Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ କରୋନା ମୃତ୍ୟୁ ହାର ୦.୨ ପ୍ରତିଶତ : ଆରୋଗ୍ୟ ହାର ୩୯ ଛୁଇଁଲା

ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୩୫୦ ଜଣ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୯,୧୭୪ରେ ପହଞ୍ଚିଛି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୮.୭୩ ପ୍ରତିଶତ ରହିଛି। ଆରୋଗ୍ୟ ହାର ନିୟମିତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଦେଶରେ ୫୮,୮୦୨ ସକ୍ରିୟ ସଂକ୍ରମିତ ଅଛନ୍ତି। ଏମାନେ ସମସ୍ତେ ସକ୍ରିୟ ଡାକ୍ତରୀ ଚିକିତ୍ସାରେ ରହିଛନ୍ତି। ଏଥିମଧ୍ୟରୁ ମାତ୍ର ଆନୁମାନିକ ୨.୯% ରୋଗୀ ଆଇସିୟୁରେ ଅଛନ୍ତି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର ୦.୨ ପ୍ରତିଶତ ମୃତ୍ୟୁହାର ରହିଛି। ଏହା ତୁଳନାରେ ସାରା ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ୪.୧ ପ୍ରତିଶତ ରହିଛି।

Categories
ଆଜିର ଖବର ଜାତୀୟ ଖବର

ମନ ଇଚ୍ଛା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଖାଆନ୍ତୁନି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ମନ ଇଚ୍ଛା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ନ ଖାଇବାକୁ ପରାମର୍ଶ ଦେଇଛି କେନ୍ଦ୍ରସ୍ବାସ୍ଥ୍ୟ ବିଭାଗ ।  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ଆଜି ପ୍ରେସ୍‌ ମିଟ୍‌ରେ ସୂଚନା ଦେଇ ଏହା କହିଛନ୍ତି । କରୋନା ପଜିଟିଭିଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତରଙ୍କୁ ଏହା ଦିଆଯାଉଛି । କରୋନା ପଜିଟିଭି ସଂସ୍ପର୍ଶରେ ଆସୁଥିବା ଡାକ୍ତର, ନର୍ସଙ୍କୁ ଏହା ଖାଇବାକୁ କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ମେଡିନ୍‌ ଖାଆନ୍ତୁନି, ଏହାର ପାର୍ଶ୍ବ ପ୍ରତିକ୍ରିୟା ଅଛି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ । ଏହା ହୃଦରୋଗ ଜନିତ ସମସ୍ୟା ବହୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି ।

କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ଯେ,  ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 541 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ଦେଶରେ ମୋଟ 5734 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 17 ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ । ଦେଶରେ ମୋଟ 166 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 473 ଜଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି।ସେହିପରି ଦେଶରେ କରୋନା ମୁକାବିଲାକୁ ଆହୁରି ଦୃଢ଼ ଓ ତ୍ୱରାନ୍ଵିତ କରିବା ପାଇଁ ଗୋଟିଏ ମନ୍ତ୍ରୀ ଗୋଷ୍ଠୀ ସହ 10ଟି ଉଚ୍ଚ କ୍ଷମତା ସଂପନ୍ନ କେନ୍ଦ୍ରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିବା କହିଛନ୍ତି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।

ସେହିପରି କରୋନା ସହ ଲଢେଇ ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ କୋଭିଡ -19 ଇମରଜେନ୍ସି ରେସପନ୍ସ ଓ ହେଲ୍‌ଥ ସିଷ୍ଟମ ପ୍ରସ୍ତୁତି ପାଇଁ ରାଷ୍ଟ୍ରୀୟ ପ୍ଲାନ୍‌କୁ ମଞ୍ଜୁରୀ ଦେଇଥିବାର ସୂଚନା ଦେଇଛନ୍ତି । ତିନୋଟି ପର୍ଯ୍ୟାୟରେ ଏହି ଫଣ୍ଡ୍‌ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

ପ୍ରଥମ ଚରଣରେ କୋଭିଡ -19 ହସ୍ପିଟାଲକୁ ବିକଶିତ କରିବା, ଆଇସୋଲେସନ୍‌ ବ୍ଲକ ନିର୍ମାଣ, ଭେଣ୍ଟିଲେଟର ସୁବିଧା ପାଇଁ ଆଇସିୟୁ ନିର୍ମାଣ, ପିପିଇ ଇକ୍ୟୁପମେଣ୍ଟ ନିର୍ମାଣ, ଏନ୍‌-95 ମାସ୍କ ଭେଣ୍ଟିଲେଣ୍ଟର୍ସ ଉପଲବ୍ଧତା ଉପରେ ଏହା ଫୋକ୍‌ସ୍‌ କରାଯିବ ।

ଲ୍ୟାବ୍‌ ନେଟଓ୍ବାର୍କସ୍‌ ଓ ଡାୟଗ୍ନୋଷ୍ଟିକ୍ ସୁବିଧା ଉପରେ ଧ୍ୟାନ ଦିଆଯିବ । ଏହା ସହିତ ଏହି ଫଣ୍ଡ୍‌ ସର୍ଭେଲା୍ସ, ମହାମାରୀ ବିରୋଧର ସଚେତନତା ପାଇଁ ମଧ୍ୟ ବିନିଯୋଗ କରିବା । ଫଣ୍ଡ୍‌ ଏକ ଅଂଶ ହସ୍ପିଟାଲ୍‌, ସଂକ୍ରମଣ ରହିତ ଆମ୍ବୁଲାନ୍ସ ପ୍ରସ୍ତୁତିରେ ଖର୍ଚ୍ଚ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।