Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ 553 ନୂତନ ଆକ୍ରାନ୍ତ : ସୁସ୍ଥ ହାର 27.52 ପ୍ରତିଶତ

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅପଡେଟ୍‌ ପ୍ରଦାନ କରାଯାଇଛି । ବିଗତ 24 ଘଣ୍ଟା ମଧ୍ୟରେ 553 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42533ରେ ପହଞ୍ଚିଛି । ଏହି ସମୟରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1373 ରହିଥିବା ବେଳେ ଏହି ସମୟ ମଧ୍ୟରେ 11706 ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଦେଶରେ ଆରୋଗ୍ୟ ବ୍ୟକ୍ତିଙ୍କ ପ୍ରତିଶତ 27.52 ପ୍ରତିଶତ ରହିଥିବା ନେଇ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର ଛୁଇଁଲା : ଆରୋଗ୍ୟ ହାର 25 ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର ଅତିକ୍ରମ କରିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 33050 ଛୁଇଁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ 25 ପ୍ରତିଶତ ଅତିକ୍ରମ କରିଛି । ସମୁଦାୟ 8324 ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 1718ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମୁଦାୟ ମୃତ୍ୟୁ ସଂଖ୍ୟା 1074ରେ ପହଞ୍ଚିଛି । ସେହିପରି କରୋନା ଦ୍ବିଗୁଣିତ ହେବାର ହାର ମଧ୍ୟ 11.3ରେ ପହଞ୍ଚିଛି । ଲକ୍‌ଡାଉନ୍‌ ପୂର୍ବରୁ ଏହି ହାର 3.2 ରହିଥିଲା । ବର୍ତ୍ତମାନର ଏହି ସଦଂଖ୍ୟା ସନ୍ତୋଷଜନକ ବୋଲି ସ୍ବାସ୍ଥ୍ୟସଚିବ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ଲାଜମା ଥେରାପୀର ବ୍ୟବହାର ନକରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚେତାବନୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାଯାଉଛି । ତେବେ ଏହାକୁ ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପ୍ଲାଜ୍‌ମା ଥେରାପୀ କେବଳ ବେଆଇନ୍‌ ନୁହେଁ ବରଂ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କରୋନା ଚିକିତ୍ସା ଭାବରେ ପ୍ଲାଜ୍‌ମା ଥେରାପୀ ବର୍ତ୍ତମାନ ସୁଦ୍ଧା ସିଦ୍ଧ ହୋଇନଥିବାରୁ ଏହାକୁ ବ୍ୟବହାର କରିବା ପାଇଁ କଟକଣା ଜାରି କରାଯାଇଛି । ଏହା ବର୍ତ୍ତମାନ ପରୀକ୍ଷାମୂଳକ ସ୍ଥିତିରେ ରହିଛି । ଆଇସିଏମ୍‌ଆର୍‌ ପକ୍ଷରୁ ସ୍ପଷ୍ଟୋକ୍ତି ନ ମିଳିବା ପର୍ଯ୍ୟନ୍ତ ପ୍ଲାଜ୍‌ମା ଥେରାପୀର ବ୍ୟବହାର କରାନଯାଉ ବୋଲି ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

14 ଦିନ ମଧ୍ୟରେ 78 ଜିଲ୍ଲାରେ ଚିହ୍ନଟ ହୋଇ ନାହାନ୍ତି ନୂତନ ଆକ୍ରାନ୍ତ

ନୂଆଦିଲ୍ଲୀ : ବିଗତ 14 ଦିନ ମଧ୍ୟରେ ଦେଶର 78ଟି ଜିଲ୍ଲାରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲଙ୍କ ପକ୍ଷରୁ ପ୍ରେସ୍‌ ମିଟ୍‌ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ସୁଦ୍ଧା ସମୁଦାୟ 4257 ରୋଗୀ କରୋନା ମୁକ୍ତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସମୁଦାୟ ଆକ୍ରାନ୍ତଙ୍କର ପ୍ରାୟ 19.89 ପ୍ରତିଶତ ରୋଗୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 21,393ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 681 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 4257 ଜଣ ସୁସ୍ଥ ହୋଇ ସାରିଛନ୍ତି । ମହାରାଷ୍ଟ୍ର ମୃତ୍ୟୁସଂଖ୍ୟାରେ ଆଗୁଆ ରହିଥିବା ବେଳେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 1409 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 388ଜଣ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଦିନରେ ଦେଶରେ 1540 ଆକ୍ରାନ୍ତ ଚିହ୍ନଟ, କରୋନା ମ୍ୟାନଜେମେଣ୍ଟ ନେଇ ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରୋନା ମ୍ୟାନେଜମେଣ୍ଟକୁ ନେଇ ଉଭୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ସେହିପରି କରୋନା ଅପଡେଟ୍‌ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ, ଲକ୍‌ ଡାଉନ୍‌ ପୂର୍ବରୁ ପ୍ରତି  3.4 ଦିନରେ କେସ୍‌ ଦ୍ବିଗୁଣିତ ହେଉଥିଲା । ଲକ୍ ଡାଉନ୍‌ ପରେ ପ୍ରତି 7.5ଦିନରେ କେସ୍‌ ଦ୍ବିଗୁଣିତ ହେଲା ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ୍‌। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାର ଜାତୀୟ ହାରଠାରୁ କମ୍‌ । ଓଡ଼ିଶା ଏବଂ କେରଳରେ ଦ୍ବିଗୁଣିତ ବ୍ୟବଧାନ ହାର ଦେଶରେ ସର୍ବାଧିକ ରହିଛି ବୋଲି ସୂଚନା ରହିଛି । ଉଭୟ ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାରାହାରି 30 ଦିନରୁ ଅଧିକ ରହିଛି । ସେହିପରି ଗୋଆର ଚିକିତ୍ସାଧୀନ ସମସ୍ତ 7 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ଅପରପକ୍ଷରେ ଆଜି ଗୋଟିଏ ଦିନରେ ଓଡ଼ିଶାରୁ 13 ଜଣ ସଂକ୍ରମିତଙ୍କ ସୂଚନା ମିଳିଛି । ରାଜରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 74ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17 ହଜାର ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 559ରେ ପହଞ୍ଚିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1540 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏଭଳି ତଥ୍ୟ। ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ମୋଟ ନୋଭେଲ୍‌ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା 17,656କୁ ବୃଦ୍ଧି ପାଇଛି। ଏହା ସହିତ ଦେଶରେ କୋଭିଡ-19 ଜନିତ ମୃତ୍ୟୁ ସଂଖ୍ୟା 559କୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

