Categories
ଆଜିର ଖବର

ଆଜି ଲଣ୍ଡନରେ ମେୟର ନିର୍ବାଚନ, ପାକିସ୍ତାନର ସାଦିକ ଖାନଙ୍କୁ ପରାସ୍ତ କରିପାରିବେ କି ଦିଲ୍ଲୀର ତରୁଣ ଗୁଲାଟି?

ନୂଆଦିଲ୍ଲୀ: ଆଜି ଲଣ୍ଡନରେ ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ ଭାରତୀୟ ବଂଶଜ ତରୁଣ ଗୁଲାଟିଙ୍କ ସମେତ ୧୪ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଲେବର ପାର୍ଟିରୁ ପାକିସ୍ତାନୀ ବଂଶଜ ସାଦିକ୍ ଖାନ୍ ଏବଂ ସୁଜାନ୍ ହଲ୍ ଏବଂ କଞ୍ଜରଭେଟିଭ ପାର୍ଟିର ତରୁଣ ଗୁଲାଟି ମଧ୍ୟରେ ପ୍ରତିଯୋଗିତା ରହିଛି। ପାକିସ୍ତାନୀ ବଂଶଜ ସାଦିକ ଖାନ ଏବଂ ଭାରତର ତରୁଣ ଗୁଲାଟି ଥିବାରୁ ନିର୍ବାଚନ ଭାରତ-ପାକିସ୍ତାନ ମ୍ୟାଚ ପରି ଦେଖାଯାଉଛି। ତେବେ ତରୁଣ ଗୁଲାଟି ଜିତିବେ କି ନାହିଁ ତାହା କେବଳ ମେ ୪ ତାରିଖରେ ଜଣା ପଡିବ, କାରଣ ନିର୍ବାଚନ ଫଳାଫଳ ଆସନ୍ତା ୪ ତାରିଖରେ ଆସିବ। ତରୁଣ କହିଛନ୍ତି ଯେ, ତାଙ୍କୁ କେତେ ଭୋଟ ମିଳିବ ତାହା ଏକ ଭିନ୍ନ ବିଷୟ, କିନ୍ତୁ ସେ ନିଜକୁ ସବୁଠାରୁ ଦକ୍ଷ ଏବଂ ଅଭିଜ୍ଞ ପ୍ରାର୍ଥୀ ବୋଲି ଦାବି କରୁଛନ୍ତି। ସେ କହିଛନ୍ତି, ଯଦି ସେ ଲଣ୍ଡନର ମେୟର ହୁଅନ୍ତି, ତେବେ ସେ କେଉଁ ନୀତି ଗ୍ରହଣ କରିବେ? ନଗର ଯୋଜନା ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି।

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସନ୍ଧ୍ୟାରେ ତରୁଣ ଗୁଲାଟି ‘ଦ ହିନ୍ଦୁ’ ସହ କଥା ହୋଇଥିଲେ। ସେ କହିଥିଲେ ଯେ, ମୁଁ ଜଣେ ନିବେଶକ ବ୍ୟାଙ୍କର ଏବଂ ରଣନୀତିକ ପରାମର୍ଶଦାତା। ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଶାକରେ, ଜିତିବା ପରେ, ମୁଁ ଲୋକଙ୍କ ଜୀବନକୁ ସହଜ କରିବି ଏବଂ ମୋର ଅଭିଜ୍ଞତା ସହିତ ଲଣ୍ଡନରେ ଅର୍ଥର ଅଭାବ ରହିବ ନାହିଁ।

ସେ କହିଛନ୍ତି ଯେ, ଲଣ୍ଡନରେ ଡକାୟତି ଏବଂ ଅପହରଣ ଭଳି ଅପରାଧ ବୃଦ୍ଧି ପାଇଛି ଏବଂ ସେଗୁଡିକୁ ରୋକିବା ପାଇଁ ଅଧିକ ପୋଲିସ ନିୟୋଜିତ କରାଯିବ। ଲୋକଙ୍କୁ ସୁଲଭ ଘର ଏବଂ ଭଲ ରାସ୍ତା ଯୋଗାଇବା ପାଇଁ ଆମେ ଏକ ନୀତି ପ୍ରସ୍ତୁତ କରିବୁ।

