Categories
ଆଜିର ଖବର ଜାତୀୟ ଖବର

ପ୍ରାୟ ପାଞ୍ଚମାସ ପରେ ଏହି ସହରରେ ଖୋଲିବ ମଦ ଦୋକାନ, ଏଥିପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ଚେନ୍ନାଇ : କରୋନା ଯୋଗୁଁ ଚେନ୍ନାଇରେ ବନ୍ଦ ଥିବା ମଦ ଦୋକାନଗୁଡ଼ିକ ପୁଣି ଥରେ ଖୋଲିବାକୁ ଯାଉଛି । ତାମିଲନାଡୁ ସରକାର ରବିବାର କହିଛନ୍ତି, ମଦ ଦୋକାନଗୁଡ଼ିକ ଆସନ୍ତା ୧୮ ତାରିଖ ଠାରୁ ପୁଣି ଥରେ ଖୋଲିବ । କିନ୍ତୁ କଣ୍ଟେନମେଣ୍ଟ ଜୋନ ଓ ମଲରେ ଥିବା ମଦ ଦୋକାନଗୁଡ଼ିକ ବନ୍ଦ ରହିବ । ପ୍ରାୟ 5 ମାସ ପରେ ମଦ ଦୋକାନ ଖୋଲା ହେବାକୁ ଯାଉଥିବାବେଳେ ଗ୍ରାହକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି । ସେହିପରି ଏତେ ଦିନ ପରେ ମଦ ଦୋକାନ ଖୋଲା ଯାଉଥିବାରୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ୍‌ ନିୟମକୁ ଏଠାରେ କଡାକଡି କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ମଦ ଦୋକାନଗୁଡିକ ସକାଳ 10ଟାରୁ ସନ୍ଧ୍ୟା 7ଟା ଯାଏଁ ଖୋଲା ରହିବ । ମଦ ପାଇଁ ଏଠାରେ ଟୋକନ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତ୍ୟେହ କେବଳ 500ଟି ଟୋକାନ ଜାରି କରାଯାଇପାରିବ ବୋଲି ସୂଚନା ରହିଛି । ଚେନ୍ନାଇରେ ଏବେ ସଂକ୍ରମଣ ସଂଖ୍ୟା ଟିକେ ହ୍ରାସ ପରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିବାର ସୂଚନା ରହିଛି ।

Categories
ଫଟୋ ଖବର

ମଦ ଦୋକାନ ଖୋଲିବା ପରେ ବୋତଲଟିଏ ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେଲେ ଗ୍ରାହକ

ବାଙ୍ଗାଲୁରୁ, ଲକଡାଇନ କଟକଣା ସତ୍ବେ କେଉଁଠି କେଉଁଠି ମଦ ଦୋକାନ ଖୋଲିବା ପାଇଁ ଦିଆଯାଇଛି ଅନୁମତି। ଏହି ଅନୁମତି ମିଳିବା ପରେ ବାଙ୍ଗାଲୁରୁ ନିୟୁ ବିଇଏଲ ରୋଡ ରେ ଥିବା ଏକ ହୋଲସେଲ୍ ମଦ ଦୋକାନ ଆଗରେ ପ୍ରବଳ ଭିଡ।