Categories
ଆଜିର ଖବର

ନାମାଙ୍କନ ପତ୍ର ଦାଖଲ କଲେ ରାଜନାଥ ସିଂହ

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ଲକ୍ଷ୍ନୌରୁ ବିଜେପି ପ୍ରାର୍ଥୀ ରାଜନାଥ ସିଂହ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ସୋ କରିଥିଲେ। ଏହି ରାଲିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ୍‌ ହେବେ ବୋଲି ସୂଚନା ରହିଥିଲା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ରାଲିରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସହିତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି। ରାଜନାଥ ସିଂହ କୋସଳ କିଶୋର ଦଳ କାର୍ଯ୍ୟାଳୟରୁ ରୋଡ ସୋ ଆରମ୍ଭ କରି କଲେକ୍ଟ୍ରେଟରେ ପହଂଚିଥିଲେ। ୨୦୧୪ରେ ରାଜନାଥ ଏହିଠାରୁ ବହୁ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ। ଲକ୍ଷ୍ନୌରେ ୫ମ ଚରଣ ମତଦାନ ହେବାକୁ ରହିଛି। ଅପ୍ରେଲ ୧୮ ତାରିଖ ହେଉଛି  ନାମାଙ୍କନ ଭରିବାର ଅନ୍ତିମ ଦିନ।

 

Categories
ଆଜିର ଖବର

ଲକ୍ଷ୍ନୌ ଏକ୍ସପ୍ରେସ ଓ୍ବେ ଦୁର୍ଘଟଣାରେ ୮ ମୃତ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦ୍ରୁତ ଗତିରେ ଲକ୍ଷ୍ନୌରୁ ଆଗ୍ରା ଆସୁଥିବା ଏକ କାର ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଥିବା ୮ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୭ଜଣଙ୍କ ଘର ଜୋନପୁର ଓ ଅନ୍ୟ ଜଣେ ଆଜମଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଆଗ୍ରାସ୍ଥିତ ଡ. ଭିମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ। ​ସକାଳ ୮ଟାରେ ଲକ୍ଷ୍ନୌ ଏକ୍ସପ୍ରେସ ୱେର ଫତେହବାଦର ମାଇଲଷ୍ଟୋନ ୩୭.୨ ନିକଟରେ ‌ଏହି ଦୁର୍ଘଟଣା ଘଟିଛି।

Categories
ଆଜିର ଖବର

ଲକ୍ଷ୍ନୌର କାଶ୍ମୀରୀ ବ୍ୟବସାୟୀଙ୍କୁ ଆକ୍ରମଣ

ପୁଲ୍‌ଓ୍ବାମା ଆକ୍ରମଣ ପରଠାରୁ କାଶ୍ମୀର ନାଗରିକଙ୍କ ଉପରେ ବିଭିନ୍ନ ରାଜ୍ୟରେ ଆକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଜଣେ କାଶ୍ମୀରୀ ବ୍ୟବସାୟୀଙ୍କ ଉପରା ଆକ୍ରମଣ କରାଯାଇଛି । ପୀଡ଼ିତ ଜଣକ ହେଲେ ମହମ୍ମଦ ଅଫଜଲ । ଜମ୍ମୁ କାଶ୍ମୀରର କୁଲଗାମର ଚିଲର ନୁରାବାଗ ଅଞ୍ଚଳର ହୋଇଥିବାବେଳେ ଲକ୍ଷ୍ନୌର ହସନଗଞ୍ଜ ଅନ୍ତର୍ଗତ ଡାଲିଗଞ୍ଜ ପୋଲି ଉପରେ ସେ ଡ୍ରାଏ ଫ୍ରୁଟ୍ସ ବିକ୍ରି କରନ୍ତି । ସେ ବ୍ୟବସାୟ କରୁଥିବାବେଳେ ସ୍ଥାନୀୟ ୩/୪ ଯୁବକ ତାଙ୍କୁ କ’ଣ ପାଇଁ ଏଠି କାମ କରୁଛୁ କହି ମାରପିଟ୍‌ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଅଫଜଲ୍‌ ଉଦ୍ଧାର ହୋଇଥିଲେ । ଏନେଇ ଅଫଜଲ୍‌ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାଶ୍ମୀର ନାଗରିକଙ୍କ ଉପରେ ଆକ୍ରମଣ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।