ନିର୍ବାଚନ ପ୍ରଚାର ସମୟରେ ଗୁଲାଟି ଜଣେ ଭାରତୀୟ ହେବା ବିଷୟରେ ଅନେକ କଥା ଉଲ୍ଲେଖ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଆଖି ଭାରତୀୟ ବଂଶଜ ଲଣ୍ଡନବାସୀଙ୍କ ଭୋଟ୍ ଉପରେ। ଲଣ୍ଡନରେ ପ୍ରାୟ ୬୦ ଲକ୍ଷ ଭୋଟର ଅଛନ୍ତି। ଏଥିମଧ୍ୟରୁ ଭାରତୀୟ ଲୋକଙ୍କ ଭୋଟ୍ ମାତ୍ର ୫ ପ୍ରତିଶତ ଅଟେ। କିନ୍ତୁ ତରୁଣ ଅନୁଭବ କରୁଛନ୍ତି ଯେ, ଭାରତୀୟ ଲୋକଙ୍କ ସହ ସେ ଅନ୍ୟ ଲଣ୍ଡନବାସୀଙ୍କ ଭୋଟ୍ ମଧ୍ୟ ପାଇବେ। ସେ ସାଦିକଙ୍କୁ ଅନେକ ଦିଗରେ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଲଣ୍ଡନରେ ରହିବା ଅତ୍ୟନ୍ତ ମହଙ୍ଗା ହୋଇଛି। ଅପରାଧ ଯଥେଷ୍ଟ ବୃଦ୍ଧି ପାଇଛି। ଟ୍ରାଫିକ ଏକ ବଡ ସମସ୍ୟା ଏବଂ ସେଥିପାଇଁ ଲଣ୍ଡନବାସୀ ତାଙ୍କୁ ଭୋଟ୍ ଦେବେ।

Categories
ଆଜିର ଖବର ଖେଳ

ଟେଷ୍ଟ ସିରିଜ୍‌ରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ପାଣ୍ଡ୍ୟାଙ୍କ ପିଠିରେ ହୋଇଥିବା ସର୍ଜରୀର ପରୀକ୍ଷଣ ପାଇଁ ଲଣ୍ଡନ ଗସ୍ତ କରିବା ପରେ ଶନିବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅସ୍ଥିଶଲ୍ୟ ବିଶେଷଜ୍ଞ ଜେମ୍‌ସ ଆଲିବୋନ୍‌ଙ୍କୁ ଭେଟିବା ପାଇଁ ହାର୍ଦ୍ଦିକ ଲଣ୍ଡନ ଗସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପାଣ୍ଡ୍ୟା ଏବଂ ବୁମ୍‌ରା ଏକତ୍ର ଆହତ ହୋଇଥିବା ବେଳେ ଉଭୟ ଏନ୍‌ସିଏରେ ନିଜର ଚିକିତ୍ସା କରାଇବା ପରିବର୍ତ୍ତେ ବ୍ୟକ୍ତିଗତ ଭାବରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓଙ୍କ ନିକଟରେ ଚିକିତ୍ସା କରାଇଥିଲେ । ଏହାପରେ ଏନ୍‌ସିଏ ପକ୍ଷରୁ ଉଭୟଙ୍କ ଫିଟ୍‌ନେସ୍‌ ଟେଷ୍ଟ ନିଆଯାଇନଥିଲା । ଏହାପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ଏନ୍‌ସିଏ ଉଭୟଙ୍କ ଫିଟନେସ୍‌ ପରୀକ୍ଷଣ କରିଥିଲେ । ପାଣ୍ଡ୍ୟାଙ୍କ ସହିତ ଏନ୍‌ସିଏ ଫିଜିଓ ଆଶିଷ କୌଶିକ୍‌ ଏହି ଗସ୍ତରେ ରହିଛନ୍ତି । (ଏଜେନ୍ସୀ)

Categories
ଫଟୋ ଖବର

ବ୍ରିଟେନ୍‌ର ରାଜଧାନୀ ଲଣ୍ଡନରେ ଅନୁଷ୍ଠିତ ନ୍ୟୁ ଇଅର ପରେଡ୍‌ରେ ଅଂଶ ଗ୍ରହଣ କରୁଛନ୍ତି ଲୋକ

(200101) — LONDON, Jan. 1, 2020 (Xinhua) — People attend the annual New Year’s Day Parade in London, Britain, Jan. 1, 2020. (Photo by Ray Tang/Xinhua)

Categories
ଫଟୋ ଖବର

ବ୍ଲାକ୍‌ ଫ୍ରାଇଡେ ଅବସରରେ ଏକ ଦୋକାନ ଅତିକ୍ରମ କରି ଯାଉଛନ୍ତି ଜଣେ ମହିଳା

LONDON, Nov. 29 — A woman walks past a shop window advertising “Black Friday” sales in London, Britain on Nov. 29, 2019. UNI PHOTO-16F

