Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉନ୍ନାଓ ଗଣଦୁଷ୍କର୍ମ ମାମଲା : କୁଲ୍‌ଦୀପ୍‌ ସେନ୍‌ଗାରଙ୍କୁ 10 ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସେନ୍‌ଗାରଙ୍କୁ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପୀଡିତାଙ୍କ ପିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ଏବଂ ମାମଲାର ଅନ୍ୟତମ ସହ ଅଭିଯୁକ୍ତ ଅତୁଲ୍‌ ସେନ୍‌ଗାର୍‌ଙ୍କୁ ମଧ୍ୟ ସମାନ 10 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି । ଏହା ସହିତ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପୋଲିସ୍‌ ଅଫିସରଙ୍କୁ ମଧ୍ୟ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ପୀଡିତାଙ୍କ ପରିବାରକୁ 20 ଲକ୍ଷର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତା ନିଜର ପିତାଙ୍କୁ ହରାଇଛନ୍ତି, ପରିବାରର ଚାରି ଶିଶୁଙ୍କ ମଧ୍ୟରୁ ତିନି ଜଣ ନାବାଳକ ହୋଇଥିବାରୁ କୁଲଦୀପ ଏବଂ ଅତୁଲ ପ୍ରତ୍ୟେକ 10 ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର

ଉନ୍ନାଓ ଗଣ ଦୁଷ୍କର୍ମ ମାମଲା : ବିଧାୟକ କୁଲଦୀପ୍‌ ସେନ୍‌ଗାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ, 20/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଜିଲ୍ଳା ଜଜ୍‌ ଧର୍ମେଶ ଶର୍ମା ସେନ୍‌ଗାରଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । ଏହା ସହିତ ସେନେଗାର ପୀଡ଼ିତାଙ୍କ ପରିବାରକୁ 25ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ସେନ୍‌ଗାରଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍‌ଗାରଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଉନ୍ନାଓ ଗଣଦୁଷ୍କର୍ମ ମାମଲା : କୁଲଦୀପ ସେଙ୍ଗାର ଦୋଷୀ ସାବ୍ୟସ୍ତ, ଶଶୀ ସିଂ ମୁକ୍ତ

ନୂଆଦିଲ୍ଲୀ,16/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍‌ଗାରଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ଶଶୀ ସିଂଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଶଶୀଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ତାଙ୍କୁ ଖଲାସ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆସନ୍ତା ଗୁରୁବାର ଦିନ ସେନ୍‌ଗାରଙ୍କ ଦଣ୍ଡର ଘୋଷଣା କରାଯିବ । (ଏଜେନ୍ସୀ)