Categories
ଆଜିର ଖବର

ଭାରତୀୟ ବଜାରରେ କିଆ ଏସ୍‌ୟୁଭି କାର୍‌ ଲଞ୍ଚ

ହ୍ୟୁଣ୍ଡାଇ  ସହିତ ସହଭାଗିତାରେ କିଆ ମୋଟର୍ସ ଭାରତୀୟ ବଜାରରେ ଏହାର ପ୍ରଥମ ଏସ୍‌ୟୁଭି କାର୍‌ ଲଞ୍ଚ କରିବାକୁ ଯାଉଛି। ଜୁଲାଇ ମାସ ଶେଷ ସୁଦ୍ଧା ଭାରତରେ ଏହି କାର୍‌ର ଲଞ୍ଚ କରାଯିବ ବୋଲି କିଆ ମୋଟର୍ସ ପକ୍ଷରୁ ପ୍ରକାଶ କରାଯାଇଛି। ଆନ୍ଧ୍ର ପ୍ରଦେଶରେ ରହିଥିବା କମ୍ପାନୀର କାରଖାନରରେ କାର୍‌ର ନିର୍ମାଣ କାମ ଚାଲିଥିବା ନେଇ ସୂଚନା ମିଳିଛି। କିଆ ଏସ୍‌ପି ୨ ଆଇ ମଡେଲର ଏହି କାର୍‌ଟିରେ ଟାଇଗର୍‌ ନେଜ୍‌ ମଡେଲ୍‌ର ହେଡ୍‌ଲାଇଟ୍‌ ରହିବ। କାର୍‌ଟିରେ ଲୋକେସନ୍‌, ଜିପିଏସ୍‌ ଟ୍ରାକର ସହିତ ଏକ ଟଚ୍‌ ସ୍କ୍ରିନ୍‌ କନେକ୍ଟିଭିଟି ରହିଛି ଯାହା ଦ୍ବାରା କଲ୍‌ ଏବଂ ମେସେଜିଂ ସମ୍ଭବ ହେବ। କାର୍‌ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ୍‌ ଦ୍ବାରା ଚାଲିପାରିବ। କାର୍‌ଟିରେ ଉଭୟ ମାନୁଆଲ ଏବଂ ସ୍ବଂୟଚାଳିତ ଗିଅର୍‌ ବ୍ୟବସ୍ଥା ରହିବ। କାର୍‌ଟିର ମୂଲ୍ୟ ୧୦ ରୁ ୧୫ ଲକ୍ଷ ମଧ୍ୟରେ ରହିବାର ଥିବାବେଳେ ଏହା ହ୍ୟୁଣ୍ଡାଇ କ୍ରେଟା, ଟାଟା ହ୍ୟାରିୟର, ନିସାନ୍‌ କିକ୍‌ସ ଏବଂ ରେନଲ୍ଟ କ୍ୟାପ୍‌ଟର ସହିତ ପ୍ରତିଦ୍ବନ୍ଦିତା କରିବ।

Categories
ଆଜିର ଖବର

ଭାରତୀୟ ବଜାରରେ ହୁଆଓ୍ବେ ପି ୩୦ ପ୍ରୋ ଏବଂ ପି ୩୦ ଲାଇଟ

ହୁଆଓ୍ବେ ନିଜର ଆଗାମୀ ସ୍ମାର୍ଟଫୋନ୍‌ ପି ୩୦ ପ୍ରାେ ଏବଂ ପି ୩୦ ଲାଇଟ୍‌କୁ ଭାରତୀୟ ବଜାରରେ ପ୍ରବେଶ କରାଇବାକୁ ଯାଉଛି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ୟାମେରା ଫୋନ୍‌ ପ୍ରଦାନ କରୁଥିବା ହୁଆଓ୍ବେର ଏହି ଫୋନ୍‌ରେ ମଧ୍ୟ ଚମତ୍କାର ବୈଶିଷ୍ଟ୍ୟର କ୍ୟାମେରା ରହିଛି। ପି୩୦ ପ୍ରୋରେ ୪ଟି କ୍ୟାମେରା ଏବଂ ଲେନ୍ସ ରହିଥିବା ବେଳେ ଏଥିରେ ନୂତନ ଭାବରେ ସେନ୍ସର ବ୍ୟବସ୍ଥା ରହିଛି। ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଥିବା ବେଳେ ଫୋନ୍‌ଟିର ମୂଲ୍ୟ ୭୧୯୯୦ଟଙ୍କା ରହିଛି। ଅନ୍ୟପକ୍ଷରେ ପି ୩୦ ଲାଇଟ୍‌ରେ ୩୨ ମେଗା ପିକ୍ସେଲ୍‌ର କ୍ୟାମେରା ରହିଥିବା ବେଳେ ଏଥିରେ ତିନୋଟି ଲେଖାଏଁ ଫ୍ରଣ୍ଟ କ୍ୟାମେରା ଓ  ଲେନ୍ସ ରହିଛି। ଏହି ଫୋନ୍‌ରେ ୩୩୪୦ ଏମ୍‌ଏଏଚ୍‌ର ବ୍ୟାଟେରୀ ସହିତ ତୁରନ୍ତ ଚାର୍ଜିଂର ସୁବିଧା ମଧ୍ୟ ରହିଛି। ଏହି ଫୋନ୍‌ର ମୂଲ୍ୟ ୨୨୯୯୦ ଟଙ୍କା ରହିଛି। ଏପ୍ରିଲ୍‌ ୧୫ ତାରିଖରୋ ଏହା ଭାରତୀୟ ବଜାରରେ ପ୍ରବେଶ କରିବ।