Categories
ଆଜିର ଖବର

ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଲା ଭାରତୀୟ ଦଳ

କ୍ରିକେଟ ବିଶ୍ବକପ୍‌-୨୦୧୯ ଚାଲିଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଛି। ଉଚ୍ଚାୟୁକ୍ତଙ୍କ ଲଣ୍ଡନ ସ୍ଥିତ ବାସଭବନରେ ଖେଳାଳି ଭେଟିଥିଲେ। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଖେଳାଳି ମାନେ ଉଚ୍ଚାୟୁକ୍ତଙ୍କୁ ଭେଟିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଉଚ୍ଚାୟୁକ୍ତ ଋଚି ଘନଶ୍ୟାମଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବିସିସିଆଇର ଅଫିସିଆଲ ଟ୍ବିଟ୍ଟର ଆକାଉଣ୍ଟରୁ ଖେଳାଳି ମାନେ ଯୋଗ ଦେଇଥିବା ନେଇ ଏକ ଫଟୋ ପୋଷ୍ଟ କରାଯାଇଥିଲା। ଭାରତୀୟ ଦଳ ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ବିକେଟରେ ପରାସ୍ତ କରିଥିବା ବେଳେ ଓଭାଲରେ ରବିବାର ପୂର୍ବତନ ବିଶ୍ବଚାମ୍ପିୟନ୍‌ ଅଷ୍ଟ୍ରେଲିଆର ମୁକାବିଲା କରିବ।

Categories
ଆଜିର ଖବର

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ : ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ

୧୩ ହଜାର କୋଟି ଟଙ୍କାର ପିଏନ୍‌ବି ଋଣ ନେଇ ବିଦେଶ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନ ଲଣ୍ଡନର ଏକ କୋର୍ଟ ଖାରଜ କରି ଦେଇଛନ୍ତି। ମୋଦିଙ୍କ ଜାମିନ ଆବେଦନ ଖାରଜ ହେବା ସହିତ ତାଙ୍କୁ ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ଆଦେଶ ଦେଇଛନ୍ତି ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟ। ଶୁକ୍ରବାର ମୋଦିଙ୍କ ଜାମିନ ଆବେଦନର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା। କୋର୍ଟ କହିଥିଲେ, ଏକ ଭାରତୀୟ ବ୍ୟାଙ୍କରୁ ଆପଣ ଠକାମି କରିଛନ୍ତି ତେଣୁ ଆପଣଙ୍କ ଜାମିନ ଖାରଜ କରାଯାଉଛି। ଏହା ସହିତ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ପୂର୍ବରୁ ମାର୍ଚ୍ଚ ୨୯ରେ ମାଜିଷ୍ଟ୍ରେଟ୍‌ ଏମ୍ମା ଆର୍ମବଥଣ୍ଟ ମଧ୍ୟ ପ୍ରମାଣ ନଷ୍ଟ ହେବା ଭୟରେ ନୀରବଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

Categories
ଆଜିର ଖବର

ରୟାଲ ସୋସାଇଟିକୁ ମନୋନୀତ ହେଲେ ଗଗନଦୀପ କଙ୍ଗ

ପ୍ରଥମଭାରତୀୟ ମହିଳା ବୈଜ୍ଞାନିକ ଭାବରେ ରୟାଲ ସୋସାଇଟି ଅଫ୍‌ ଲଣ୍ଡନ୍‌କୁ ମନୋନୀତ ହୋଇଛନ୍ତି ଗଗନଦୀପ କଙ୍ଗ। ଶିଶୁ ମାନଙ୍କ ପାଇଁ ଟାଇଫଏଡ୍‌ ଏବଂ ରୋଟା ଭାଇରସ୍‌ର ଟୀକା ନିର୍ମାଣରେ ଉଲ୍ଲେଖନୀୟ ସଫଳତା ପାଇଁ କଙ୍ଗଙ୍କୁ ମନୋନୀତ କରାଯାଇଛି ବୋଲି ବ୍ରିଟେନ୍‌ର ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି। ଜଣେ ଜୀବ ବିଜ୍ଞାନୀ ଭାବରେ ପ୍ରତିଷ୍ଠା ଲାଭ କରିଥିବା କଙ୍ଗ କ୍ରିଷ୍ଟିଆନ୍‌ ମେଡିକାଲ କଲେଜ୍‌, ଭେଲୋରରେ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଶିକ୍ଷାଦାନ ଛାଡି ଟ୍ରାନ୍ସଲେସନାଲ ହେଲ୍ଥ ସାଇନ୍ସ, ଫରିଦାବାଦରେ ନିଜର ଗବେଷଣା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ରୟାଲ ଲଣ୍ଡନ ସୋସାଇଟି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ କଙ୍ଗ ଭାରତୀୟ ଶିଶୁଙ୍କ ପାଇଁ ଟାଇଫଏଡ୍‌ ଏବଂ ଅନ୍ତ୍ର ସଂକ୍ରମଣ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବା ପାଇଁ ଟୀକାର ପରୀକ୍ଷଣ ଉପରେ ଗବେଷଣା ରତ ଅଛନ୍ତି । କଙ୍ଗଙ୍କ ସହିତ ଆହୁରି ୫୦ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଜନକ ପଦବୀ ପାଇଁ ମନୋନୀତ କରାଯାଇଛି। ଏହା ମଧ୍ୟରୁ ୧୦ ବିଦେଶୀ ସଦସ୍ୟ ରହିଛନ୍ତି। ଏପ୍ରିଲ ୧୬ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା।

