Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲଘୁଚାପ ହେବ ବୋଲି କହିଲା ପାଣିପାଗ ବିଭାଗ, ବାତ୍ୟା ହେବାର ରହିଛି ସମ୍ଭାବନା

ଭୁବନେଶ୍ବର: ଅକ୍ଟୋବରରେ ଏକ ବାତ୍ୟା ହେବ ବୋଲି ବିଦେଶୀ ପାଣିପାଗ ସଂସ୍ଥା ଯେଉଁ ଆକଳନ କରିଥିଲେ ତାହା ସତ ହେବ ବୋଲି ଅନୁମାନ କରାଯାଉଛି। କାରଣ  ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ ବୋଲି ବିଭାଗ କହିଛି।

ତେବେ ଏହା ପରବର୍ତ୍ତି ସମୟରେ ବାତ୍ୟା ହେବ କି ନାହିଁ ତାହା ପାଣିପାଗ ବିଭାଗ କହି ନାହିଁ। ପୂର୍ବରୁ ବିଦେଶୀ ସଂସ୍ଥା ବଙ୍ଗୋପସାଗରରେ ବାତ୍ୟା ସୂଚନାକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ ମଧ୍ୟ କରିଛି। ହେଲେ ବର୍ତ୍ତମାନ ଯାହା ସ୍ଥିତି ଜଣାପଡିଛି ପରବର୍ତ୍ତି ସମୟରେ ଏହି ଲଘୁଚାପ ବାତ୍ୟାକୁ ସୃଷ୍ଟି ହେବ ବୋଲି ସମ୍ଭାବନାକୁ ଏଡାଇ ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା

ଭୁବନେଶ୍ବର: ଯାହା ପାଣିପାଗ ବିଭାଗ ଆଶଙ୍କା କରୁଥିଲା ତାହା ସତ ପ୍ରମାଣିତ ହୋଇଛି। ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଛି।

ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଯାଏଁ ବ୍ୟାପିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି। ତେବେ ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ତିନିଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଲଘୁଚାପ ପରବର୍ତ୍ତି ସମୟରେ କଣ ହେବ ତାହା ଜଣାପଡି ନାହିଁ।