Categories
ଆଜିର ଖବର ରାଜ୍ୟ ଖବର

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ଘନୀଭୂତ ହେବା ସମ୍ଭାବନା: ସୋଆ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୬ ତାରିଖରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେପ୍ଟେମ୍ବର ୫ ଓ ୬ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି। ସେପ୍ଟେମ୍ବର ୬ ତାରିଖ ରାତିରୁ ୭ ତାରିଖ ମଧ୍ୟରେ ବର୍ଷାର ଗତି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡିକୁ ପ୍ରଭାବିତ କରି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି।

ଏହାର ପ୍ରଭାବରେ ସେପ୍ଟେମ୍ବର ୪ରୁ ୭ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ସେପ୍ଟେମ୍ବର ୧୧ ତାରିଖରେ ସେହି ଉତର ପଶ୍ଚିମ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ଉପକୂଳବର୍ତ୍ତୀ ଅଂଚଳରେ ସେପ୍ଟେମ୍ବର୧୧ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡଃ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗତକାଲି ରାତିରେ ସୃଷ୍ଟି ହେଲା ଲଘୁଚାପ, ଏହାର ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହେବ

ଭୁବନେଶ୍ବର, ବଙ୍ଗୋବ ସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶେଷରେ ଲଘୁଚାପ ରୂପ ନେଇଛି। ଗତକାଲି ରାତିରେ ପଶ୍ଚିମ କେନ୍ଦ୍ରୀୟ ତଥା ଓଡିଶା ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ, ବଲାଙ୍ଗିର,ସୋନପୁର, କେଉଁଝର ଏବଂ ମୟୁରଭଂଜ।

ଆସନ୍ତାକାଲି ବର୍ଷାର ପ୍ରକୋପ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ ଚାରି ତାରିଖ ଓ ପାଞ୍ଚ ତାରିଖରେ ଏହାର ପ୍ରଭାବ ପୁଣି ବୃଦ୍ଧି ପାଇବ। ମତ୍ସ୍ୟଜୀବୀଙ୍କୁ ଏହି ପାଞ୍ଚଦିନ ପାଇଁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଫଟୋ-ଭୁବନେଶ୍ବର ପାଣିପାଗ ବିଭାଗ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଲଘୁଚାପ, ଚାରିଦିନ ଧରି ଓଡିଶାରେ ବର୍ଷା ସମ୍ଭାବନା, ସତର୍କ କଲେ ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେଧିରେ ଘନିଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହିତ ବଜ୍ରପାତର ସମ୍ଭାବନା ରହିଥିବାରୁ ଏସଆରସି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ତିନୋଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା। ସେହିପରି 6ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡିକ ହେଲା ଜଗତସିଂହପୁର, କଟକ, ଢ଼େଙ୍କାନାଳ, ପୁରୀ, ସୁନ୍ଦରଗଡ ଓ ଦେବଗଡ଼।

Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପ ଯୋଗୁଁ ରାଜ୍ୟରେ ଆହୁରି ଦୁଇ ଦିନ ଧରି ବର୍ଷିବ, ଆଜି ରାଜ୍ୟର ୧୨ ଜିଲ୍ଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ସ୍ଥାନରରେ ବର୍ଷା ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ଏନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ସୋନପୁର ଓ କେନ୍ଦୁଝର । ସେହିପରି ଅନୁଗୁଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ମୟୂରଭଞ୍ଜ, ବାଲେଶ୍ବର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାରେ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଅଧିକ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ ବଳୟ, ଏହାର ପ୍ରଭାବରେ ଓଡିଶାର ସାତୋଟି ଜିଲ୍ଲାରେ ଛେଚିବ

ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ସେହି ସାତୋଟି ଜିଲ୍ଲା ହେଲା ମାଲକାନାଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ଗଜପତି, ରାୟଗଡା ଓ ବଲାଙ୍ଗୀର। ଏହି ବର୍ଷା 12 ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା 9 ତାରିଖରେ ଆଉ ଏକ ଲଘୁଚାପ, ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ 11 ତାରିଖ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ବର, ଆସନ୍ତା ନଅ ତାରିଖରେ ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁ ଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ପୂର୍ବ ଦିଗକୁ ଗତି କରିବ ବୋଲି ଜଣାପଡିଛି। ତେବେ ଏହି ପ୍ରଭାବ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ରହିବ। ଫଳରେ ସେହି ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲଗାତାର ବର୍ଷା ଜାରୀ ରହିବ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମଧ୍ୟ ସତର୍କ ସୂଚନା ଜାରୀ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ ବଳୟ, ଛଅ ତାରିଖ ପର୍ଯ୍ୟନ୍ତ ବର୍ଷା, ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର, ଉତ୍ତର ବଙ୍ଗୋବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଫଳରେ ଏହାର ପ୍ରଭାବରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଥିସହିତ 3ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟାକୁ 40ରୁ 50 କିମି ବେଗରେ ପବନ ପ୍ରବାହିତ ହେବ ବୋଲି ଜଣାପଡିଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଲଘୁଚାପ ବଳୟ ଯୋଗୁଁ ରାଜ୍ୟର ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେଗୁଡିକ ହେଲା କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ କଟକ। ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣି ଦିଆଯାଇଛି। ସେହିପରି ଆଉ ସାତୋଟି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁରେ ଅରେଂଜ ୱାର୍ଣ୍ଣି ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ,ମୟୁରଭଂଜ, ଯାଜପୁର,ଅନୁଗୁଳ, ଢେଙ୍କାନାଳ ଏବଂ ବୈଦ୍ଧ।

ଏହି ଲଘୁଚାପ ବଳୟ ପୂର୍ବରୁ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତା ଚାରି ତାରିଖରେ ଲଘୁଚାପ, ତିନି ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, ଆସନ୍ତା ଚାରି ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବରେ ଆସନ୍ତା 3 ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଏହା ଦ୍ବାରା ରାଜ୍ୟର ଅନେକ ନଦୀ ଫୁଲି ଉଠିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ବର୍ତ୍ତମାନ ଶ୍ରାବଣ ମାସରେ ଓଡିଶାରେ ପ୍ରବଳ ବର୍ଷା ହେବା କଥା। ହେଲେ କୃଷି ବିଭାଗ ଅନୁସାରେ ଓଡିଶାରେ ବର୍ତ୍ତମାନ ଯେତିକି ବର୍ଷା ହେବା କଥା ତାହା ହୋଇ ନାହିଁ। ଏପରି ପରିସ୍ଥିତିରେ ଏହି ଲଘୁଚାପ ଚାଷିଙ୍କୁ ସୁହାଇବ କି ନାହିଁ ତାହା କହି ହେଉ ନାହିଁ। ଯଦି ଧାରାବାହିକ ଭାବେ ବର୍ଷା ଲାଗିରହେ ତେବେ ଏହି ଚାଷିଙ୍କୁ ନିଶ୍ଚିତ କ୍ଷତିଗସ୍ତ କରିଦେବ।