Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ଵ: ଗୃହର ନେତା ହେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ୧୮ ତମ ଲୋକସଭାର ପ୍ରଥମ ସଂସଦ ଅଧିବେଶନରେ ଆଜି ସାଂସଦମାନେ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏକ ବଡ ଦାୟିତ୍ଵ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହର ନେତା କରାଯାଇଛି।

ଏଥି ସହିତ, ୧୮ ତମ ଲୋକସଭାର ପ୍ରଥମ ଅଧିବେଶନର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟ ତଥା ଅନ୍ୟାନ୍ୟ ନୂତନ ନିର୍ବାଚିତ ସଦସ୍ୟମାନେ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟନିର୍ବାହୀ ବାଚସ୍ପତି (ପ୍ରୋଟେମ୍ ସ୍ପିକର) ଭର୍ତ୍ତୁହରି ମହତାବ ଗୃହର ପ୍ରକ୍ରିୟା ଆରମ୍ଭ କରି ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ।