Categories
ଆଜିର ଖବର ଖେଳ

ରୋଡସେଫ୍ଟି ଓ୍ବାର୍ଲ୍ଡ ସିରିଜ୍‌ ଟି 20 : ସଚିନ୍‌-ଲାରା ମୁକାବିଲା

ମୁମ୍ବାଇ : ସଡକ ସୁରକ୍ଷା ଅଭିଯାନ ପାଇଁ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ସଚିନ୍‌ ତେନ୍ଦୁଲକର ଏବଂ ବ୍ରାଏନ୍‌ ଲାରା ପଡିଆକୁ ଫେରୁଛନ୍ତି । କେବଳ ସଚିନ୍‌ ଏବଂ ଲାରା ନୁହନ୍ତି ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଶିବନାରିନ୍‌ ଚନ୍ଦ୍ରପଲ୍‌ ଏବଂ ଡ୍ୟାରେନ୍‌ ଗଙ୍ଗା ମଧ୍ୟ ପଡିଆକୁ ଫେରୁଛନ୍ତି । ଭାରତୀୟ କିମ୍ବଦନ୍ତୀ ଦଳ ଏବଂ ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳ ମଧ୍ୟରେ ଏହି ମ୍ୟାଚ୍‌ ଆସନ୍ତା କାଲି ଅନୁଷ୍ଠିତ ହେବ । ବୀରେନ୍ଦ୍ର ସେହ୍ବାଗ ଭାରତୀୟ ଦଳର ଅଧିନାୟକ ରହିଥିବା ବେଳେ ବ୍ରାଏନ୍‌ ଲାରା ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳର ନେତୃତ୍ବ ନେବେ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ର ସମସ୍ତ ଅର୍ଥ ସଡକ ସୁରକ୍ଷା ପାଇଁ ପ୍ରଦାନ କରାଯିବ ।

ଭାରତୀୟ କିମ୍ବଦନ୍ତୀ ଦଳ : ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର, ଯୁବରାଜ ସିଂ, ମହମ୍ମଦ କୈଫ, ଜାହିର ଖାନ, ସମୀର ଦିଘେ, ଇର୍ଫାନ ପଠାନ, ମୁନାଫ ପଟେଲ, ପ୍ରଜ୍ଞାନ ଓଝା, ମନପ୍ରୀତ ଗୋନି, ସଞ୍ଜୟ ବାଙ୍ଗର, ଆବି କୁରୁଭିଲା ଏବଂ ସାଇରାଜ ବାହାତୁଲେ ।
ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳ : ବ୍ରାଏନ୍ ଲାରା, ଶିବନାରିନ୍ ଚନ୍ଦ୍ରପାଲ୍, ପେଡ୍ରୋ କଲିନ୍ସ,, ଡାରେନ୍ ଗଙ୍ଗା, ଟିନୋ ବେଷ୍ଟ, ସୁଲେମାନ ବେନ, ସାମୁଏଲ ବଦ୍ରି, କାର୍ଲ ହୁପର, ରିଡଲେ ଯାକବ, ଦିନାନାଥ ରାମନାରିନ୍, ରିକାର୍ଡୋ ପାୱେଲ, ଆଡାମ ସାନଫୋର୍ଡ, ଡାନଜା ହାୟାତ୍‌ । (ଏଜେନ୍ସି)

Categories
ଆଜିର ଖବର

ବିଶ୍ବକପ୍‌ ପାଇଁ ଭାରତ ଫେବ୍‌ରିଟ୍‌ : ଲାରା

ଭାରତ ବିଶ୍ବକପ୍‌ ପାଇଁ ଫେବ୍‌ରିଟ୍‌ ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଜ୍‌ର ମହାନ ଖେଳାଳି ବ୍ରାଏନ୍‌ ଲାରା। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିରାଟ କୋହଲିଙ୍କ ନେତୃତ୍ବରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ଭାରତ ଇଂଲଣ୍ଡ ଏବଂ ଓ୍ବେଲ୍‌ସରେ ଟ୍ରଫି ହାସଲ କଲେ ମୁଁ ଆଦୌ ବିସ୍ମିତ ହେବି ନାହିଁ ବୋଲି କହିଛନ୍ତି ଲାରା। ୨୦୧୭ରେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଉପ ବିଜେତା ହୋଇଥିବା ବେଳେ ୨୦୧୫ରେ ଚାମ୍ପିୟନ୍‌ ରହିଥିଲା। ବର୍ତ୍ତମାନର ଭାରତୀୟ ଦଳ ଅଭିଜ୍ଞତା ଏବଂ ଯୁବ ଖେଳାଳିଙ୍କର ଏକ ସଠିକ୍‌ ମିଶ୍ରଣ। ଦଳରେ କେ ଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କ ପରି ଯୁବ ଖେଳାଳି ରହିଥିବା ବେଳେ ଭୁବନେଶ୍ବର କୁମାର, ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି। ଭାରତ ପାଖରେ ଏକ ବଢିଆ ବୋଲିଂ ଆକ୍ରମଣ ରହିଛି ଯାହାକି ଦଳକୁ ବିଜୟୀ ହେବାରେ ସହାୟତା କରିବ। ଭାରତ ପାଖରେ ଜସ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ଶାମି ଏବଂ ଭୁବନେଶ୍ବର କୁମାରଙ୍କ ପେସ୍‌ ତ୍ରୀମୁର୍ତ୍ତି ରହିଛନ୍ତି ଯେଉଁମାନେ କି ଉଭୟ ସୁଇଁ ପରିବେଶରେ ଘାତକ ହେବା ସହିତ ଅନ୍ତିମ ଓଭରରେ ଭଲ ୟର୍କର ପକାଇବାର କ୍ଷମତା ରଖନ୍ତି। ସ୍ପିନ୍‌ ବିଭାଗରେ କୁଲ୍‌ଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ରବୀନ୍ଦ୍ର ଜାଡେଜା ରହିଥିବା ବେଳେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ ବିଜୟ ଶଙ୍କର ଅଲରାଉଣ୍ଡର ଦାୟିତ୍ବ ନିଭାଇବେ।