Categories
ଅପରାଧ ଆଜିର ଖବର ଜାତୀୟ ଖବର

ଟିଡିପି ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜଣେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଟିଡିପି ବିଧାୟକ କୋନେଟୀ ଆଡିମୁଲାମଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ଏଫଆଇଆର ଦାଖଲ ହୋଇଥିବା ଜଣାଯାଇଛି। ଯୌନ କାର୍ଯ୍ୟରେ ଲିପ୍ତ ଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଭିଡିଓ କେଉଁଠାରେ କିମ୍ବା କେବେ ସୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ଏବଂ ଏଥିରେ ବିଧାୟକ ଆଡିମୁଲାମ ଅଛନ୍ତି କି ନାହିଁ ତାହା ନିଶ୍ଚିତ ହୋଇପାରି ନାହିଁ।

ସେପଟେ ବିଧାୟକ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ଦଳର ନେତାମାନଙ୍କୁ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।

କୋନେଟି ଆଡିମୁଲମ ଆନ୍ଧ୍ରପ୍ରଦେଶର ସତ୍ୟଭେଦୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ ବିଧାୟକ। ସେ ଏହା ପୂର୍ବରୁ YSR କଂଗ୍ରେସ ଦଳର ଅଂଶ ଥିଲେ କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଟିକେଟ୍ କଟାଯିବା ପରେ ସେ ଟିଡିପିରେ ଯୋଗ ଦେଇଥିଲେ, ଏବଂ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା।