Categories
ଆଜିର ଖବର ରାଜ୍ୟ ଖବର

ମହୁଲ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ବବ୍‌ଲୁ ସାହୁ
କର୍ଲାମୁଣ୍ଡ଼ା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡ଼ା ବ୍ଲକ୍ ଅନ୍ତର୍ଗତ ପୋରାକେଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ଏକ ମହୁଲ ଗଛରୁ ଉଦ୍ଧାର ହୋଇଛି ପ୍ରେମିଯୁଗଳଙ୍କ ଶବ । ଆଜି ସକାଳୁ କିଛି ଗ୍ରାମବାସୀ ମହୁଲ ଗଛରେ ଗୋଟିଏ ପୁଅ ଓ ଝିଅର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ପ୍ରେମିଯୁଗଳ ପୋରାକେଳା ଗ୍ରାମର ନବୀନ (22) ଏବଂ ଦିପା (16) (ଉଭୟ ଛଦ୍ମନାମ) ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ ପ୍ରେମସଂପର୍କ ରହିଥିବା ବେଳେ କେଉଁ ପରସ୍ଥିତିରେ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଏମ.ରାମପୁର ଥାନାଧିକାରୀ ଓ ରିଶୀଡ଼ା ଫାଣ୍ଡି ଅଧିକାରୀ ଲବରାମ୍ ଛତ୍ରିଆ ଏବଂ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଓହ୍ଲାଇବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତଦନ୍ତ ପରେ ଜଣାପଡିବ ବୋଲି ଜଣାପଡିଛି ।

Categories
ଆଜିର ଖବର

ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ

ସମୀକ୍ଷା ବ୍ୟୁରୋ
ଗଞ୍ଜାମ, 21/12 : ଗଞ୍ଜାମର ଆସିକାରେ ଝୁଲନ୍ତା ଅବସ୍ଥାରେ ଦୁଇ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର କରାଯାଇଛି । ଆସିକାର ଲାଲୁଘାଇ ଗ୍ରାମର ପୋଖରୀ ହୁଡାରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତ ଦେହ ଝୁଲି ରହିଛି । ଉଭୟ ଯୁବକ ଯୁବତୀଙ୍କ ଘର କବିସୂର୍ଯ୍ୟନଗରର ସୁନାପଲ୍ଲୀ ଗ୍ରାମରେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।