍ରେସର ହାତ ଛାଡି ବିଜେପିର ଯୋଗଦେବାର ସୂଚନା ରହିଛି। ଖୁସୁବୁ ସୁନ୍ଦର 2014 ମସିହାରେ ଡିଏମ୍‌କେ ଛାଡି କଂଗ୍ରେସର ହାତ ଥରିଥିଲେ। ତେବେ 2014 କଂଗ୍ରେସ କ୍ଷମତାରୁ ବାହାରିବା ପରେ ତାଙ୍କ ରାଜନୈତିକ କ୍ୟାରିଅରରେ ବିଶେଷ କିଛି ଉନ୍ନତି ହୋଇପାରିନଥିଲା । ଅପରପକ୍ଷରେ  2021ରେ ତାମିଲନାଡୁ ବିଧାନସଭା ପାଇଁ ବିଜେପି ଚେହେରା ଅନ୍ବେଷଣରେ ରହିଛି । ତେବେ ଏହି ସମୟରେ ଖୁସୁବୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଖୁସୁବୁ ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ଇତି ମଧ୍ୟରେ କଂଗ୍ରେସ ଖୁସୁବଙ୍କୁ ଏଆଇସିସି ମୁଖପାତ୍ର ପଦରୁ ବରଖାସ୍ତ କରିଛି।

ଖୁସୁବୁ ସୁନ୍ଦର ଲୋକପ୍ରିୟ ଅଭିନେତ୍ରୀ ହେବା ସହିତ ରାଜନୀତିରେ ମଧ୍ୟ ବେଶ୍‌ ପରିଚିତ । ସେ 2010 ମସିହାରେ ଡିଏମ୍‌କେରେ ସାମିଲ୍‌ ହୋଇଥିଲେ । ଏହାର ଚାରିବର୍ଷ ପରେ 2014ରେ ସେ କଂଗ୍ରେସରେ ସାମିଲ୍‌ ହୋଇଥିଲେ । ପୁନଶ୍ଚ ଏବେ ସେ ପୁଣି ଥରେ ଦଳ ବଦଳ କରିବେ ବୋଲି ସୂଚନା ରହିଛି । ସେ କଂଗ୍ରେସ ଛାଡି ବିଜେପିରେ ସାମିଲ୍‌ ହେବେ ବୋଲି ସୂଚନା ରହିଥିବାବେଳେ ଏନେଇ ଖୁସୁବୁ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । (ଏଜେନ୍ସି)