ଭୁବନେଶ୍ବର: ଚଳିତ 2023 ବର୍ଷ ଥିଲା ରାଜ୍ୟ ସରକାରଙ୍କ ପାଇଁ ନୂଆ ଯୋଜନା ଘୋଷଣାର ବର୍ଷା। ସରକାର ଲାଗୁ କଲେ ମୋ ଘର ଯୋଜନା। ରାଜ୍ୟର ନିମ୍ନ ତଥା ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ଲାଗୁ ହେଲା ‘ମୋ ଘର’ ଯୋଜନା। ଏ ନେଇ ରାଜ୍ୟ କ୍ୟାବିନେଟରେ ଏହି ନୂଆ ଯୋଜନାକୁ ସ୍ବୀକୃତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏହା ଆଗତ କରାଯାଇଥିଲା।
Look Back 2023: ନବୀନ ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, ଲୋକଙ୍କୁ ମିଳିବ ୩ ଲକ୍ଷ ଟଙ୍କା
ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ । କେନ୍ଦ୍ର ଯୋଜନାରୁ ବାଦ ହିତାଧିକାରୀମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ।