Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବଙ୍କୁ ଆଶ୍ବସ୍ତି: 21ରେ ମହାରାଷ୍ଟ୍ର ବିଧାନସଭା ପରିଷଦ ନିର୍ବାଚନ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଶ୍ବସ୍ତି ମିଳିଛି। ଉଦ୍ଧବଙ୍କ ପଦ ହରାଇବା ଆଶଙ୍କାରେ ପୂର୍ଣ୍ଣଚଚ୍ଛେଦ ପଡିଛି। କରୋନା ଲକ୍‌ ଡାଉନ୍‌ ମଧ୍ୟରେ ଆସନ୍ତା 21 ତାରିଖରେ ମହାରାଷ୍ଟ୍ରରେ ଖାଲି ପଡିଥିବା ବିଧାନସଭା ପରିଷଦ ଆସନ ପାଇଁ ଭୋଟିଂ ହେବ ନେଇ ନିର୍ବାଚନ କମିଶନର ଘୋଷଣାକରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଉଦ୍ଧବ ଠାକ୍‌ରେଙ୍କ ମେ 28 ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ବାଧ୍ୟତାମୂଳକ ଥିଲା। ଉଦ୍ଧବ ନିର୍ବାଚନ ଲଢି ନଥିବାବେଳେ ସେ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉଦ୍ଧବ ଠାକ୍‌ରେ ନିଜ ରାଜନୈତିକ ଜୀବନରେ କେବେ ବି ନିର୍ବାଚନ ଲଢି ନାହାନ୍ତି କି ସେ ମହାରାଷ୍ଟ୍ର ସରକାରଙ୍କ ବିଧାନମଣ୍ଡଳର କୌଣସି ସଦନର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସମ୍ବିଧାନାର ଧାରା 164 (4) ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଛ’ ମାସ ଭିତରେ ଅର୍ଥାତ୍‌ ମେ 29, 2020 ପୂର୍ବରୁ ରାଜ୍ୟ ବିଧାନମଣ୍ଡଳର ଯେକୌଣସି ଗୃହର ସଦସ୍ୟତା ନେବା ଅନିବାର୍ଯ୍ୟ ହୋଇପଡିଥିଲା। ମାତ୍ର ଲକ୍ ଡାଉନ୍‌ ଯୋଗୁଁ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହା ପରେ ଉଦ୍ଧବଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିର୍ବାଚନ ତୁରନ୍ତ କରିବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ଏହାପରେ ନିର୍ବାଚନ କମିଶନ ଲକ୍‌ ଡାଉନ୍‌ ଗାଇଡ ଲାଇନ ପାଳନ କରି ଭୋଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତ।

ଆସନ୍ତା ମେ 21 ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ମେ 4ରେ ବିଜ୍ଞପ୍ତି ପ୍ରକାଶ ପାଇବ। 21 ତାରିଖ ଦିନ ଏଥିପାଇଁ ଭୋଟଂ ହେବ। ସେହିଦିନ ଭୋଟ୍‌ ଗଣତି ସହ ଫଳାଫଳ ପ୍ରକାଶ ପାଇବ। (ଏଜେନ୍ସି)