Categories
ଆଜିର ଖବର ରାଜ୍ୟ ଖବର

Look Back 2023: ରାଜ୍ୟରେ ଲାଗୁ ହୋଇଛି ମୋ ଘର ଯୋଜନା, ଚଳିତ ବର୍ଷର ସଫଳତା

ଭୁବନେଶ୍ବର: ଚଳିତ 2023 ବର୍ଷ ଥିଲା ରାଜ୍ୟ ସରକାରଙ୍କ ପାଇଁ ନୂଆ ଯୋଜନା ଘୋଷଣାର ବର୍ଷା। ସରକାର ଲାଗୁ କଲେ ମୋ ଘର ଯୋଜନା। ରାଜ୍ୟର ନିମ୍ନ ତଥା ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ଲାଗୁ ହେଲା ‘ମୋ ଘର’ ଯୋଜନା। ଏ ନେଇ ରାଜ୍ୟ କ୍ୟାବିନେଟରେ ଏହି ନୂଆ ଯୋଜନାକୁ ସ୍ବୀକୃତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏହା ଆଗତ କରାଯାଇଥିଲା।

Look Back 2023: ନବୀନ ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, ଲୋକଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ । କେନ୍ଦ୍ର ଯୋଜନାରୁ ବାଦ ହିତାଧିକାରୀମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Look Back 2023: ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ରାଜ୍ୟର ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆଉ କିଛିଦିନ ପରେ ଶେଷ ହେବ 2023 ମସିହା। ତେବେ ଏହି ପୁରୁଣା ବର୍ଷଟି ମଧ୍ୟ ଥିଲା ବେଶ ଘଟଣା ବହୁଳ। ଏହି ବର୍ଷ ଫେବୃୟାରୀ ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ ବୋଲି ଘୋଷଣା ହୋଇଥିଲା।

ସମୀକ୍ଷା 2023 ରେ ପ୍ରକାଶ ପାଇଥିବା ରିପୋର୍ଟ ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

୧୯୮୯ ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ମାର୍ଚ୍ଚ ୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ଜେନା ସେତେବେଳେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ବରେ ଥିଲେ। ସେହିପରି ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗଙ୍କୁ ଡିସି ଭାବେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା ହୋଇଥିଲା।