Categories
ଆଜିର ଖବର

୨୦୨୧ କୁମ୍ଭ ମେଳା ନିମନ୍ତେ ୫ ହଜାର କୋଟି ଦାବି କଲେ ତ୍ରୀବେନ୍ଦ୍ର ସିଂ ରାଓ୍ବତ୍‌

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାଓ୍ବତ୍ ୨୦୨୧ ମସିହାରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳା ନିମନ୍ତେ ୫ ହଜାର କୋଟି ଦାବି କରିଛନ୍ତି। ହରିଦ୍ବାରରେ ଅନୁଷ୍ଠିତ ଏହି ମେଳା ନିମନ୍ତେ ଏକ କାଳୀନ ୫ ହଜାର କୋଟିର ଅର୍ଥରାଶି ଦାବି କରିଛନ୍ତି। ରାଓ୍ବତ୍‌ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ। ଆସନ୍ତା କୁମ୍ଭ ମେଳାରେ ୧୫ କୋଟି ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଜଣାପଡିଛି। ଏହି ଅର୍ଥ ରାଶି ୨୦୨୦ ସୁଦ୍ଧା ପ୍ରଦାନ କରିବା ପାଇଁ ସୀତାରମଣଙ୍କୁ ନିବେଦନ କରିଛନ୍ତି।

Categories
ଆଜିର ଖବର

ସଫେଇ କରି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସାମିଲ୍‌ ହେଲା କୁମ୍ଭମେଳା

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳା ଗିନିଜ ୱାର୍ଲ୍ଡ ରେକର୍ଡ କରିଛି । ତେବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ କୁମ୍ଭମେଳା ତୃତୀୟ ରେକର୍ଡ କରି ହ୍ୟାଟ୍ରିକ ହାସଲ କରିଛି । ଶନିବାର ଦିନ ପାଞ୍ଚଟି ଅଲଗା ଅଲଗା ସ୍ଥାନରେ ପ୍ରାୟ ୧୦ହଜାରରୁ ଅଧିକ ସଫେଇ କର୍ମଚାରୀମାନେ ସଫେଇ କରି ମେଳାର ତୃତୀୟ ବିଶ୍ୱ ରେକର୍ଡ କରିଛନ୍ତି । କୁମ୍ଭମେଳାର ସେକ୍ଟର୧ ଏବଂ ୨ ରାସ୍ତା, ଅରେଲରେ ସଙ୍କଟମୋଚନ ମାର୍ଗ, ସେକ୍ଟର ୭ରେ କୈଳାସପୁରୀ ଏବଂ ଝୁଂସୀର ସଙ୍ଗମ ଲୋୟର ମାର୍ଗରେ ଏକା ସମୟରେ ୧୦ହଜାରରୁ ଅଧିକ ସଫେଇ କର୍ମଚାରୀ ୩ମିନିଟ ପର୍ଯ୍ୟନ୍ତ ଝାଡୁମାରି ଏହି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଢାକାର ୭୦୨୧ଜଣ ଲୋକ ଏକାସହ ସଫେଇ କରି ରେକର୍ଡ କରିଥିଲେ । ଏହା ସହ ଅଲଗା ଅଲଗା ପାଞ୍ଚଟି ସ୍ଥାନରେ ସଫେଇ କରିବାର ନୂଆ ରେକର୍ଡ ହୋଇଛି ।  ଏହା ପୂର୍ବରୁ କୁମ୍ଭ ମେଳା ପ୍ରାଧିକରଣ ପକ୍ଷରୁ ଗୁରୁବାର ଏକାସାଙ୍ଗରେ ୫୦୩ଟି ବସର ପରେଡେ ଏବଂ ପେଣ୍ଟିଂ ପାଇଁ ୱାଲ ମାଧ୍ୟମରେ ୭ ହଜାରରୁ ଅଧିକ ଲୋକ ନିଜର ହାତର ଛାପ ଛାଡି ଦୁଇଟି ଗିନିଜ ୱାଲର୍ଡ ରେକର୍ଡ ସ୍ଥାପନ କରିଥିଲେ ।