13 ପ୍ରତିଶତ କୋଭିଡ୍‌-19 ରୋଗୀ ସୁସ୍ଥ ହୋଉଛନ୍ତି : ଲବ୍‌ ଅଗ୍ରଓ୍ବାଲ

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13837ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1007 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 1749 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 437 ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ବିଗତ 24 ଘଣ୍ଟା ମଧ୍ୟରେ 29ଟି ନୂତନ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କରୋନା ସଙ୍କ୍ରମଣ ହାର ହ୍ରାସ ପାଇଥିବା ନେଇ ମଧ୍ୟ ସୂଚନା ମିଳିଛି । 19ଟି ରାଜ୍ୟରେ କରୋନା ସଙ୍କ୍ରମଣ ଜାତୀୟ ସଙ୍କ୍ରମଣ ହାରଠାରୁ ନିମ୍ନରେ ରହିଛି । ଦେଶରେ ପ୍ରତି 6.2 ଦିନରେ ସଙ୍କ୍ରମଣ ଦ୍ବିଗୁଣିତ ହେଉଥିବା ବେଳେ 19ଟି ରାଜ୍ୟରେ ଏହା ତଳୁଆ ରହିବା ସନ୍ତୋଷ ଜନକ ବୋଲି ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଶୁକ୍ରବାର ସୁଦ୍ଧା ଭାରତରେ 13.06 ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 1919ଟି କୋଭିଡ୍‌ -19 ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିବା ବେଳେ 1ଲକ୍ଷ 73 ହଜାର ଆଇସୋଲେସନ୍‌ ଶଯ୍ୟାର ବ୍ୟବସ୍ଥା ରହିଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପ୍‌ଡେଟ୍‌ : 24 ଘଣ୍ଟାରେ ପ୍ରାଣ ହରାଇଛନ୍ତି 31, ଆକ୍ରାନ୍ତଙ୍କ ସଂଖ୍ୟା 10363

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ କରାଯାଇଛି । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 10363 ରହିଥିବା ବେଳେ ଗତକାଲି 1211 ଜଣ ନୂତନ ସଂକ୍ରମିତ ଚିହ୍ନଟ କରାଯାଇଛନ୍ତି । ସମୁଦାୟ 1036 ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି 117 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 31 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 339ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 2334 ଆକ୍ରାନ୍ତ ରହିଥିବା ବେଳେ 160 ଜଣଙ୍କର ମୃତ୍ୟୁ ଘଟିଛି ।

କରୋନା ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନିୟମକୁ ନେଇ ମଧ୍ୟ ଅଗ୍ରଓ୍ବାଲ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ । ଭାରତରେ ମହଜୁଦ ରହିଥିବା ଟେଷ୍ଟିଂ କିଟ୍‌ର ଉପଯୁକ୍ତ ବିନିଯୋଗ ପାଇଁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅଗ୍ରଓ୍ବାଲ କହିଛନ୍ତି । ଅନ୍ୟୁନ 6 ସପ୍ତାହ ପାଇଁ ଟେଷ୍ଟିଂ କିଟ୍‌ ଦେଶରେ ମହଜୁଦ ରହିଥିବା ବେଳେ ନୂତନ ଭାବରେ ଅଧିକ ଟେଷ୍ଟିଂ କିଟ୍‌ କିଣାଯାଇଛି । ଫଳରେ ଏହାକୁ ନେଇ କେହି ଚିନ୍ତା କରିବା ଅନୁଚିତ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)