Categories
ଆଜିର ଖବର

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ: ଲଣ୍ଡନରେ ୪୦୦ ଗିରଫ

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ଲଣ୍ଡନରେ ପୋଲିସ ୪୦୦ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ତିନି ଜଣ ପରିବେଶବିତ୍‌ଙ୍କୁ ପୋଲିସ୍‌ ରିମାଣ୍ଡରେ ନେଇଥିଲା। ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ। ଏମାନେ ଏକ କାନାରି ହ୍ବାର୍ଫ ଷ୍ଟେସନ୍‌ରେ ଟ୍ରେନ୍‌ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ ଗିରଫ କରିଥିଲା। ଏମାନଙ୍କୁ ହାଇବରୀ କର୍ଣ୍ଣର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପେଶ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି। ଆସନ୍ତା ତାରିଖ ମେ ୧୬ ପର୍ଯ୍ୟନ୍ତ ସେମାନେ ଜେଲ୍‌ରେ ରହିବେ ବୋଲି ଜଣାପଡିଛି। ଏହା ବ୍ୟତିତ ଗିରଫ ଅନ୍ୟାନ୍ୟ ୪୦୦ ଜଣଙ୍କୁ ମେଟ୍ରୋପଲିଟାନ୍‌ ପୋଲିସ୍‌ ସର୍ଭିସ୍‌ରେ ରଖାଯାଇଛି। ଲଣ୍ଡନରେ ଏକତ୍ର ଛିଡାହୋଇ ପ୍ରତିବାଦ କରିବା ଅପରାଧ ଅଟେ। ତେଣୁ ପୋଲିସ୍‌ ତରଫରୁ କୁହାଯାଇଛି, ପରିବେଶ ବିତ୍‌ ମାନେ ପ୍ରତିବାଦ କରିବାକୁ ଚାହିଁଲେ ମାର୍ବଲ ଆର୍ଚ୍ଚ ଯଶଇ ପ୍ରତିବାଦ କରିପାରିବେ। ମାତ୍ର ସର୍ବ ସାଧାରଣ ସ୍ଥାନରେ ପୁନର୍ବାର ପ୍ରତିବାଦ କଲେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

Categories
ଆଜିର ଖବର

ୟୁରାେ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ : ଇଂଲଣ୍ଡ ଓ ଫ୍ରାନ୍ସର ବୃହତ ବିଜୟ

୨୦୨୦ରେ ଆୟୋଜିତ ହେବାକୁ ଥିବା ୟୁରାେପ ଫୁଟ୍‌ବଲ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ଇଂଲଣ୍ଡ ଏବଂ ଫ୍ରାନ୍ସ ବୃହତ ବିଜୟ ହାସଲ କରିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ୍‌ ପର୍ତ୍ତୁଗାଲ୍‌ ନିଜ ମ୍ୟାଚ୍‌ ଅମୀମାଂସିତ ରଖିଛି। ଫ୍ରାନ୍ସ ୪-୧ ବ୍ୟବଧାନରେ ମଲଡୋଭାକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ୫-୦ରେ ଚେକ୍‌ ରିପବ୍ଲିକ୍‌କୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି। ଡିଫେଣ୍ଡିଂ ଚାମ୍ପିଅନ୍‌ ପର୍ତ୍ତୁଗାଲ ୟୁକ୍ରେନ୍‌ ବିପକ୍ଷ ମୁକାବିଲାକୁ 0-0ରେ ଅମୀମାଂସିତ ରଖିବାରେ ସକ୍ଷମ ରହିଛି ।

