Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜୀବନବୀମା ପାଇଁ ମାମୁଁର ଜୀବନ ନେଲା ଭଣଜା

ହାଇଦ୍ରାବାଦ : ଜୀବନବୀମା ପାଇଁ ମାମୁଁର ଜୀବନ ନେଲା ଭଣଜା । ଏପରି ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ । 50 ଲକ୍ଷର ଜୀବନବୀମା ରାଶି ପାଇଁ ଭଣଜା ମାମୁଁକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଛି । ରମେଶ ନାମକ ଏହି ଅଭିଯୁକ୍ତ ଜଣକ ଜୀବନବୀମା ରାଶି ପାଇଁ 35 ବର୍ଷୀୟ ମାମୁଁ ସୈଦୁଲୁକୁ ଟ୍ରକ୍‌ ଚଢାଇ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ରମେଶକୁ ଏହାର ଦୁଇ ସହଯୋଗୀ ଶୋଭନ୍‌ ବାବୁ ଏବଂ ମହେଶ ସହାୟତା କରିଥିଲେ । ହତ୍ୟା ଅଭିଯୋଗରେ ପୋଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ରମେଶ ମାମୁଁଙ୍କ ନାମରେ 50 ଲକ୍ଷ ଟଙ୍କାର ଏକ ଜୀବନବୀମା କରି ଏହାର ପ୍ରିମିୟମ୍‌ ଭରିଥିଲେ । ରମେଶଙ୍କ ମା ଏହି ବୀମାର ଉପକୃତ ରାଶି ପାଇଁ ମନୋନୀତ ହୋଇଥିଲେ । ଜୁଲାଇ 2019ରେ ଏହି ଜୀବନବୀମାର ପ୍ରିମିୟମ୍‌ ଭରାଯାଇଥିବାରୁ ପୋଲିସ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।