ଫ୍ରାନ୍ସ-ମଲଡୋଭା ମୁକାବିଲାରେ ମ୍ୟାଚ୍‌ର ୨୪ ତମ ମିନିଟ୍‌ରେ ଆଣ୍ଟୋନିଓ ଗ୍ରୀଜ୍‌ମ୍ୟାନ ପ୍ରଥମ ଗାେଲ ସ୍କାେର କରିଥିଲେ। ତିନି ମିନିଟ ପରେ ରାଫାଲେ ବାରାନେ ଦ୍ବିତୀୟ ଗାେଲ୍‌ କରିବା ପରେ ଅଲିଭର ଜିରୁଡ୍‌ ମ୍ୟାଚ୍‌ର ୩୬ ତମ ମିନିଟ୍‌ରେ ତୃତୀୟ ଗାଲ୍‌ ସ୍କାେର କରିଥିଲେ। ମ୍ୟାଚ୍‌ ଶେଷ ହେବାର ୩ମିନିଟ୍‌ ପୂର୍ବରୁ  ଏମ୍‌ବାପେ ଫ୍ରାନ୍ସ ପକ୍ଷରୁ ଅନ୍ତିମ ଗାେଲ୍‌ ସ୍କୋର କରିଥିଲେ। ମଲ୍‌ଡୋଭା ପକ୍ଷରୁ ଭ୍ଲାଡିମିର ଆମ୍ବ୍ରୋସ୍‌ ମ୍ୟାଚ୍‌ର ୮୯ ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ।

ଆୟୋଜକ ଇଂଲଣ୍ଡ ଚେକ୍‌ ରିପବ୍ଲିକ୍‌ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ରହିମ୍‌ ଷ୍ଟର୍ଲିଂ ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଗାେଲ୍‌ ସ୍କାେର କରିଥିବା ବେଳେ ହ୍ୟାରୀ କେନ୍‌ ଏବଂ ଟୋମାସ କାଲାସ ଗୋଟିଏ ଲେଖାଏଁ ଗୋଲ୍‌ ସ୍କାେର କରିଥିଲେ। ଷ୍ଟର୍ଲିଂ ମ୍ୟାଚ୍‌ର ୨୪, ୬୨ ଏବଂ ୬୮ ମିନିଟ୍‌ରେ ଗାେଲ ସ୍କୋର କରିଥିବା ବେଳେ ହ୍ୟାରୀ କେନ୍‌ ୪୭ ତମ ମିନିଟ୍‌ରେ ଏବଂ କାଲାସ୍‌ ୮୪ ତମ ମିନିଟ୍‌ରେ ଶେଷ ଗାେଲ୍‌ ସ୍କୋର କରିଥିଲେ।

ତୃତୀୟ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍‌ ପର୍ତ୍ତୁଗାଲୁ ୟୁକ୍ରେନ୍‌ ବିପକ୍ଷ ମ୍ୟାଚ୍‌ରେ ପଏଣ୍ଟ ବାଣ୍ଟିଛି। ରୋନାଲ୍‌ଡୋଙ୍କ ଏହି ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ରାେନାଲ୍ଡୋ ଗାେଲ ସ୍କାେର କରିବାରେ ସକ୍ଷମ ହୋଇନଥିଲେ ଏବଂ ଦଳ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ୨୨ତମ ମିନିଟ୍‌ରେ ରୋନାଲ୍ଡୋଙ୍କ ନିକଟରେ ଗାେଲ କରିବାର ସୁଯୋଗ ଥିଲେ ଆଣ୍ଡ୍ରି ପ୍ୟାଟୋଭ୍‌ଙ୍କ ଚମତ୍କାର ଗାେଲକିପିଂ ଯୋଗୁଁ ଏହା ବିଫଳ ହାେଇଥିଲା।

Categories
ଆଜିର ଖବର

ନୀରବ ମୋଦି ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ ଗିରଫ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ହଜାର କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ଗହଣା ବ୍ୟବସାୟୀଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ବ୍ରିଟିଶ ପୋଲିସ ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ମୋଦିଙ୍କୁ ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ ଗିରଫ କରାଯାଇଥିଲା। ବୁଧବାର ମୋଦିଙ୍କୁ ଲଣ୍ଡନର ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପ୍ରତ୍ୟର୍ପଣ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଏହି ଖବରକୁ ସ୍ବୀକାର କରାଯାଇଛି। ବର୍ତ୍ତମାନ ମୋଦିଙ୍କୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପୁର୍ବରୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ମୋଦିଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପରି ନୀରବ ମୋଦିଙ୍କ ପ୍ରତ୍ୟପର୍ଣ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ୟୁକେ ଗୃହ ସଚିବ ସାଜିଦ ଜାଭିଦ୍‌ ସୂଚନା ଦେଇଛନ୍ତି।